ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଡାକ୍ତରୀ ସିଟ୍‌ ସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି। ଗତ ୨ ବର୍ଷରେ ୩୦୦ ସିଟ୍‌ ବୃଦ୍ଧି ପାଇଛି। ରାଜ୍ୟରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ସିଟ୍‌ ସଂଖ୍ୟା ୧୮୦୦ରେ ପହଞ୍ଚିଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୨ହଜାରକୁ ବୃଦ୍ଧି କରିବା ଲାଗି ଆଶା କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି, ଗତ ୨ ବର୍ଷରେ ଓଡ଼ିଶାକୁ ୩ଟି ମେଡିକାଲ କଲେଜରେ ୧୦୦ ଲେଖାଏ ସିଟ୍‌ରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁମତି ମିଳିଛି। ସେଥିମଧ୍ୟରେ ଜିଏମ୍‌ସିଏଚ୍‌-ଫୁଲବାଣୀ, ପିଏମ୍‌ପି ଏମ୍‌ସିଏଚ୍‌-ତାଳଚେର, ଅନୁଗୋଳ ଏବଂ ଏସ୍‌ଆର୍‌ଏମ୍‌ କଳାହାଣ୍ଡି ମେଡିକାଲ କଲେଜ ଓ ହସ୍ପିଟାଲ ରହିଛି। ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫୦ରୁ ୨୦୦ ଏମ୍‌ବିବିଏସ୍‌ ସିଟ୍‌ ବୃଦ୍ଧି ପାଇଁ ଲକ୍ଷ୍ୟ ରହିଛି। ଏହି କ୍ରମରେ ୨୦୨୬-୨୭ ବର୍ଷରେ ବୁର୍ଲାସ୍ଥିତ ଭିମ୍‌ସାରକୁ ୫୦ ସିଟ୍‌ ଅଧିକ ମିଳିଥିବାବେଳେ ଜାତୀୟ ଭେଷଜ ପରିଷଦ(ଏନ୍‌ଏମ୍‌ସି)ର ପ୍ରକ୍ରିୟା ଭିତରେ ଅବଶିଷ୍ଟ ୧୫୦ ସିଟ୍‌ ରହିଛି। ସେଥିମଧ୍ୟରେ ଯାଜପୁର ମେଡିକାଲ କଲେଜ ପାଇଁ ଅତିରିକ୍ତ ୫୦ ସିଟ୍‌, ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ-କୋରାପୁଟ ଏବଂ ପିଆର୍‌ଏମ୍‌ ମେଡିକାଲ କଲେଜ ବାରିପଦା ଲାଗି ୨୫ ଲେଖାଏ ସିଟ୍‌ ବଢ଼ିବାକୁ ଆଶା ରହିଛି। ଏହାବାଦ୍‌ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ମେଡିକାଲ କଲେଜ ହସ୍ପିଟାଲରେ ପ୍ରଥମକରି ୫୦ ସିଟ୍‌ରେ ନାମଲେଖା ପାଇଁ ଲକ୍ଷ୍ୟ ରହିଛି।
ମହାଲିଙ୍ଗ ଆହୁରି କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ଯେ ଡାକ୍ତର ସୃଷ୍ଟିକୁ ଗୁରୁତ୍ୱ ଦିଆଯାଉଛି ତାହା ନୁହେଁ, ସୁପର ସ୍ପେଶାଲିଷ୍ଟ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ୧୫୨ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏହାବାଦ୍‌ ରାଜ୍ୟରେ ଖାଲିପଡ଼ିଥିବା ଡାକ୍ତର ପଦ ପୂରଣ ପାଇଁ ଗୁରୁତ୍ୱ ଦିଆଯାଉଛି। ଏହାକୁ ନେଇ ଓଡ଼ିଶା ଲୋକସେବା ଆୟୋଗକୁ ବିଭାଗ ପକ୍ଷରୁ ୫,୨୦୦ ପଦ ପୂରଣ ନିମନ୍ତେ ଇଣ୍ଡେଣ୍ଟ ଦିଆଯାଇଛି। ଇତିମଧ୍ୟରେ ୧୮୦୦ ଡାକ୍ତର ଆସିଛନ୍ତି। ଅବଶିଷ୍ଟ ଡାକ୍ତର ପଦ ପୂରଣ ପାଇଁ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଉଛି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ୨୫୦ ଏମ୍‌ବିବିଏସ୍‌ ସିଟ୍‌ ରହିଥିବାବେଳେ ଭିମ୍‌ସାରରେ ୨୦୦, ଏମ୍‌କେସିଜିରେ ୨୫୦, କୋରାପୁଟସ୍ଥିତ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୨୫, ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୨୫, ବିବି ମେଡିକାଲ କଲେଜ ଓ ହସ୍ପିଟାଲ ବଲାଙ୍ଗୀରରେ ୧୦୦, ଏଫ୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ବାଲେଶ୍ୱରରେ ୧୦୦, ଏସ୍‌ଜେ ମେଡିକାଲ କଲେଜ ଓ ହସ୍ପିଟାଲ ପୁରୀରେ ୧୦୦ ସିଟ୍‌ ରହିଛି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, ଅନୁଗୋଳ ଓ କନ୍ଧମାଳସ୍ଥିତ ମେଡିକାଲ କଲେଜରେ ୧୦୦ ଲେଖାଏ ସିଟ୍‌ ରହିଥିବାବେଳେ ଯାଜପୁରସ୍ଥିତ ଏମ୍‌୍‌ଜେକେଏମ୍‌ ସିଏଚ୍‌ରେ ୫୦ ଏମ୍‌ବିବିଏସ୍‌ ସିଟ୍‌ ରହିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ

ହାଟଡିହୀ,୮l୧୧(ଶୁଭକାନ୍ତ ନାୟକ):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର ଜିଲା…

ଏଇ ଭାରତରେ

ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍‌ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର…

ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ

ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ…

ପତନମୁଖୀ ସାମ୍ରାଜ୍ୟବାଦୀ ନେତୃତ୍ୱ

ବିଶ୍ୱ ନେତୃତ୍ୱ ବହନ କରିଆସିଥିବା ଆମେରିକା ଏବେ ୧୨୦ ବର୍ଷ ପରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜର ଅହଂକାରିତା ଓ…

ସୀମିତ ଅଧିକାର

ପଶ୍ଚିମବଙ୍ଗରେ ଭାଜପା କ୍ଷମତାକୁ ଆସିବା ପରେ ବଙ୍ଗୀୟ ଖ୍ରୀଷ୍ଟିଆନଙ୍କ ଚର୍ଚ୍ଚଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ଗତ ସପ୍ତାହରେ କାରୱାନ-ଇ-ମୋହବତ (ପୂର୍ବତନ ଆଇଏଏସ୍‌ ଅଧିକାରୀ ହର୍ଷ ମନ୍ଦରଙ୍କ…

ପାର୍କିଂକୁ ନେଇ ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ଗୁଳିକରି ହତ୍ୟା

ଫରିଦାବାଦ,୮ା୧୧: ପୁତୁରା ବାହାଘର ପାଇଁ ସିଙ୍ଗାପୁରରୁ ହରିୟାଣାର ଫରିଦାବାଦସ୍ଥିତ ଘରକୁ ଫେରିଥିବା ପ୍ରଯୁକ୍ତି ବିଜ୍‌ନେସ ଏକ୍‌ଜିକ୍ୟୁଟିଭ ପରମଜିତ୍‌ଙ୍କୁ ଶୁକ୍ରବାର ରାତିରେ ତାଙ୍କ ପଡ଼ୋଶୀ ଗୁଳିକରି ହତ୍ୟା କରିଛନ୍ତି।…

ପୃଥିବୀର ପ୍ରତିରକ୍ଷା ପ୍ରାଚୀର ଭେଦକଲେ ‘କିଲର ଇଲେକ୍ଟ୍ରୋନ୍‌’

ଟୋକିଓ, ୮ା୧୧ ବିଜ୍ଞାନ ଜଗତରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପୃଥିବୀର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପ୍ରାକୃତିକ ବିକିରଣ ପ୍ରାଚୀର ବା ରେଡିଏଶନ ବ୍ୟାରିଅର…

୩ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୮।୧୧,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ଦିନରେ ରାଜ୍ୟର କୃଷି, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ୍‌ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?