ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ ଏଠାରେ ଭର୍ତ୍ତି କଲେ ପ୍ରାଥମିକ ଚିକିତ୍ସା କରି ବରଗଡ଼ କିମ୍ବା ବୁର୍ଲାକୁ ପଠାଇଦିଆଯାଉଛି । ତେଣୁ ଭରସାଯୋଗ୍ୟ ଚିକିତ୍ସା ଅଭାବରୁ ଏହି ଉପଖଣ୍ଡ ଚିକିତ୍ସାଳୟ ଏବେ ରେଫେରାଲ ଡାକ୍ତରଖାନାରେ ପରିଣତ ହୋଇଛି। ସେହିପରି ବହିର୍ବିଭାଗ(ଓପିଡି)ରେ ଡାକ୍ତରଙ୍କ ଅନୁପସ୍ଥିତି ରୋଗୀମାନଙ୍କୁ ଅସୁବିଧାରେ ପକାଉଛି। ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଦୀର୍ଘ ସମୟ ଧରି ଅପେକ୍ଷାରେ ରହୁଛନ୍ତି। ଆଉ ନର୍ସିଂହୋମ କିମ୍ବା ପ୍ରାଇଭେଟ ଚିକିତ୍ସା କରୁଥିବା ଡାକ୍ତର ପାଖକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ଡାକ୍ତରଖାନାରେ ମେଡିସିନ, ଅସ୍ଥିଶଲ୍ୟ ଭଲି ବିଭାଗ ଖାଲି ପଡ଼ିଥିବା ବେଳେ ସ୍ତ୍ରୀ ରୋଗ ଓ ପ୍ରସୂତିରେ ଜଣେ ମାତ୍ର ଡାକ୍ତର ଅଛନ୍ତି। ନିଶ୍ଚେତକ ବିଶେଷଜ୍ଞ ପଦବୀ ଖାଲିପଡ଼ିଥିବା ବେଳେ ଭେସଜରେ ୩ ଡାକ୍ତରରୁ ଜଣେ ମାତ୍ର ଅଛନ୍ତି। ସିନିୟର ମେଡିକାଲ ଅଫିସର ୨ପଦବୀ ଖାଲିପଡ଼ିଥିବା ବେଳେ ଏଲଟିଆର ଏମ୍‌ଓ ୧୦ପଦବୀ ଖାଲି ଅଛି। ବିଶେଷ କରି ୭୨ନର୍ସିଂ ପଦବୀ ଥିବାବେଳେ ମାତ୍ର ୧୭ ଜଣ ଥିବାରୁ କେମିତି ଇନ୍‌ ଡୋର ସେବା ଚାଲିଛି ତାହା ସହଜେ ଅନୁମେୟ। ସେହିପରି ରେଡିଓଗ୍ରାଫର, ଆଟେଣ୍ଡାଣ୍ଟ,ସୁଇପର ପଦବୀ ମଧ୍ୟ ଅଧାରୁ ଅଧିକ ଖାଲି ପଡିଛି ।
ମା’ ଓ ଶିଶୁ ବିଭାଗରେ ସରକାର ପାଞ୍ଚ ମହଲାର କୋଠା ନିର୍ମାଣ କରିଛନ୍ତି। ହେଲେ ଏଠାରେ କୌଣସି ଆନୁଷଙ୍ଗିକ ସୁବିଧା ନ ଥିବା ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଏଠାରେ ରହିଥିବା ଗୋଟିଏ ଲିଫ୍ଟ ଦୀର୍ଘମାସ ହେବ ଅଚଳ ହୋଇପଡିଥିବା ବେଳେ ଗୋଟିଏ ଲିଫ୍ଟ ମଧ୍ୟ ଅଧିକାଂଶ ସମୟ ଅଚଳ ରହୁଛି । ସେଥିପାଇଁ ପ୍ରସୂତି ମହିଳା ଓ ଶିଶୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ଏହାର ୩ ଓ ୪ନମ୍ବର ଫ୍ଲୋରରେ ପାଣିର ଅଭାବ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି ।

ଏମାନେ କୁହନ୍ତି

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ
ପଦ୍ମପୁର ଉପଖଣ୍ଡ ସମେତ ଅଞ୍ଚଳ ପାଇଁ ଏକ ଭରସାଯୋଗ୍ୟ ହେଉଛି ଏହି ଡାକ୍ତରଖାନା। ଏହାର ଆନୁଷଙ୍ଗିକ ଅଭାବ ପୂରଣ ପାଇଁ ବିଗତ ଦିନରେ ଅନେକ ଆନ୍ଦୋଳନ କରାଯାଇ କେବଳ ପ୍ରତିଶ୍ରୁତି ମିଳିଥିଲା। ବର୍ତ୍ତମାନ ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ, ଡାକ୍ତରଖାନା ପରିଦର୍ଶନ ସତ୍ତ୍ୱେ କୌଣସି ସୁଧାର ନ ଆସିବା ଦୁର୍ଭାଗ୍ୟଜନକ। ଏହାକୁ ନେଇ ଅଞ୍ଚଳବାସୀ ଆଗାମୀ ଦିନରେ ଏକ ଦୁର୍ବାର ଆନ୍ଦୋଳନ କରିବେ।
-ଅଜିତ କୁମାର ଶତପଥୀ
ସଂପାଦକ, ଆଶା ଓ ସତ୍କାର
ପ୍ରତିଶ୍ରୁତି ମିଳିଛି, ପ୍ରତିକାର ହେଉନି
ପଦ୍ମପୁର ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ନାଗରିକ କମିଟି ଓ ସାଧାରଣ ଜନତା ଅନେକ ଥର ବିଭାଗୀୟ ଅଧିକାରୀ ତଥା ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକାର ହେଉନାହିଁ, କେବଳ ପ୍ରତିଶ୍ରୁତି ମିଳିଛି। ତେଣୁ ଆଗାମୀ ଦିନରେ ଆନ୍ଦୋଳନ ହିଁ ଏକମାତ୍ର ପନ୍ଥା।
-ରାମଚନ୍ଦ୍ର ତ୍ରିପାଠୀ
ଅବସରପ୍ରାପ୍ତ ଜିଲା ଜଜ୍‌ ତଥା ନାଗରିକ ସଂଘ ସଭାପତି

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?