ଗୁହାରି ଶୁଣିଲାନି ପ୍ରଶାସନ: ଶ୍ରମଦାନ କରି ଗ୍ରାମବାସୀ ଗାଁରେ ପହଞ୍ଚାଇଲେ ଝରଣା ପାଣି

କୋରାପୁଟ,୨୨ା୩(ସ୍ବ.ପ୍ର.): ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ବହୁ ସମୟରେ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ଆସୁଥିଲେ। ହେଲେ କେହି ତାଙ୍କ କଥାକୁ ଗୁରୁତ୍ୱ ନ ଦେବାରୁ ଗାଁଠାରୁ ଦୁଇ କିମି ଦୂର ପର୍ଯ୍ୟନ୍ତ ଶ୍ରମଦାନ କରି ପାଇପ ଯୋଗେ ଗାଁରେ ଝରଣା ପାଣି ପହଞ୍ଚାଇଥିବା ଦେଖିବାକୁ ମିଳିଛି। ଏ ଦୃଶ୍ୟ କୈାଣସି ଦୁର୍ଗମ ଅଞ୍ଚଳର ନୁହେଁ। ଏ ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ କେ ଦଣ୍ଡାବାଡ଼ ଗାଁର ଜ୍ବଳନ୍ତ ଉଦାହରଣ। ଗ୍ରାମବାସୀ କହିବା ଅନୁସାରେ, ତାଙ୍କ ଗ୍ରାମରେ ୮୦ ପରିବାର ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରନ୍ତି। ସେମାନଙ୍କ ମୁଖ୍ୟ ଜୀବିକା ହେଲା ପୋଡୁ ଚାଷ। ବିଶେଷ କରି ଗାଁ ଲୋକଙ୍କ ପାଇଁ ଦୀର୍ଘବର୍ଷ ତଳେ ପ୍ରଶାସନ ପକ୍ଷରୁ ଦୁଇଟି ନଳକୂଅ ଖୋଳାଯାଇଥିଲା। ସେଥିରେ ଠିକ୍‌ ଭାବେ ପାଣି ବାହାରୁ ନ ଥିବାରୁ ଗ୍ରାମବାସୀ ନାଳ ପାଣି ବ୍ୟବହାର କରୁଥିଲେ। ତେଣୁ ନାନା ରୋଗର ଶିକାର ହେଉଥିଲେ। ଏଥିପାଇଁ ଗ୍ରାମବାସୀ ପ୍ରଶାସନ ନିକଟକୁ ଯାଇ ପାଇପ ପାଣି ଯୋଗାଇ ଦେବାକୁ ବହୁବାର ଦାବି କରିଥିଲେ। ହେଲେ ପ୍ରଶାସନ ତାଙ୍କ ଗୁହାରିକୁ କର୍ଣ୍ଣପାତ କରି ନ ଥିଲେ। ଶେଷରେ ହତାଶ ହୋଇ ଗ୍ରାମବାସୀ ଝରଣା ପାଣିକୁ ଗାଁକୁ ଆଣିବା ପାଇଁ ଯୋଜନା କରିଥିଲେ। ପ୍ରଥମେ ଗାଁ ବୈଠକ କରି ପାଇପ କିଣିବା ଲାଗି ପ୍ରତି ଘରୁ ଚାନ୍ଦା ଆଦାୟ କରିଥିଲେ। ଏଥିରେ ୮୦ ରୁ ୯୦ ହଜାର ଟଙ୍କା ଆଦାୟ କରି ପାଇପ କିଣିଥିଲେ। ମହିଳା ପୁରୁଷ, ଯୁବତୀ, ଯୁବକ କୋଡ଼ି କୋଦାଳ ଧରି ୧୦ରୁ ୧୨ ଦିନ ଅବିଶ୍ରାନ୍ତ ଶ୍ରମଦାନ କରିଥିଲେ। ଘୁଷୁରିମାଳି ପାହାଡ଼ ତଳେ ବହି ଯାଉଥିବା ଝରଣା ପାଣିକୁ ପାଇପ ପକାଇ ଗାଁ ପର୍ଯ୍ୟନ୍ତ ପାଣି ପହଞ୍ଚାଇଥିବା ଦେଖିବାକୁ ମିଳିଛି। ଏଥିରେ ଯୁବକମାନେ ଗାଁ ଦାଣ୍ଡରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରି ସେହି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ସହ ଗାଧୁଆ ପାଧୁଆ, ଲୁଗାସଫାଠାରୁ ଆରମ୍ଭ କରି ଚାଷକାର୍ଯ୍ୟରେ ମଧ୍ୟ ଏହାକୁ ବ୍ୟବହାର କରୁଥିବା ଗାଁର ବକ୍ସି ମେଲେକା, ଓ୍ବାର୍ଡ ସଭ୍ୟ ନିର ହିକ୍‌କା, ସିନ୍ଧୁ ମିଣିଆକା, ପାତ୍ର ମେଲେକା ପ୍ରମୁଖ ପ୍ରକାଶ କରିଛନ୍ତି। ବର୍ତ୍ତମାନ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନାହିଁ। କୁଲି କାମ କରି ମଧ୍ୟ ଗାଁ ମୁଣ୍ଡରେ ଏକ ଟାଙ୍କି ନିର୍ମାଣ କରିବେ ବୋଲି କହିଛନ୍ତି। ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ‘ବସୁଧା’ ଯୋଜନାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି। କେଉଁଠି ନା କେଉଁଠି ଫେଲ୍‌ ମାରୁଛି। କିନ୍ତୁ ସ୍ବଳ୍ପ ଅର୍ଥ ଖର୍ଚ୍ଚ କରି ଗାଁକୁ ପାଣି ଆଣିବା ଏକ ପ୍ରକାର ସଫଳ ହୋଇ ଅନ୍ୟ ଅଞ୍ଚଳ ପାଇଁ ଉଦାହରଣ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri