ହାନିକାରକ କ୍ଷମତା

ଅଲ୍ଟ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଜେଲ ପଠାଇ ଦିଆଯିବା ଏକ ନ୍ୟାୟିକ ନିଷ୍ଫଳତା ଯାହାକୁ ଭାରତ ସରକାର ଏହାର ନାଗରିକମାନଙ୍କୁ ମାନିନେବାକୁ ବିବଶ କରୁଛନ୍ତି। ଆଇନ ଶୃଙ୍ଖଳା ଦେଶର ପ୍ରସଙ୍ଗ ହୋଇଥିବାରୁ ଏଠାରେ ଭାରତ ସରକାରଙ୍କ କଥା ଉଠାଉଛି। କାରଣ ଅମିତ ଶାହାଙ୍କ ଅଧୀନରେ ଥିବା କେନ୍ଦ୍ର ସରକାରଙ୍କ ସଂସ୍ଥାଗୁଡ଼ିକ ବିନା ବିଚାର ଏବଂ ବିନା ଦୋଷରେ ନାଗରିକଙ୍କ ଜୀବନ ନଷ୍ଟ କରିବାକୁ ବ୍ୟାପକ କ୍ଷମତାର ଦୁରୁପଯୋଗ କରି ଆସୁଛନ୍ତି। ଅଲ୍ଟ ନ୍ୟୁଜର ସହ ସଂସ୍ଥାପକ ତଥା ବ୍ରିଲିଆଣ୍ଟ ଫ୍ୟାକ୍ଟ ଚେକର ଜୁବେର ଏବେ ଏଭଳି ଏକ ହାସ୍ୟାସ୍ପଦ ଅଭିଯୋଗରେ ଜେଲରେ ଅଛନ୍ତି ଯେ,ଯାହାର କୌଣସି ମୂଲ୍ୟ ନାହିଁ କି ଦେଶର କିଛି ଲାଭ ହେବାର ନାହିଁ। ଜଣେ ଅଜ୍ଞାତ ବ୍ୟକ୍ତି ଟୁଇଟ୍‌ ଫରଓ୍ବାର୍ଡ କରିବା ଘଟଣା ବ୍ୟତୀତ ଜୁବେରଙ୍କ ବିରୋଧରେ କୌଣସି ବାସ୍ତବ ଅଭିଯୋଗ ନାହିଁ। ହେଲେ ଭାଜପା ଜୁବେରଙ୍କୁ ଜେଲ ପଠାଇଦେଇଛି ଓ ତାଙ୍କୁ ନ୍ୟାୟିକ ହେପାଜତରେ ରଖିବାକୁ ଚାହଁୁଛି, ଯଦିଓ ଯେଉଁ ଟୁଇଟ୍‌ ପାଇଁ ସେ ଜେଲ ଯାଇଛନ୍ତି ତାହା ସ୍ପଷ୍ଟ ହୋଇସାରିଛି। ସରକାର ତାଙ୍କ ଘରକୁ ପୋଲିସ ପଠାଇ ବିନା କାରଣରେ ତାଙ୍କ ସମ୍ପତ୍ତି ଜବତ କରିଛନ୍ତି। ସରକାର ଲୋକମାନଙ୍କୁ ହତାଶ ଓ ଅପମାନିତ କରୁଛନ୍ତି, ଏପରି କି ଭୟଭୀତ କରୁଛନ୍ତି। ଜୁବେର ଭାଜପା ମୁଖପାତ୍ରଙ୍କ ଦ୍ୱାରା ଜଣେ ଆଧ୍ୟାମତ୍ିକ ବ୍ୟକ୍ତିତ୍ୱଙ୍କ ଉପତ୍ୀଡନ ବିଷୟକୁ ବାହାରକୁ ଆଣିଥିଲେ, ଯାହା ସରକାରଙ୍କୁ ଭଲ ଲାଗିଲା ନାହିଁ ଓ ତାହାକୁ ଭୁଲ୍‌ ବୁଝିଛନ୍ତି। ତେବେ ସରକାର ଏବେ ଆମ ଭଳି ଜଣେ ନାଗରିକଙ୍କ ବିରୋଧରେ ପ୍ରତିଶୋଧ ଓ ପ୍ରତିହିଂସା ପରାୟଣ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତରେ ଯେକୌଣସି ବ୍ୟକ୍ତି କୌଣସି ଅପରାଧରେ ଅଭିଯୁକ୍ତି ହେଲେ ଦୋଷ ପ୍ରମାଣ ନ ହେବା ଯାଏ ସେ ନିର୍ଦ୍ଦୋଷ ବୋଲି ଯେଉଁ ସିଦ୍ଧାନ୍ତ ରହିଛି ସେଥିରୁ ସରକାର ଦୂରେଇ ଯିବାକୁ ଚାହିଁଛନ୍ତି ଏବଂ ତା’ପରିବର୍ତ୍ତେ ବିଚାର ପୂର୍ବରୁ ଦୋଷୀ ସଜାଇ ଦିଆଯାଉଛି। ଏଥିପାଇଁ ଜେଲ ପଠାଇବା ପ୍ରଥମ କାର୍ଯ୍ୟ ହୋଇଛି ଓ ତା’ ପରେ ଆଉ ଯାହାକିଛି କରାଯାଉଛି। କୌଣସି ଡ୍ରଗ୍ସ କିମ୍ବା ପ୍ରମାଣ ନ ଥାଇ ଯେଭଳି ଆର୍ୟନ ଖାନ୍‌ଙ୍କୁ ଜେଲ ପଠାଇବାର କୌଣସି କାରଣ ନ ଥିଲା ସେହିଭଳି ଜୁବେରଙ୍କୁ ବି ଜେଲରେ ରଖିବାର କାରଣ ନ ଥିଲା। ତୀସ୍ତା ସିତଲଭାଦ, ରିୟା ଚକ୍ରବର୍ତ୍ତୀ କିମ୍ବା ନଓ୍ବାବ ମଲିକଙ୍କୁ ମଧ୍ୟ ଜେଲରେ ରଖିବାର କୌଣସି କାରଣ ନ ଥିଲା। ଏହା ବ୍ୟତୀତ ଲୋକମାନଙ୍କୁ ଗିରଫ କରିବା ଓ ଦଣ୍ଡ ଦେବା ନାଟକ କରି ସରକାର ତାଙ୍କ ଅପାର କ୍ଷମତାକୁ ପ୍ରୟୋଗ କରୁଥିବା ଦେଖାଯାଉଛି।
ଅପରାଧ ନ୍ୟାୟିକ ବ୍ୟବସ୍ଥାରେ ସରକାର ବା ଦେଶ ନିକଟରେ ସବୁ କ୍ଷମତା ରହୁଛି; ବିଚାର, ପୋଲିସ, କୋର୍ଟରୁମ୍‌ ଏପରି କି ବିଚାରପତି ରହିଛନ୍ତି। ଅପରପକ୍ଷେ ଅଭିଯୁକ୍ତ ଏକାକୀ। ଏଥିପାଇଁ ଅଭିଯୁକ୍ତ ସପକ୍ଷରେ ଯିବା ଓ ସରକାରଙ୍କୁ ବିରୋଧ କରିବା ଲାଗି ବି ନ୍ୟାୟିକ ବ୍ୟବସ୍ଥାରେ ସୁରକ୍ଷା ଉପାୟ ରହିଛି। ସେଥିପାଇଁ ଆମେ କହୁ ‘ଦୋଷ ପ୍ରମାଣ ନ ହେବା ଯାଏ ଜଣେ ନିର୍ଦ୍ଦୋଷ’। ସେହିି କାରଣରୁ ଆମ ଦେଶରେ ବଡର୍ନ ଅଫ୍‌ ପ୍ରୁଫ୍‌ (ଅପରାଧରେ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା) ଧାରା ରହିଛି। ଭାରତ ବହୁ ଆଇନର ସିଦ୍ଧାନ୍ତକୁ ଓଲଟପାଲଟ କରିଦେଇଛି। କେବଳ ଭାଜପା ନୁହେଁ , ଅନ୍ୟ ସରକାରରେ ବି ଏହା ହୋଇଛି। ସନ୍ତ୍ରାସବାଦ ଉପରେ ୟୁଏପିଏ, ନିଶା କାରବାର କ୍ଷେତ୍ରରେ ଏନ୍‌ଡିପିଏସ୍‌, ମନି ଲଣ୍ଡରିଂ ଉପରେ ପିଏମ୍‌ଏଲ୍‌ଏ, ଏପରିକି ନାଗରିକତ୍ୱ ଉପରେ ଆସାମର ଏନ୍‌ଆର୍‌ସି ଆଦି ବ୍ୟକ୍ତିଙ୍କ ଉପରେ ବଡର୍ନ ଅଫ୍‌ ପ୍ରୁଫ୍‌ ଲଦିଦେଇଛି। ଏହାବ୍ୟତୀତ ଦେଶରେ ଅନେକ କଠୋର ଆଇନ ବି ଅଣାଯାଇଛି। ଗୁଜରାଟ କଣ୍ଟ୍ରୋଲ ଅଫ୍‌ ଅର୍ଗାନାଇଜଡ ଆକ୍ଟରେ ଜାମିନ ପାଇଁ ଏମିତି ସର୍ତ୍ତ ରଖାଯାଇଛି ଯେ, ଜଣେ ପାଖାପାଖିରେ ଜାମିନ ପାଇବା ଅସମ୍ଭବ ହୋଇଯାଉଛି। ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାର ଏଭଳି ବୋଝ ମଧ୍ୟ ଆମେ ଜୁବେରଙ୍କ ମାମଲାରେ ଦେଖିପାରିବା ଓ ସରକାର ତାଙ୍କ ହାନିକାରକ କ୍ଷମତା ପ୍ରୟୋଗ କରିବାରେ ଉତ୍ସାହୀ ରହିଛନ୍ତି। ଏହା ବିପଜ୍ଜନକ। ଦେଶର ଏଭଳି ବେପରୁଆ କାର୍ଯ୍ୟ, ଯାହାକୁ ନ୍ୟାୟିକ ବ୍ୟବସ୍ଥା ରୋକିପାରୁନାହିଁ, ତାହା ଏକ ବଡ଼ କ୍ଷତି କରୁଛି। ଓପଚାରିକା ଭାବେ ଅପରାଧର ଅଭିଯୋଗ ଲଗାଇବା ବା ଦୋଷାରୋପ କରିବାରେ ଦେଶର କିଛି ଲାଭ ନାହଁ, ବରଂ ଜାମିନ ନ ଦେଇ ଜେଲରେ ରଖିବା ମୁଖ୍ୟ ଲକ୍ଷ୍ୟ। ବିଭିନ୍ନ ମାମଲାରେ ସେଲିବ୍ରିଟିିମାନଙ୍କୁ ଜେଲରେ ରଖିବା ଓ ଅନେକ ସପ୍ତାହ ଯାଏ ଜାମିନ ନ ଦେବା କାର୍ଯ୍ୟରୁ ଆମେ ଏହା ଦେଖିପାରିଛୁ। ଯେମିତି ସେମାନେ ଜାମିନ ପାଇଯାଉଛନ୍ତି ତା’ପରେ ସରକାରଙ୍କର ସେଥିରେ ଆଉ ଆଗ୍ରହ ରହୁନାହିଁ ଏବଂ ମାମଲା ମାନ୍ଦା ପଡ଼ିିଯାଉଛି। ଏହା ବାସ୍ତବରେ ଆଇନର ଶାସନ କିମ୍ବା ସମ୍ବିଧାନର ସୁରକ୍ଷା ନୁହେଁ, ବରଂ ଜଣଙ୍କୁ ନିର୍ଯାତନା ଦେବା ଓ ପ୍ରଥମ ଘଟଣାରେ ସେମାନଙ୍କୁ ଜେଲରେ ରଖିବା ଉପରେ ସରକାର ଅଧିକ ଧ୍ୟାନ ଦେଉଛନ୍ତି।
ଅନେକେ ସିତଲ୍‌ଭାଦଙ୍କ ଭଳି ସାମାଜିକ କର୍ମୀ ଏବଂ ଜୁବେରଙ୍କ ପରି ସାମ୍ବାଦିକ ଦୋଷୀ ସାବ୍ୟସ୍ତ ନ ହୋଇ ଜେଲରେ ରହିବା ଘଟଣାକୁ ଉପଭୋଗ କରୁଛନ୍ତି। ଏମାନେ ଅନୁଭବ କରିବା ଉଚିତ ଯେ, ଏଭଳି କାର୍ଯ୍ୟକଳାପରୁ ଭାରତ ଭଳି ଏକ ସାମ୍ବିଧାନିକ ଗଣତନ୍ତ୍ର କିମ୍ବା ଆଧୁନିକ ଦେଶକୁ କୌଣସି ଲାଭ ମିଳିବ ନାହିଁ। ଭାରତରେ ଏହି କ୍ରୋଧୀ ସରକାର ଏକ ନକାରାମତ୍କ ଦୃଷ୍ଟିକୋଣ ଆପଣାଇ ଲୋକମାନଙ୍କ ଉପରେ କ୍ରୋଧରେ ପ୍ରତିଶୋଧ ନେବା ଘଟଣାକୁ ବିଶ୍ୱ ଦେଖୁଛି। ଆଇନର ହାନିକାରକ କ୍ଷମତାର ଦୁରୁପଯୋଗ ଏବେ କରାଯାଉଥିବାରୁ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ର ହେବା ଲକ୍ଷ୍ୟରେ ଆମ ଯାତ୍ରା ଆମ ପାଇଁ ଅଧିକ କଷ୍ଟକର ହୋଇଯାଉଛି। ଜୁବେର ଜଣେ ଅସଲ ହିରୋ। ତାଙ୍କର ସକାରାମତ୍କ ଗୁଣ ଓ ପାର୍ଟନର ପ୍ରତୀକ ସିଂଙ୍କ ସହ ତ୍ୟାଗପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଦେଶ ଅବଗତ। ଏଭଳି ଏକ ତ୍ୟାଗକୁ ସରକାର ଏବଂ ସମାଜର ସିଂହଭାଗ ଲୋକ ଉପେକ୍ଷା କରିବା ସହ ଅବମାନନା ଓ ଘୃଣାର ସହ ଅଟକ ରଖିବା ଆମ ସମୟରେ ଏକ ଦୁଃଖଦ ପ୍ରତିଫଳନ। ଏହା ହେଉଛି ନୂଆ ଭାରତ, ଯେଉଁଠି ନିଜ ଲୋକମାନଙ୍କର କ୍ଷତି କରିବା ଉଦ୍ଦେଶ୍ୟ ରଖୁଥିବା ଏକ ସରକାର ଦ୍ୱାରା ଆମ ହିରୋ ଓ ହିରୋଇନ୍‌ମାନଙ୍କୁ ବଦନାମ କରାଯାଉଛି।

  • ଆକାର ପଟେଲ

Email:aakar.patel@gmail.com

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri