Posted inଜାତୀୟ

ମାଓବାଦୀ ଆତ୍ମସମର୍ପଣ କଲେ ମିଳିବ ଘର: କେରଳ ସରକାରଙ୍କ ନିଷ୍ପତ୍ତି…

ଥିରୁଭାନନ୍ତପୁରମ୍‌,୨।୨ : ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଏବଂ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ କେରଳ ସରକାର ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପୁନର୍ବାସ ପ୍ୟାକେଜର ଏକ ଅଂଶ ଭାବରେ ଘର ଯୋଗାଇ ଦିଆଯିବ।

ଏହି ଯୋଜନା ଅଧୀନରେ ସରକାର ମୁଖ୍ୟ ସ୍ରୋତକୁ ଫେରିଥିବା ଜଣେ ମାଓବାଦୀ ଲିଜେଶ ଓରଫ ରାମୁଙ୍କ ପାଇଁ ଏକ ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାମୁଙ୍କ ଘର ପାଇଁ ଉପଯୁକ୍ତ ଜମି ଖୋଜିବାକୁ ସରକାର ଏର୍ନାକୁଲମ ଜିଲାର ଜିଲାପାଳ ତଥା ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୃହ ନିର୍ମାଣକୁ ତ୍ୱରାନ୍ବିତ କରିବା ପାଇଁ ଜିଲାପାଳ, ପୋଲିସ ମୁଖ୍ୟ ତଥା ପଞ୍ଚାୟତ ଡେପୁଟି ଡାଇରେକ୍ଟରଙ୍କୁ ନେଇ ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଗୃହ ନିର୍ମାଣ ଯାଞ୍ଚ କରିବେ। ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ଜମି ଚିହ୍ନଟ କରିବା ଏବଂ ଘର ନିର୍ମାଣ ପାଇଁ ସର୍ବାଧିକ ୧୫ ଲକ୍ଷ ଟଙ୍କା ଆବଣ୍ଟନ କରାଯିବ। ୨୦୧୮ ରେ ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ମାଓବାଦୀଙ୍କ ପାଇଁ ଆତ୍ମସମର୍ପଣ ପୁନର୍ବାସ ପ୍ୟାକେଜ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଆତ୍ମସମର୍ପଣ କରିବା ପରେ ମାଓବାଦୀଙ୍କୁ ଏହି ପ୍ୟାକେଜ ଅନ୍ତର୍ଗତ ସୁବିଧା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ

କୋଲକାତା/ଚେନ୍ନାଇ,୨୩ା୪: ପଶ୍ଚିମବଙ୍ଗ ବିଧାନସଭାର ୧୫୨ ଆସନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସା, ବୋମାମାଡ଼, ସଂଘର୍ଷ ଖବର…

କର୍ମଚାରୀଙ୍କ ରୋଷର ଶିକାର ହେଲେ ଅଧୀକ୍ଷଣ ଯନ୍ତ୍ରୀ: ସୁନ୍ଦରଗଡ଼ କ୍ଷୁଦ୍ର ଜଳସେଚନ ବିଭାଗରେ ହୋହଲ୍ଲା, ବଦଳି ଦାବିରେ ଅଟଳ କର୍ମଚାରୀ

ସୁନ୍ଦରଗଡ,୨୩।୪(ଜୟ ନାରାୟଣ ମେଣ୍ଡୁଳି): କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ପଡିଛି ମହଙ୍ଗା । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସୁନ୍ଦରଗଡ ସହର ମଧ୍ୟ ଭାଗରେ…

ସର୍ଭେ ବେଳେ କାମୁଡ଼ିଦେଲା କୁକୁର: ଶିକ୍ଷକ ଆହତ, ଡାକ୍ତରଖାନାରେ ପହଞ୍ଚି ତଦାରଖ କଲେ ତହସିଲଦାର

ପଟ୍ଟାଙ୍ଗି,୨୩।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଜନଗଣନା ବା ସର୍ଭେ କାର୍ଯ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅମ୍ପାବାଲି ପଞ୍ଚାୟତର କମାରପାଡୁ ଗ୍ରାମରେ…

‘ଇରାନ ଖାଲି କରନ୍ତୁ ଭାରତୀୟ’: ଟ୍ରମ୍ପଙ୍କ ଧମକ ମଧ୍ୟରେ ବିଗୁଡୁଛି ମଧ୍ୟପ୍ରାଚ୍ୟ ପରିସ୍ଥିତି , ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ,୨୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ତେହରାନରେ ଥିବା ଭାରତୀୟ ଦୂତାବାସ ଗୁରୁବାର (୨୩ ଏପ୍ରିଲ, ୨୦୨୬) ଏକ ନୂତନ…

ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ: ସମ୍ବର୍ଦ୍ଧିତ ହେଲେ ୧୮ ଉଦ୍ୟୋଗୀ

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା)-  ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ ଗୁରୁବାର ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି…

ସ୍ପିଡବୋଟ, ମାସ୍କ ଏବଂ ରାଇଫଲ… ହର୍ମୁଜରେ ଭୟଙ୍କର ଦୃଶ୍ୟ: ଦେଖନ୍ତୁ ଭାରତ ଅଭିମୁଖେ ଯାଉଥିବା ଜାହାଜକୁ ଅଟକାଇବାର ଛାତିଥରା ଭିଡିଓ

ତେହରାନ,୨୩।୪: ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଏକ ଭିଡିଓ ଜାରି କରିଛି, ଯାହା ହର୍ମୁଜ ପ୍ରଣାଳୀରେ ଭାରତ ଅଭିମୁଖେ ଯାଉଥିବା ଜାହାଜଗୁଡ଼ିକୁ ଅଟକାଇବାର ଦୃଶ୍ୟ ପ୍ରଦାନ କରୁଛି। ଫୁଟେଜରେ,…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ 2026: ସନ୍ଧ୍ୟା ୫ଟା ସୁଦ୍ଧା ୯୦% ମତଦାନ

କୋଲକାତା,୨୩।୪: 2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୁଣି ଥରେ ଦେଶର ଦୃଷ୍ଟି ଆକର୍ଷଣ କରିଛି। ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସା, ବୋମାମାଡ଼, ସଂଘର୍ଷ ଖବର ଆସିଥିବା…

ଗଞ୍ଜାମରେ ବଢ଼ିଲା ସ୍କୁଲ ଛୁଟି: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜିଲା ପ୍ରଶାସନର ବଡ଼ ନିଷ୍ପତ୍ତି

ଛତ୍ରପୁର,୨୩।୪(ଦିଲ୍ଲୀପ ସାମଲ): ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଅବଧିକୁ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri