ଚାଣକ୍ୟଙ୍କ ନୀତି ଭାରତୀୟ ଇତିହାସ ଏବଂ ଦର୍ଶନ ଶାସ୍ତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଅର୍ଥନୀତିଜ୍ଞ, ରାଜନୀତିଜ୍ଞ ଏବଂ ମାନବ ସ୍ବଭାବର ଗଭୀର ଜ୍ଞାନୀ ଥିଲେ।
ତାଙ୍କର ନୀତିଗୁଡ଼ିକ କେବଳ ପ୍ରାଚୀନ କାଳରେ ନୁହେଁ, ବରଂ ଆଧୁନିକ ଯୁଗରେ ମଧ୍ୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ବାଟ ଦେଖାଇଥାଏ। ଭବିଷ୍ୟତର ବିପଦରୁ ରକ୍ଷା ପାଇବା ପାଇଁ ସମୃଦ୍ଧି ସମୟରେ ଅର୍ଥ ସଞ୍ଚୟ କରିବା ଉପରେ ଚାଣକ୍ୟ ଗୁରୁତ୍ୱାରୋପ କରିଯାଇଛନ୍ତି।
ବିପଦ ସମୟରେ କେମିତି ଧନ ସଞ୍ଚୟ କରିବେ ଚାଣକ୍ୟ ତାଙ୍କ ନୀତିରେ ଉଲ୍ଲେଖ କରିଛନ୍ତି।
ଦୁର୍ଦ୍ଦିନ ପାଇଁ ସଞ୍ଚୟ:
ସମୃଦ୍ଧି ସମୟରେ ଧନ ସଞ୍ଚୟ କରିବା ଅତ୍ୟନ୍ତ ଆବଶ୍ୟକ, କାରଣ ଅପ୍ରତ୍ୟାଶିତ ସଙ୍କଟ, ଚାକିରି ଚାଲିଯିବା କିମ୍ବା ଚିକିତ୍ସାଜନିତ ଜରୁରୀକାଳିନ ପରିସ୍ଥିତି ଯେକୌଣସି ସମୟରେ ଉପୁଜିପାରେ।
ଜରୁରୀକାଳିନ ପାଣ୍ଠି: ଏହି ପ୍ରାଚୀନ ପରାମର୍ଶର ଆଧୁନିକ ଅର୍ଥ ହେଉଛି ଏକ ଜରୁରୀକାଳିନ ପାଣ୍ଠି ଗଠନ କରିବା, ଯାହା ୩ରୁ ୬ ମାସର ଜୀବନଧାରଣ ଖର୍ଚ୍ଚ ବହନ କରିପାରିବ।
ନିଷ୍କ୍ରିୟ ଧନରୁ ଦୂରେଇ ରୁହନ୍ତୁ:
ଚାଣକ୍ୟ ଉଲ୍ଲେଖ କରିଛନ୍ତି ଯେ ଧନକୁ କେବେବି ନିଷ୍କ୍ରିୟ ଭାବେ ପଡ଼ିରହିବାକୁ ଦେବା ଉଚିତ୍ ନୁହେଁ; ମୁଦ୍ରାସ୍ଫୀତି ଯୋଗୁ ନିଷ୍କ୍ରିୟ ଟଙ୍କାର ମୂଲ୍ୟ ହ୍ରାସ ପାଏ, ତେଣୁ ବୃଦ୍ଧି ପାଇଁ ସଞ୍ଚିତ ଅର୍ଥକୁ ସକ୍ରିୟ ଭାବେ ବିନିଯୋଗ କରିବା ଆବଶ୍ୟକ।

