ଦାରିଙ୍ଗବାଡିରେ ପ୍ରବଳ ତୁଷାରପାତ: ମଜାନେଲେ ପର୍ଯ୍ୟଟକ

ଦାରିଙ୍ଗବାଡି,୧୧।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶନିବାର ପ୍ରବଳ ଜାଡ଼ ଅନୁଭୂତ ହେବା ସହ ଠାଏ ଠାଏ ତୁଷାରପାତ ହୋଇଛି। ପ୍ରତିବର୍ଷ ୯ରୁ ୧୫ ପର୍ଯ୍ୟନ୍ତ ଏହି ସମୟରେ ଅଞ୍ଚଳରେ ତୁଷାରପାତ ହେବା ନଜିର ରହିଥିବା ବେଳେ ସେହି ସମାନ ପ୍ରକ୍ରିୟା ଜାରି ରହିଛ। ହଠାତ ଅସହ୍ୟ ଜାଡ଼ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ କାମ ଧନ୍ଦା ପାଇଁ ଲୋକ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡିଛି। ଦାରିଙ୍ଗବାଡିକୁ ଆସିଥିବା ପର୍ଯ୍ୟଟକ କିନ୍ତୁ ଶୀତର ମଜା ନେବା ସହ ତୁଷାରପାତ ଦେଖି ଆଶ୍ଚର୍ଯ୍ୟ ଅନୁଭବ କରିଛନ୍ତି। ପର୍ଯ୍ୟଟକ ମାନେ ବିଭିନ୍ନ ତୁଷାରପାତ ହୋଇଥିବା ସ୍ଥାନ ଗୁଡିକ ବୁଲୁଥିବା ବେଳେ ପର୍ଯ୍ୟଟନକ୍ଷେତ୍ର ବୁଲି ତାର ମଜା ନେଉଛନ୍ତି। ଆଜି ଦାରିଙ୍ଗବାଡିରେ ଶୀତ ମହୋତ୍ସବ ହେବାକୁ ରହିଥିବା ବେଳେ ଦାରିଙ୍ଗବାଡିରେ ତୁଷାରପାତକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଯାଇଛି। ଶୀତ ମହୋତ୍ସବ ପଡିଆରେ ମଧ୍ୟ ତୁଷାରପାତ ହୋଇଥିବା ସହ କଫି ବଗିଚା, ଇଲେକ୍ଟ୍ରି କାର୍ଯ୍ୟାଳୟ ନିକଟ, ଡୁଲୁରୀ, ଆଦି ଅଞ୍ଚଳରେ ତୁଷାରପାତ ହୋଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ

ରାୟଗଡ଼ା,୧୭ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଉପକଣ୍ଠସ୍ଥ ବାଇସିଂ ପଞ୍ଚାୟତ ଧୁମାଗୁଡ଼ା ଗ୍ରାମ ନିକଟସ୍ଥ ରାସ୍ତାକଡ଼ରେ ଥିବା ଏକ ଛୋଟ ପାହାଡ଼ ଟାପୁ ଉପରେ ଏକ...

ଶିଳାନ୍ୟାସରେ ଅଟକିଛି ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ସ୍ବପ୍ନ ହୋଇ ରହିଛି। ୧୯୯୩ରେ ଏହି ଜିଲା ପ୍ରତିଷ୍ଠା ହୋଇଥିଲେ ମଧ୍ୟ...

ଆଇଜି ଅଫିସରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ସମ୍ବଲପୁର,୧୭।୧(ପ୍ରମୋଦ ବହିଦାର): ବରଗଡ଼଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀଙ୍କୁ ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା...

ମୁଁ କଳାହାଣ୍ଡିର ଋଣ ପରିଶୋଧ କରିବି: ସୁରେଶ ପୂଜାରୀ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ଦ୍ୱିତୀୟ ସନ୍ଧ୍ୟା, କଳାହାଣ୍ଡି ଲୋକଙ୍କ ଅବଦାନ ରାଜ୍ୟରେ ଅତୁଳନୀୟ

ଭବାନୀପାଟଣା,୧୫ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚିଛି।...

ଟୋକନ ଅବଧି ସରିଲା, ଧାନ ବିକିବାକୁ ଚିନ୍ତାରେ ଚାଷୀ

ସଇଁତଲା,୧୭ା୧(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଧରବଗଡ଼ ପଞ୍ଚାୟତ ଅଞ୍ଚଳର ଚାଷୀମାନେ ଧାନ ବିକ୍ରୟ କରି ନ ପାରି ଚିନ୍ତାରେ ଅଛନ୍ତି। ଅଧିକାଂଶ...

ସୁନାବେଡ଼ାକୁ ବ୍ଲକ୍‌ କରି ମିଛାପାଲିଠାରେ କାର୍ଯ୍ୟାଳୟ ସ୍ଥାପନ ଦାବି

ନୂଆପଡ଼ା,୧୬ା୧(ମକାରୁ ବେମାଲ)-ନୂଆପଡ଼ା ଜିଲା କୋମନା ବ୍ଲକ୍‌କୁ ବିଭାଜନ କରି ସୁନାବେଡ଼ାଠାରେ ନୂତନ ଅନୁନ୍ନତ ଆଦିବାସୀ ପଞ୍ଚାୟତ ସମିତି (ବ୍ଲକ୍‌) ଗଠନକରି ମିଛାପାଲିଠାରେ ଏହାର କାର୍ଯ୍ୟାଳୟ ସ୍ଥାପନ...

ମିଥ୍ୟା ବିଜ୍ଞାପନ ପାଇଁ ପାର୍ଲେ କମ୍ପାନୀକୁ ଅର୍ଥଦଣ୍ଡ

ଖୋର୍ଦ୍ଧା,୧୭ା୧(ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ବିଜ୍ଞାପନ ଦେଇ ଖାଦ୍ୟ ଉପତ୍ାଦ ବିକ୍ରି ଅଭିଯୋଗରେ ବିସ୍କୁଟ କମ୍ପାନୀ ‘ପାର୍ଲେ’ ଅଧିକୃତ ସଂସ୍ଥା ଫ୍ରାଞ୍ଚାଇଜ କର୍ତ୍ତୃପକ୍ଷ, ଡିଷ୍ଟ୍ରିବ୍ୟୁଟରଙ୍କୁ ଖାଦ୍ୟ ସୁରକ୍ଷା...

୧୯ ବର୍ଷରେ ୬୬% ଗୋମହିଷାଦି ସଂଖ୍ୟା କମିଛି, ଅର୍ଥନୀତି, ପରିବେଶ ଉପରେ ପକାଉଛି ପ୍ରଭାବ

କେନ୍ଦ୍ରାପଡ଼ା,୧୭ା୧(ଜଗନ୍ନାଥ ଧଳ): ୧୯୯୯ ମହାବାତ୍ୟା ପରେ କେନ୍ଦ୍ରାପଡ଼ା ଜିଲାର ଗୋମହିଷାଦି ପ୍ରାଣୀ ସଂଖ୍ୟା ଉପରେ ଚଡ଼କ ପଡିଛି। ଏକଦା ଗ୍ରାମାଞ୍ଚଳ ଅର୍ଥନୀତିକୁ ସମୃଦ୍ଧ କରୁଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri