ସ୍କୁଲ ରୂପାନ୍ତରୀକରଣ କାମରେ ଦୁର୍ନୀତି

ଡେରାବିଶ,୩।୭(ସ୍ବ.ପ୍ର.): ଛାତ୍ରୀଛାତ୍ରଙ୍କ ଉନ୍ନତ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକର ରୁପାନ୍ତରିକରଣ କାମ କରୁଛନ୍ତି ା ତେବେ ଡେରାବିଶ ବ୍ଳକ ଅଧୀନରେ ସମୁଦାୟ ୨ ପର୍ଯ୍ୟାୟରେ ୧୩ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଛି ା ପ୍ରଥମ ପର୍ଯ୍ୟାୟରେ ୪ ବିଦ୍ୟାଳୟର କାର୍ଯ୍ୟ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯ ବିଦ୍ୟାଳୟର ରୁପାନ୍ତରିକରଣ କାର୍ଯ୍ୟ କରାଯାଇଛି ା ଏଥିପାଇଁ ପ୍ରତି ବିଦ୍ୟାଳୟ ପାଇଁ ବ୍ଲକ ପକ୍ଷରୁ ୩୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା ା ସେହି ଟଙ୍କାରେ ବିଦ୍ୟାଳୟର ଗୃହ ମରାମତି, ରଙ୍ଗ ସଫେଇତି, ଶ୍ରେଣୀଗୃହରେ ଛାତ୍ରୀଛାତ୍ରଙ୍କ ପାଇଁ ଇନ୍‌ଟ୍ରାକ୍ଟିଭ ଡିଜିଟାଲ୍‌ ପ୍ୟାନେଲ ସହିତ ଛାତ୍ରୀଛାତ୍ରଙ୍କ ବସିବା ପାଇଁ ଉନ୍ନତ ମାନର ବେଞ୍ଚ, ଡେସ୍କ, ପାଠାଗାର, ବିଜ୍ଞାନାଗାର ସହିତ କମ୍ପ୍ୟୁଟରରେ ପିଲାଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ରହିଛି ା ମାତ୍ର ବ୍ଳକ ଅଧୀନ ପଲେଇ ପଞ୍ଚାୟତ ଅଢ଼ଙ୍ଗା ମଲ୍ଲିକେଶ୍ୱରପୁର ମଲ୍ଲିକେଶ୍ୱର ନୋଡ଼ାଲ୍‌ ଉଚ୍ଚବିଦ୍ୟାଳୟ, ଚାନ୍ଦୋଳ ପଞ୍ଚାୟତ ଗଣେଶପୂୁର ଲାଲବାହାଦୂର ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟ, ହରିଅଙ୍କ ପଞ୍ଚାୟତର ପଞ୍ଚାୟତ ନୋଡ଼ାଲ୍‌ ଉଚ୍ଚବିଦ୍ୟାଳୟ ଓ ଯଅଁରାବାରିମୂଳ ପଞ୍ଚାୟତ ଉଚ୍ଚବିଦ୍ୟାଳୟକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏହି ବିଦ୍ୟାଳୟର ରୁପାନ୍ତରିକରଣ କରାଯାଇଛି। ହେଲେ ଉପରୋକ୍ତ ୪ ବିଦ୍ୟାଳୟ ପାଇଁ ଦାୟିତ୍ୱରେ ଥିବା ବ୍ଳକ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ସାମନ୍ତରୟ ଅତିନିମ୍ନମାନର ଇନ୍‌ଟ୍ରାକ୍ଟିଭ୍‌ ଡିଜିଟାଲ୍‌ ପ୍ୟାନେଲ୍‌ ସହ ନିମ୍ନମାନର ଚେୟାରଟେବୁଲ୍‌ କ୍ରୟ କରିଥିଲେ ା କେତେକ ବିଦ୍ୟାଳୟରେ ପୁରୁଣା କାନ୍ଥରେ ରଙ୍ଗ ମାରି ବିଲ୍‌ କରିଥିବା ଭଳି ଗୁରୁତର ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇଲା ପରେ ୫-ଟି ବିଭାଗର ଏକ ୫ ଜଣିଆ ପ୍ରତିନିଧି ଦଳ ବିଦ୍ୟାଳୟଗୁଡ଼ିକ ପରିଦର୍ଶନ କରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଜିଲାପାଳ ଅମୃତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡ଼ା ଜୁନ୍‌ ୧୭ରେ କର୍ତ୍ତବ୍ୟରେ ଅବହେଳା ପାଇଁ କନିଷ୍ଠଯନ୍ତ୍ରୀ ସାମନ୍ତରାଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ ା ଏହି ନିଲମ୍ବନ ଆଦେଶ ବଳରେ କନିଷ୍ଠଯନ୍ତ୍ରୀ ସାମନ୍ତରାୟ, କେନ୍ଦ୍ରାପଡ଼ା ବ୍ଳକ କାର୍ଯ୍ୟାଳୟରେ ଯୋଗଦେଇଛନ୍ତି ା କେନ୍ଦ୍ରାପଡ଼ା ବିଡ଼ିଓଙ୍କ ବିନା ଅନୁମତିରେ ସେ କୌଣସି ସରକାରୀ କାର୍ଯ୍ୟରେ ବ୍ଳକ କାର୍ଯ୍ୟାଳୟର ବାହାରକୁ ଯିବେ ନାହିଁ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ନିଲମ୍ବନ ପତ୍ରରେ ସାମନ୍ତରାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସମସ୍ତ ନିର୍ଦ୍ଦେଶନାମାକୁ ଉଲ୍ଲଂଘନକରି କନିଷ୍ଠଯନ୍ତ୍ରୀ ସାମନ୍ତରାୟ ତାଙ୍କର ପୂର୍ବ କାର୍ଯ୍ୟାଳୟ ଡେରାବିଶ ବ୍ଳକରେ ରହି ପୁରୁଣା ବିଲ୍‌ କାମ କରୁଥିବା ଦେଖିବାକୁ ମିଳୁଛି ା ଏ ସଂକ୍ରାନ୍ତରେ ପ୍ରକଳ୍ପ ନିର୍ଦ୍ଦେଶକ ପରିଡ଼ାଙ୍କୁ ଯୋଗାଯୋଗ କରାଯାଇଥିଲା ା ସେ କହିଛନ୍ତି, ଏଭଳି ଖବର ତାଙ୍କ ପାଖରେ ନାହିଁ ା ତେବେ ଡେରାବିଶ ବିଡ଼ିଓଙ୍କ ସହ ଏ ବିଷୟରେ ଯୋଗାଯୋଗ କରି ସେ ଯାହା କିଛି ପଦକ୍ଷେପ ନେବେ ା ଏ ସଂକ୍ରାନ୍ତରେ କନିଷ୍ଠଯନ୍ତ୍ରୀ ସାମନ୍ତରାୟ କହିଛନ୍ତି, ମୋ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ା ମୁଁ କୌଣସି ନିୟମ ଉଲ୍ଲଂଘନ କରିନାହିଁ ା ଏବେ ମୁଁ କେନ୍ଦ୍ରାପଡ଼ା ବ୍ଲକ୍‌ରେ ରହି କାମ କରୁଛି ା
ଏ ସଂକ୍ରାନ୍ତରେ ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ମଲ୍ଲିକେଶ୍ୱରପୁର ଉଚ୍ଚବିଦ୍ୟାଳୟ ପରିସରରେ ଥିବା ଶୌଚାଳୟଗୁଡ଼ିକ ବର୍ଷକ ତଳେ ନିର୍ମାଣ ହୋଇଥିଲା। ବିଦ୍ୟାଳୟର ଏକ ୧୮୦ ଫୁଟ ଲମ୍ବର ଶ୍ରେଣୀଗୃହକୁ କନିଷ୍ଠଯନ୍ତ୍ରୀ କାହା ନିର୍ଦ୍ଦେଶରେ ସମ୍ପୂର୍ଣ୍ଣ ଭାଙ୍ଗିଛନ୍ତି ତାହାର ତୁରନ୍ତ ତଦନ୍ତ କରାଯାଉ। କେବଳ ସେତିକି ନୁହେଁ ଇନ୍‌ଟ୍ରାକ୍ଟିଭ୍‌ ଡିଜିଟାଲ୍‌ ପ୍ୟାନେ୍‌ଲ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୨ଲକ୍ଷ ୧୫ ହଜାର ଟଙ୍କା ବ୍ୟୟରେ ଏଲ୍‌ଜି କମ୍ପାନୀର କ୍ରୟ କରିବାକୁ ନିର୍ଦ୍ଦେଶ ଥିବା ବେଳେ ଅତିକମ୍‌ ଦାମ୍‌ର ଡିଜିଟାଲ୍‌ ପ୍ୟାନେଲ୍‌ କ୍ରୟ କରି ବିଦ୍ୟାଳୟରେ ଲଗାଯାଇଥିବା ବିଧୁଭୂଷଣ କହିଛନ୍ତି, ଯାହାକି ଖୁବ୍‌ଶୀଘ୍ର ଅଚଳ ହେବାର ସମ୍ଭାବନା ରହିଛି। ଏହି ପ୍ୟାନେଲ୍‌ ଛାତ୍ରୀଛାତ୍ରଙ୍କ ଭବିଷ୍ୟତରେ କୌଣସି କାମରେ ଲାଗିବ ନାହିଁ ବୋଲି ମହାପାତ୍ର ୫-ଟି ସଚିବଙ୍କୁ ଅବଗତ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ା ସେହିପରି ଲାଲବାହଦୂର ଉଚ୍ଚବିଦ୍ୟାଳୟ, ଯଅଁରାବାରିମୂଳ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଓ ହରିଅଙ୍କ ଉଚ୍ଚବିଦ୍ୟାଳୟରେ କରାଯାଇଥିବା କାର୍ଯ୍ୟର ବିଧିବଦ୍ଧ ତଦନ୍ତ କରିବା ପାଇଁ ବିଧୁଭୂଷଣ ୫-ଟି ସଚିବ ଓ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?