ପାରାଦୀପରେ ପ୍ରଦୂଷଣ, ଗଛ ବଞ୍ଚିବା ପାଇଁ ସଂଘର୍ଷ କରୁଛି

ପାରାଦୀପ,୨ା୨(ସ୍ବ.ପ୍ର.): ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ। ଏଠାରେ ପ୍ରଦୂଷଣ ଯୋଗୁ ଗଛ ଉପରେ କଳା ଓ ରଙ୍ଗର ଆସ୍ତରଣ ଜମି ରହୁଛି। ଫଳରେ ଗଛ ବଞ୍ଚିବା ପାଇଁ ଏବେ ସଂଘର୍ଷ କରୁଛି। ଦେଶର ଯେଉଁ ୮୮ ସହର ଅତ୍ୟଧିକ ପ୍ରଦୂଷିତ ବୋଲି ସରକାରୀ ଭାବେ ଘୋଷିତ ହୋଇଛି ସେଥିରେ ଓଡ଼ିଶାର ୪ ସହର ଅଛି। ସେଥିରେ ପାରାଦୀପ ନାମ ମଧ୍ୟ ରହିଛି। ଓଡ଼ିଶାର ଅନ୍ୟ ୩ ପ୍ରଦୂଷିତ ସହର ହେଲା ଇବଭାଲି, ଝାରସୁଗୁଡା ଓ ଅନୁଗୋଳ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବର୍ଷିକିଆ ଘୋଷଣା ପ୍ରତିବର୍ଷ ବଦଳୁଛି। ଅର୍ଥାତ ୨୦୧୪-୧୫ରେ ଥିଲା ବର୍ଡରଲାଇନ୍‌ ବା ୬୯.୬୦%। ୭୦ ପ୍ରତିଶତ ହେଉଛି ବିପଦବଳୟ। ୨୦୧୭-୧୮ରେ କୁହାଗଲା କ୍ରିଟିକାଲ ପଲୁଟେଡ ଏରିଆ। ୨୦୨୦-୨୧ରେ କୁହାଗଲା ହାଇଲି ପଲୁଟେଡ ଏରିଆ।

ଚଳିତବର୍ଷ ବୁଧବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ମିଳିଛି ଯେ, ପଲ୍ୟୁସନ ନର୍ମ ହ୍ରାସ ପାଉଛି। ବୋର୍ଡ ପକ୍ଷରୁ ଏମିତି ଭିନ୍ନ ଭିନ୍ନ ନାମାନୁସାରେ ପ୍ରଦୂଷଣ କଥା କୁହାଯାଉଛି। କିନ୍ତୁ ବାସ୍ତବ ସ୍ଥିତି ହେଲା ପାରାଦୀପର ସହରାଞ୍ଚଳରେ ଘଣ୍ଟାଏ ଖୋଲା ଗାଡ଼ିରେ ବୁଲି ଆସିଲେ ପୋଷାକ ଓ ଶରୀରର ରଙ୍ଗ ବଦଳିବା ନିଶ୍ଚିତ। ଏପରିକି ଯେ କୌଣସି ଗଛ ପତ୍ର ଦେଖିବେ ତାହା ସବୁଜ ବଦଳରେ କଳା କିମ୍ବା ନାଲି ଦେଖିବାକୁ ମିଳୁଛି। ଯେଉଁ ଗଛ ମାନବ ସମାଜ ବଞ୍ଚତ୍ବା ପାଇଁ ରାହା ଯୋଗାଇବା କଥା ତାହା ନିଜେ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛି। ଗଛପତ୍ରରେ ବହଳ କଳା ଆସ୍ତରଣ ଜମି ରହିବା ଫଳରେ ତାହା ଠିକ୍‌ ଭାବେ ଅଙ୍ଗାରକାମ୍ଳ ଗ୍ରହଣ କରି ପାରୁନାହିଁ କି ଅମ୍ଳଜାନ ଦେଇ ପାରୁନାହିଁ ବୋଲି ପରିବେଶବିତ୍‌ ଅମରେଶ ନରେଶ ସାମନ୍ତ କୁହଛନ୍ତି। ପାରାଦୀପରେ ବିବିଧ ପ୍ରଦୂଷଣ ହେଉଛି। ଯଥା ରସାୟନ, ପଣ୍ୟରୁ ଉଦ୍‌ବୃତ୍ତ ଧୂଳି ଆସ୍ତରଣ, କାରଖାନାରୁ ବାହାରୁଥିବା ଉତ୍ତାପ, ଧୂଅଁା, ପାଉଁଶ, ବାଷ୍ପ ଆଦି ପବନରେ ଉଡି ବୁଲୁଛି। ସେସବୁକୁ ନିୟନ୍ତ୍ରଣ କରିବାକୁ ଯେଉଁଭଳି ପଦକ୍ଷେପ ନିଆଯିବା କଥା ତାହା ଠିକ୍‌ ଭାବେ ହେଉନାହିଁ ବୋଲି ଅଭିଯୋଗ ହୁଏ। ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଏଥିପାଇଁ ପାର୍କିଂ ସମସ୍ୟା କିଛି ମାତ୍ରାରେ ଦାୟୀ। ଭାରୀଯାନଗୁଡିକ ରାସ୍ତା ଉପରେ ରହୁଥିବାରୁ ସେଥିରୁ ପଣ୍ୟ ଗୁଣ୍ଡ ରାସ୍ତାରେ ପଡୁଛି। ତାହା ପବନରେ ଉଡି ଜନବସତି ଅଞ୍ଚଳରେ ଆସ୍ତରଣ ହେଉଛି। ଏହାର ପ୍ରତିକାର ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି। ଆସନ୍ତା ଏପ୍ରିଲଠାରୁ ଧୂଳି ସଫେଇ ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ସେ କୁହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri