Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ
ଆଜି ବନ୍ଧୁମାନଙ୍କ ଗହଣରେ ଅଧିକାଂଶ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ରାଶିରେ ରାହୁଙ୍କ କୁପ୍ରଭାବରୁ ବାରମ୍ବାର ଦେହ ଖରାପ ହେଉଥିବାର ଅନୁଭବ କରିପାରନ୍ତି। ଏଣେ କାମଗୁଡିକ ଯଥା ସମୟରେ ହେଉ ନ ଥିବାରୁ ବିରକ୍ତ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।
ବୃଷ
ବୃଷ
ଦୁଃସ୍ଥାନସ୍ଥ ଶୁକ୍ରଜନିତ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଅତ୍ୟଧିକ ବ୍ୟୟକରି ପଶ୍ଚାନ୍ତେ ଅନୁତାପ କରିବେ। ଅନେକ ସମୟରେ ପାଖରେ କାମ କରୁଥିବା ଲୋକଟି ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇପାରନ୍ତି। କିଣିବା ଜିନିଷ ମନକୁ ନ ପାଇବା କାରଣରୁ ଫେରି ଆସିବାକୁ ପଡିବ। ରାଜନୀତି, ପ୍ରଶାସନ କ୍ଷେତ୍ରରେ ଫାଇଲ କାମ ବଢିଯିବ।
ମିଥୁନ
ମିଥୁନ
ଷଷ୍ଠାଧିପ ରାଶିରେ ଅବସ୍ଥାନ କରି ପାରିବାରିକ ସୁଖ, ସ୍ବାଛନ୍ଦ୍ୟକୁ ନଷ୍ଟ କରିପାରନ୍ତି। ଭୁଲ୍‌ ବୁଝାମଣାରୁ ବନ୍ଧୁଙ୍କ ସହ କଳହ ଲାଗିପାରେ। କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ଖର୍ଚ୍ଚ କମାଇବାକୁ ଚେଷ୍ଟାକରି ଅସଫଳ ହେବେ। କର୍ମ କ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
କର୍କଟ
କର୍କଟ
ଭାଗ୍ୟସ୍ଥାନରେ ଏକାଧିକ ଗ୍ରହ ସୌଭାଗ୍ୟବୃଦ୍ଧିରେ ସହାୟ ହେବେ। ଆରୋଗ୍ୟଲାଭ, ବନ୍ଧୁ ସମ୍ପର୍କ, କାର୍ଯ୍ୟସିଦ୍ଧି ସହ ଅଭିଳାଷ ପୂରଣର ମାର୍ଗ ଉନ୍ମୁକ୍ତ ହେବ। ଖଳଲୋକମାନେ ଅପପ୍ରଚାର କରିପାରନ୍ତି କିମ୍ବା ନିଜଲୋକଙ୍କଠାରୁ ଆସ୍ଥାହରାଇବେ। ପରିବାରର ଖର୍ଚ୍ଚଭାର କିମ୍ବା ଋଣ ପରିଶୋଧଜନିତ ଚିନ୍ତାପ୍ରକଟ କରିପାରନ୍ତି।
ସି˚ହ
ସି˚ହ
ଏକାଦଶସ୍ଥ ମଙ୍ଗଳ ହେତୁ ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ପ୍ରଶଂସିତ ହେବେ। ବ୍ୟବସାୟ ଓ ରପ୍ତାନି ବାଣିଜ୍ୟରେ ଉନ୍ନତି କାରଣରୁ ଖୁସି ଅନୁଭବ କରିବେ। ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ କମି କମି ଆସିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ପାରିବାରିକ, ବ୍ୟବସାୟିକ, ଯାତ୍ରା ତଥା ଶୁଭକାର୍ଯ୍ୟ ପ୍ରସ୍ତୁତି ଦିଗରେ ଶୁଭଫଳ ପାଇବେ।
କନ୍ୟା
ସପ୍ତମସ୍ଥ ଚତୁଃଗ୍ରହ କାରଣରୁ ଆଜି କୌଣସି ପ୍ରତିଦ୍ୱନ୍ଦ୍ୱିତା କଲେ ବିଜୟର ଆଶା ନିରର୍ଥକ ହୋଇପାରେ। ପକ୍ଷପାତିତା କାର୍ଯ୍ୟକଳାପ ହେତୁ ପରିବାରରେ ଅଶାନ୍ତି ସୃଷ୍ଟି ଆଶଙ୍କାକୁ ଏଡି ହେବ ନାହିଁ। ଟେନ୍‌ସନ୍‌ ଲାଗିରହିବ କିନ୍ତୁ ଯାହା ଚିନ୍ତା କରୁଛନ୍ତି ତାହା ଅବଶ୍ୟ ସଫଳ ହେବ। ବୁଝିବିଚାରି କାମ କଲେ ଉପକୃତ ହେବେ।
ତୁଳା
ତୁଳା
ଶୁକ୍ର ସ୍ବଗୃହକୁ ଦେଖୁଥିବାରୁ ଦିନଟି ଖୁସିରେ ଅତିବାହିତ ହେବ। କୌଣସି ମନ ଭୁଲାଣିଆ କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ। ଫାଇଲ୍‌ କାମରେ ଦେଖିଚାହିଁ ପଦକ୍ଷେପ ନେଲେ ବିଶେଷ କିଛି ଅସୁବିଧା ହେବନାହିଁ। ସଭାସମିତି, ଶିକ୍ଷା, ପରୀକ୍ଷା, ବିଦେଶ ଯାତ୍ରା ପ୍ରଭୃତି ସାଙ୍ଗକୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ବିଛା
ବିଛା
ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ମାନସିକ ଅବସ୍ଥା ଭଲ ରହିବ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ସକାଶେ ଚେଷ୍ଟା କରି ସଫଳ ହେବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ମନରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ।
ଧନୁ
ଧନୁ
କର୍ମକ୍ଷେତ୍ର ଶୁଭଗ୍ରହଙ୍କ ଦୃଷ୍ଟି ଯୋଗୁ ଆପଣଙ୍କ କୌଣସି କାମ ସ୍ଥଗିତ ରହିବନାହିଁ। ଆକସ୍ମିକ ଅସୁବିଧା ସମୟରେ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିପାରିବେ। ଜମିଜମା ସମସ୍ୟାର ଜଟିଳତା କ୍ରମଶଃ ଦୂରହେବାର ସମ୍ଭାବନା ରହିଛି। ଏହି ସମସ୍ତ ଶୁଭଫଳ ସହିତ ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି।
ମକର
ମକର
କିଛି ନ ବୁଝି କୌଣସି ବିବାଦ ସମ୍ପର୍କରେ ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ। ଯଦି କହିବେ ତେବେ ଅଶାନ୍ତିକୁ ଆପଣେଇନେବା ଭଳି ପରିଣାମ ହୋଇପାରେ। ରାସ୍ତାରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବାରେ ପଛେଇ ଯିବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଅଧ୍ୟୟନ ଓ ଆଧ୍ୟାତ୍ମିକତାରେ ଏକାଗ୍ରତା ଆଣିବାରେ ସଫଳ ହେବେ। ଫେରିବା ବାଟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସାହିତ୍ୟ, କଳା, ସଙ୍ଗୀତ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
ମୀନମୀନ
ଗ୍ରହ ପ୍ରଭାବରୁ ବିଭିନ୍ନ ପ୍ରକାରର କାମ ହାତକୁ ନେଇ କଳ୍ପନାରାଇଜରେ ଘୂରିବୁଲିବେ। କର୍ମକ୍ଷେତ୍ରରେ ଆପୋସ ଆଲୋଚନା ଓ ମିଳାମିଶାରୁ ସମସ୍ୟାର ସମାଧାନ ଘଟିବ। ଆଇନ, ଅଦାଲତ, ବିବାଦୀୟ ଘଟଣା କିମ୍ବା ଯେକୌଣସି ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆଗାମୀ ଗୁରୁତ୍ୱପୂର୍ଣ୍ଣ ଯୋଜନାଟି କାର୍ଯ୍ୟକାରୀ କରିବା ସକାଶେ ଚିନ୍ତା କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri