ସ୍କୁଲ ରୂପାନ୍ତରୀକରଣ କାମରେ ଦୁର୍ନୀତି

ଡେରାବିଶ,୩।୭(ସ୍ବ.ପ୍ର.): ଛାତ୍ରୀଛାତ୍ରଙ୍କ ଉନ୍ନତ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକର ରୁପାନ୍ତରିକରଣ କାମ କରୁଛନ୍ତି ା ତେବେ ଡେରାବିଶ ବ୍ଳକ ଅଧୀନରେ ସମୁଦାୟ ୨ ପର୍ଯ୍ୟାୟରେ ୧୩ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଛି ା ପ୍ରଥମ ପର୍ଯ୍ୟାୟରେ ୪ ବିଦ୍ୟାଳୟର କାର୍ଯ୍ୟ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯ ବିଦ୍ୟାଳୟର ରୁପାନ୍ତରିକରଣ କାର୍ଯ୍ୟ କରାଯାଇଛି ା ଏଥିପାଇଁ ପ୍ରତି ବିଦ୍ୟାଳୟ ପାଇଁ ବ୍ଲକ ପକ୍ଷରୁ ୩୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା ା ସେହି ଟଙ୍କାରେ ବିଦ୍ୟାଳୟର ଗୃହ ମରାମତି, ରଙ୍ଗ ସଫେଇତି, ଶ୍ରେଣୀଗୃହରେ ଛାତ୍ରୀଛାତ୍ରଙ୍କ ପାଇଁ ଇନ୍‌ଟ୍ରାକ୍ଟିଭ ଡିଜିଟାଲ୍‌ ପ୍ୟାନେଲ ସହିତ ଛାତ୍ରୀଛାତ୍ରଙ୍କ ବସିବା ପାଇଁ ଉନ୍ନତ ମାନର ବେଞ୍ଚ, ଡେସ୍କ, ପାଠାଗାର, ବିଜ୍ଞାନାଗାର ସହିତ କମ୍ପ୍ୟୁଟରରେ ପିଲାଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ରହିଛି ା ମାତ୍ର ବ୍ଳକ ଅଧୀନ ପଲେଇ ପଞ୍ଚାୟତ ଅଢ଼ଙ୍ଗା ମଲ୍ଲିକେଶ୍ୱରପୁର ମଲ୍ଲିକେଶ୍ୱର ନୋଡ଼ାଲ୍‌ ଉଚ୍ଚବିଦ୍ୟାଳୟ, ଚାନ୍ଦୋଳ ପଞ୍ଚାୟତ ଗଣେଶପୂୁର ଲାଲବାହାଦୂର ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟ, ହରିଅଙ୍କ ପଞ୍ଚାୟତର ପଞ୍ଚାୟତ ନୋଡ଼ାଲ୍‌ ଉଚ୍ଚବିଦ୍ୟାଳୟ ଓ ଯଅଁରାବାରିମୂଳ ପଞ୍ଚାୟତ ଉଚ୍ଚବିଦ୍ୟାଳୟକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏହି ବିଦ୍ୟାଳୟର ରୁପାନ୍ତରିକରଣ କରାଯାଇଛି। ହେଲେ ଉପରୋକ୍ତ ୪ ବିଦ୍ୟାଳୟ ପାଇଁ ଦାୟିତ୍ୱରେ ଥିବା ବ୍ଳକ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ସାମନ୍ତରୟ ଅତିନିମ୍ନମାନର ଇନ୍‌ଟ୍ରାକ୍ଟିଭ୍‌ ଡିଜିଟାଲ୍‌ ପ୍ୟାନେଲ୍‌ ସହ ନିମ୍ନମାନର ଚେୟାରଟେବୁଲ୍‌ କ୍ରୟ କରିଥିଲେ ା କେତେକ ବିଦ୍ୟାଳୟରେ ପୁରୁଣା କାନ୍ଥରେ ରଙ୍ଗ ମାରି ବିଲ୍‌ କରିଥିବା ଭଳି ଗୁରୁତର ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇଲା ପରେ ୫-ଟି ବିଭାଗର ଏକ ୫ ଜଣିଆ ପ୍ରତିନିଧି ଦଳ ବିଦ୍ୟାଳୟଗୁଡ଼ିକ ପରିଦର୍ଶନ କରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଜିଲାପାଳ ଅମୃତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡ଼ା ଜୁନ୍‌ ୧୭ରେ କର୍ତ୍ତବ୍ୟରେ ଅବହେଳା ପାଇଁ କନିଷ୍ଠଯନ୍ତ୍ରୀ ସାମନ୍ତରାଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ ା ଏହି ନିଲମ୍ବନ ଆଦେଶ ବଳରେ କନିଷ୍ଠଯନ୍ତ୍ରୀ ସାମନ୍ତରାୟ, କେନ୍ଦ୍ରାପଡ଼ା ବ୍ଳକ କାର୍ଯ୍ୟାଳୟରେ ଯୋଗଦେଇଛନ୍ତି ା କେନ୍ଦ୍ରାପଡ଼ା ବିଡ଼ିଓଙ୍କ ବିନା ଅନୁମତିରେ ସେ କୌଣସି ସରକାରୀ କାର୍ଯ୍ୟରେ ବ୍ଳକ କାର୍ଯ୍ୟାଳୟର ବାହାରକୁ ଯିବେ ନାହିଁ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ନିଲମ୍ବନ ପତ୍ରରେ ସାମନ୍ତରାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସମସ୍ତ ନିର୍ଦ୍ଦେଶନାମାକୁ ଉଲ୍ଲଂଘନକରି କନିଷ୍ଠଯନ୍ତ୍ରୀ ସାମନ୍ତରାୟ ତାଙ୍କର ପୂର୍ବ କାର୍ଯ୍ୟାଳୟ ଡେରାବିଶ ବ୍ଳକରେ ରହି ପୁରୁଣା ବିଲ୍‌ କାମ କରୁଥିବା ଦେଖିବାକୁ ମିଳୁଛି ା ଏ ସଂକ୍ରାନ୍ତରେ ପ୍ରକଳ୍ପ ନିର୍ଦ୍ଦେଶକ ପରିଡ଼ାଙ୍କୁ ଯୋଗାଯୋଗ କରାଯାଇଥିଲା ା ସେ କହିଛନ୍ତି, ଏଭଳି ଖବର ତାଙ୍କ ପାଖରେ ନାହିଁ ା ତେବେ ଡେରାବିଶ ବିଡ଼ିଓଙ୍କ ସହ ଏ ବିଷୟରେ ଯୋଗାଯୋଗ କରି ସେ ଯାହା କିଛି ପଦକ୍ଷେପ ନେବେ ା ଏ ସଂକ୍ରାନ୍ତରେ କନିଷ୍ଠଯନ୍ତ୍ରୀ ସାମନ୍ତରାୟ କହିଛନ୍ତି, ମୋ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ା ମୁଁ କୌଣସି ନିୟମ ଉଲ୍ଲଂଘନ କରିନାହିଁ ା ଏବେ ମୁଁ କେନ୍ଦ୍ରାପଡ଼ା ବ୍ଲକ୍‌ରେ ରହି କାମ କରୁଛି ା
ଏ ସଂକ୍ରାନ୍ତରେ ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ମଲ୍ଲିକେଶ୍ୱରପୁର ଉଚ୍ଚବିଦ୍ୟାଳୟ ପରିସରରେ ଥିବା ଶୌଚାଳୟଗୁଡ଼ିକ ବର୍ଷକ ତଳେ ନିର୍ମାଣ ହୋଇଥିଲା। ବିଦ୍ୟାଳୟର ଏକ ୧୮୦ ଫୁଟ ଲମ୍ବର ଶ୍ରେଣୀଗୃହକୁ କନିଷ୍ଠଯନ୍ତ୍ରୀ କାହା ନିର୍ଦ୍ଦେଶରେ ସମ୍ପୂର୍ଣ୍ଣ ଭାଙ୍ଗିଛନ୍ତି ତାହାର ତୁରନ୍ତ ତଦନ୍ତ କରାଯାଉ। କେବଳ ସେତିକି ନୁହେଁ ଇନ୍‌ଟ୍ରାକ୍ଟିଭ୍‌ ଡିଜିଟାଲ୍‌ ପ୍ୟାନେ୍‌ଲ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୨ଲକ୍ଷ ୧୫ ହଜାର ଟଙ୍କା ବ୍ୟୟରେ ଏଲ୍‌ଜି କମ୍ପାନୀର କ୍ରୟ କରିବାକୁ ନିର୍ଦ୍ଦେଶ ଥିବା ବେଳେ ଅତିକମ୍‌ ଦାମ୍‌ର ଡିଜିଟାଲ୍‌ ପ୍ୟାନେଲ୍‌ କ୍ରୟ କରି ବିଦ୍ୟାଳୟରେ ଲଗାଯାଇଥିବା ବିଧୁଭୂଷଣ କହିଛନ୍ତି, ଯାହାକି ଖୁବ୍‌ଶୀଘ୍ର ଅଚଳ ହେବାର ସମ୍ଭାବନା ରହିଛି। ଏହି ପ୍ୟାନେଲ୍‌ ଛାତ୍ରୀଛାତ୍ରଙ୍କ ଭବିଷ୍ୟତରେ କୌଣସି କାମରେ ଲାଗିବ ନାହିଁ ବୋଲି ମହାପାତ୍ର ୫-ଟି ସଚିବଙ୍କୁ ଅବଗତ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ା ସେହିପରି ଲାଲବାହଦୂର ଉଚ୍ଚବିଦ୍ୟାଳୟ, ଯଅଁରାବାରିମୂଳ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଓ ହରିଅଙ୍କ ଉଚ୍ଚବିଦ୍ୟାଳୟରେ କରାଯାଇଥିବା କାର୍ଯ୍ୟର ବିଧିବଦ୍ଧ ତଦନ୍ତ କରିବା ପାଇଁ ବିଧୁଭୂଷଣ ୫-ଟି ସଚିବ ଓ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri