ହାନିକାରକ କ୍ଷମତା

ଅଲ୍ଟ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଜେଲ ପଠାଇ ଦିଆଯିବା ଏକ ନ୍ୟାୟିକ ନିଷ୍ଫଳତା ଯାହାକୁ ଭାରତ ସରକାର ଏହାର ନାଗରିକମାନଙ୍କୁ ମାନିନେବାକୁ ବିବଶ କରୁଛନ୍ତି। ଆଇନ ଶୃଙ୍ଖଳା ଦେଶର ପ୍ରସଙ୍ଗ ହୋଇଥିବାରୁ ଏଠାରେ ଭାରତ ସରକାରଙ୍କ କଥା ଉଠାଉଛି। କାରଣ ଅମିତ ଶାହାଙ୍କ ଅଧୀନରେ ଥିବା କେନ୍ଦ୍ର ସରକାରଙ୍କ ସଂସ୍ଥାଗୁଡ଼ିକ ବିନା ବିଚାର ଏବଂ ବିନା ଦୋଷରେ ନାଗରିକଙ୍କ ଜୀବନ ନଷ୍ଟ କରିବାକୁ ବ୍ୟାପକ କ୍ଷମତାର ଦୁରୁପଯୋଗ କରି ଆସୁଛନ୍ତି। ଅଲ୍ଟ ନ୍ୟୁଜର ସହ ସଂସ୍ଥାପକ ତଥା ବ୍ରିଲିଆଣ୍ଟ ଫ୍ୟାକ୍ଟ ଚେକର ଜୁବେର ଏବେ ଏଭଳି ଏକ ହାସ୍ୟାସ୍ପଦ ଅଭିଯୋଗରେ ଜେଲରେ ଅଛନ୍ତି ଯେ,ଯାହାର କୌଣସି ମୂଲ୍ୟ ନାହିଁ କି ଦେଶର କିଛି ଲାଭ ହେବାର ନାହିଁ। ଜଣେ ଅଜ୍ଞାତ ବ୍ୟକ୍ତି ଟୁଇଟ୍‌ ଫରଓ୍ବାର୍ଡ କରିବା ଘଟଣା ବ୍ୟତୀତ ଜୁବେରଙ୍କ ବିରୋଧରେ କୌଣସି ବାସ୍ତବ ଅଭିଯୋଗ ନାହିଁ। ହେଲେ ଭାଜପା ଜୁବେରଙ୍କୁ ଜେଲ ପଠାଇଦେଇଛି ଓ ତାଙ୍କୁ ନ୍ୟାୟିକ ହେପାଜତରେ ରଖିବାକୁ ଚାହଁୁଛି, ଯଦିଓ ଯେଉଁ ଟୁଇଟ୍‌ ପାଇଁ ସେ ଜେଲ ଯାଇଛନ୍ତି ତାହା ସ୍ପଷ୍ଟ ହୋଇସାରିଛି। ସରକାର ତାଙ୍କ ଘରକୁ ପୋଲିସ ପଠାଇ ବିନା କାରଣରେ ତାଙ୍କ ସମ୍ପତ୍ତି ଜବତ କରିଛନ୍ତି। ସରକାର ଲୋକମାନଙ୍କୁ ହତାଶ ଓ ଅପମାନିତ କରୁଛନ୍ତି, ଏପରି କି ଭୟଭୀତ କରୁଛନ୍ତି। ଜୁବେର ଭାଜପା ମୁଖପାତ୍ରଙ୍କ ଦ୍ୱାରା ଜଣେ ଆଧ୍ୟାମତ୍ିକ ବ୍ୟକ୍ତିତ୍ୱଙ୍କ ଉପତ୍ୀଡନ ବିଷୟକୁ ବାହାରକୁ ଆଣିଥିଲେ, ଯାହା ସରକାରଙ୍କୁ ଭଲ ଲାଗିଲା ନାହିଁ ଓ ତାହାକୁ ଭୁଲ୍‌ ବୁଝିଛନ୍ତି। ତେବେ ସରକାର ଏବେ ଆମ ଭଳି ଜଣେ ନାଗରିକଙ୍କ ବିରୋଧରେ ପ୍ରତିଶୋଧ ଓ ପ୍ରତିହିଂସା ପରାୟଣ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତରେ ଯେକୌଣସି ବ୍ୟକ୍ତି କୌଣସି ଅପରାଧରେ ଅଭିଯୁକ୍ତି ହେଲେ ଦୋଷ ପ୍ରମାଣ ନ ହେବା ଯାଏ ସେ ନିର୍ଦ୍ଦୋଷ ବୋଲି ଯେଉଁ ସିଦ୍ଧାନ୍ତ ରହିଛି ସେଥିରୁ ସରକାର ଦୂରେଇ ଯିବାକୁ ଚାହିଁଛନ୍ତି ଏବଂ ତା’ପରିବର୍ତ୍ତେ ବିଚାର ପୂର୍ବରୁ ଦୋଷୀ ସଜାଇ ଦିଆଯାଉଛି। ଏଥିପାଇଁ ଜେଲ ପଠାଇବା ପ୍ରଥମ କାର୍ଯ୍ୟ ହୋଇଛି ଓ ତା’ ପରେ ଆଉ ଯାହାକିଛି କରାଯାଉଛି। କୌଣସି ଡ୍ରଗ୍ସ କିମ୍ବା ପ୍ରମାଣ ନ ଥାଇ ଯେଭଳି ଆର୍ୟନ ଖାନ୍‌ଙ୍କୁ ଜେଲ ପଠାଇବାର କୌଣସି କାରଣ ନ ଥିଲା ସେହିଭଳି ଜୁବେରଙ୍କୁ ବି ଜେଲରେ ରଖିବାର କାରଣ ନ ଥିଲା। ତୀସ୍ତା ସିତଲଭାଦ, ରିୟା ଚକ୍ରବର୍ତ୍ତୀ କିମ୍ବା ନଓ୍ବାବ ମଲିକଙ୍କୁ ମଧ୍ୟ ଜେଲରେ ରଖିବାର କୌଣସି କାରଣ ନ ଥିଲା। ଏହା ବ୍ୟତୀତ ଲୋକମାନଙ୍କୁ ଗିରଫ କରିବା ଓ ଦଣ୍ଡ ଦେବା ନାଟକ କରି ସରକାର ତାଙ୍କ ଅପାର କ୍ଷମତାକୁ ପ୍ରୟୋଗ କରୁଥିବା ଦେଖାଯାଉଛି।
ଅପରାଧ ନ୍ୟାୟିକ ବ୍ୟବସ୍ଥାରେ ସରକାର ବା ଦେଶ ନିକଟରେ ସବୁ କ୍ଷମତା ରହୁଛି; ବିଚାର, ପୋଲିସ, କୋର୍ଟରୁମ୍‌ ଏପରି କି ବିଚାରପତି ରହିଛନ୍ତି। ଅପରପକ୍ଷେ ଅଭିଯୁକ୍ତ ଏକାକୀ। ଏଥିପାଇଁ ଅଭିଯୁକ୍ତ ସପକ୍ଷରେ ଯିବା ଓ ସରକାରଙ୍କୁ ବିରୋଧ କରିବା ଲାଗି ବି ନ୍ୟାୟିକ ବ୍ୟବସ୍ଥାରେ ସୁରକ୍ଷା ଉପାୟ ରହିଛି। ସେଥିପାଇଁ ଆମେ କହୁ ‘ଦୋଷ ପ୍ରମାଣ ନ ହେବା ଯାଏ ଜଣେ ନିର୍ଦ୍ଦୋଷ’। ସେହିି କାରଣରୁ ଆମ ଦେଶରେ ବଡର୍ନ ଅଫ୍‌ ପ୍ରୁଫ୍‌ (ଅପରାଧରେ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା) ଧାରା ରହିଛି। ଭାରତ ବହୁ ଆଇନର ସିଦ୍ଧାନ୍ତକୁ ଓଲଟପାଲଟ କରିଦେଇଛି। କେବଳ ଭାଜପା ନୁହେଁ , ଅନ୍ୟ ସରକାରରେ ବି ଏହା ହୋଇଛି। ସନ୍ତ୍ରାସବାଦ ଉପରେ ୟୁଏପିଏ, ନିଶା କାରବାର କ୍ଷେତ୍ରରେ ଏନ୍‌ଡିପିଏସ୍‌, ମନି ଲଣ୍ଡରିଂ ଉପରେ ପିଏମ୍‌ଏଲ୍‌ଏ, ଏପରିକି ନାଗରିକତ୍ୱ ଉପରେ ଆସାମର ଏନ୍‌ଆର୍‌ସି ଆଦି ବ୍ୟକ୍ତିଙ୍କ ଉପରେ ବଡର୍ନ ଅଫ୍‌ ପ୍ରୁଫ୍‌ ଲଦିଦେଇଛି। ଏହାବ୍ୟତୀତ ଦେଶରେ ଅନେକ କଠୋର ଆଇନ ବି ଅଣାଯାଇଛି। ଗୁଜରାଟ କଣ୍ଟ୍ରୋଲ ଅଫ୍‌ ଅର୍ଗାନାଇଜଡ ଆକ୍ଟରେ ଜାମିନ ପାଇଁ ଏମିତି ସର୍ତ୍ତ ରଖାଯାଇଛି ଯେ, ଜଣେ ପାଖାପାଖିରେ ଜାମିନ ପାଇବା ଅସମ୍ଭବ ହୋଇଯାଉଛି। ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାର ଏଭଳି ବୋଝ ମଧ୍ୟ ଆମେ ଜୁବେରଙ୍କ ମାମଲାରେ ଦେଖିପାରିବା ଓ ସରକାର ତାଙ୍କ ହାନିକାରକ କ୍ଷମତା ପ୍ରୟୋଗ କରିବାରେ ଉତ୍ସାହୀ ରହିଛନ୍ତି। ଏହା ବିପଜ୍ଜନକ। ଦେଶର ଏଭଳି ବେପରୁଆ କାର୍ଯ୍ୟ, ଯାହାକୁ ନ୍ୟାୟିକ ବ୍ୟବସ୍ଥା ରୋକିପାରୁନାହିଁ, ତାହା ଏକ ବଡ଼ କ୍ଷତି କରୁଛି। ଓପଚାରିକା ଭାବେ ଅପରାଧର ଅଭିଯୋଗ ଲଗାଇବା ବା ଦୋଷାରୋପ କରିବାରେ ଦେଶର କିଛି ଲାଭ ନାହଁ, ବରଂ ଜାମିନ ନ ଦେଇ ଜେଲରେ ରଖିବା ମୁଖ୍ୟ ଲକ୍ଷ୍ୟ। ବିଭିନ୍ନ ମାମଲାରେ ସେଲିବ୍ରିଟିିମାନଙ୍କୁ ଜେଲରେ ରଖିବା ଓ ଅନେକ ସପ୍ତାହ ଯାଏ ଜାମିନ ନ ଦେବା କାର୍ଯ୍ୟରୁ ଆମେ ଏହା ଦେଖିପାରିଛୁ। ଯେମିତି ସେମାନେ ଜାମିନ ପାଇଯାଉଛନ୍ତି ତା’ପରେ ସରକାରଙ୍କର ସେଥିରେ ଆଉ ଆଗ୍ରହ ରହୁନାହିଁ ଏବଂ ମାମଲା ମାନ୍ଦା ପଡ଼ିିଯାଉଛି। ଏହା ବାସ୍ତବରେ ଆଇନର ଶାସନ କିମ୍ବା ସମ୍ବିଧାନର ସୁରକ୍ଷା ନୁହେଁ, ବରଂ ଜଣଙ୍କୁ ନିର୍ଯାତନା ଦେବା ଓ ପ୍ରଥମ ଘଟଣାରେ ସେମାନଙ୍କୁ ଜେଲରେ ରଖିବା ଉପରେ ସରକାର ଅଧିକ ଧ୍ୟାନ ଦେଉଛନ୍ତି।
ଅନେକେ ସିତଲ୍‌ଭାଦଙ୍କ ଭଳି ସାମାଜିକ କର୍ମୀ ଏବଂ ଜୁବେରଙ୍କ ପରି ସାମ୍ବାଦିକ ଦୋଷୀ ସାବ୍ୟସ୍ତ ନ ହୋଇ ଜେଲରେ ରହିବା ଘଟଣାକୁ ଉପଭୋଗ କରୁଛନ୍ତି। ଏମାନେ ଅନୁଭବ କରିବା ଉଚିତ ଯେ, ଏଭଳି କାର୍ଯ୍ୟକଳାପରୁ ଭାରତ ଭଳି ଏକ ସାମ୍ବିଧାନିକ ଗଣତନ୍ତ୍ର କିମ୍ବା ଆଧୁନିକ ଦେଶକୁ କୌଣସି ଲାଭ ମିଳିବ ନାହିଁ। ଭାରତରେ ଏହି କ୍ରୋଧୀ ସରକାର ଏକ ନକାରାମତ୍କ ଦୃଷ୍ଟିକୋଣ ଆପଣାଇ ଲୋକମାନଙ୍କ ଉପରେ କ୍ରୋଧରେ ପ୍ରତିଶୋଧ ନେବା ଘଟଣାକୁ ବିଶ୍ୱ ଦେଖୁଛି। ଆଇନର ହାନିକାରକ କ୍ଷମତାର ଦୁରୁପଯୋଗ ଏବେ କରାଯାଉଥିବାରୁ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ର ହେବା ଲକ୍ଷ୍ୟରେ ଆମ ଯାତ୍ରା ଆମ ପାଇଁ ଅଧିକ କଷ୍ଟକର ହୋଇଯାଉଛି। ଜୁବେର ଜଣେ ଅସଲ ହିରୋ। ତାଙ୍କର ସକାରାମତ୍କ ଗୁଣ ଓ ପାର୍ଟନର ପ୍ରତୀକ ସିଂଙ୍କ ସହ ତ୍ୟାଗପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଦେଶ ଅବଗତ। ଏଭଳି ଏକ ତ୍ୟାଗକୁ ସରକାର ଏବଂ ସମାଜର ସିଂହଭାଗ ଲୋକ ଉପେକ୍ଷା କରିବା ସହ ଅବମାନନା ଓ ଘୃଣାର ସହ ଅଟକ ରଖିବା ଆମ ସମୟରେ ଏକ ଦୁଃଖଦ ପ୍ରତିଫଳନ। ଏହା ହେଉଛି ନୂଆ ଭାରତ, ଯେଉଁଠି ନିଜ ଲୋକମାନଙ୍କର କ୍ଷତି କରିବା ଉଦ୍ଦେଶ୍ୟ ରଖୁଥିବା ଏକ ସରକାର ଦ୍ୱାରା ଆମ ହିରୋ ଓ ହିରୋଇନ୍‌ମାନଙ୍କୁ ବଦନାମ କରାଯାଉଛି।

  • ଆକାର ପଟେଲ

Email:aakar.patel@gmail.com

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?