ବଚସାରୁ ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଖୋର୍ଦ୍ଧା ଅଫିସ,୩।୭: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଚତରାଶଙ୍ଖ ନିକଟରେ ଶନିବାର ଅପରାହ୍ନରେ ସାମାନ୍ୟ ବଚସାରୁ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ କ୍ରୋଧାନ୍ବିତ ହୋଇ ଜଣେ ଅନ୍ୟ ଜଣେ ଯୁବକଙ୍କୁ କଟୁରିରେ ଗୋଡ଼ାଇ ହାଣିଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ସେ ହେଲେ ରାସନ ତନ୍ତି। ଘର ଗୁରୁଜଙ୍ଗ ଅଞ୍ଚଳର ବୋଲି କୁହାଯାଉଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଆକ୍ରମଣକାରୀ ସନ୍ତୋଷ ବାରିକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ସନ୍ତୋଷ ଆକ୍ରମଣ ପରେ କଟୁରି ଧରି ଚାଲି ଚାଲି ଯାଉଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି।
ମୁତାବକ, ଶନିବାର ଅପରାହ୍ନରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରଥମେ ବଚସା ପରେ ହାତାହାତି ହୋଇଥିଲେ। ସନ୍ତୋଷ ଏକ ଠେଙ୍ଗାରେ ରାସନଙ୍କୁ ଆକ୍ରମଣ କରିଥିଲେ। ରାସନ ଧରିଥିବା କଟୁରିରେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସନ୍ତୋଷ ସାମାନ୍ୟ ଆହତ ହୋଇଥିଲେ। ସନ୍ତୋଷ ଉତ୍‌କ୍ଷିପ୍ତ ହୋଇ କଟୁରି ଛଡାଇ ନେଇ ପ୍ରଥମେ ରାସନର ମୁଣ୍ଡକୁ ଚୋଟ ମାରିଥିଲେ। ସେଠାରୁ ସେ ଖସିଯିବାକୁ ଉଦ୍ୟମ ବେଳେ ଗୋଡ଼ାଇ ହାଣିଥିଲେ। ତଳେ ପଡିଯିବା ପରେ ହାତ, ଗୋଡ, ପିଠିକୁ ହାଣି ସେଠାରୁ ସନ୍ତୋଷ ଫେରାର ହୋଇଯାଇଥିଲେ। ରାସ୍ତାକଡରେ ଆହତ ଅବସ୍ଥାରେ ଜଣେ ଯୁବକ ପଡିଥିବା ଖବରପାଇ ଟାଉନ ପୋଲିସ ପହଞ୍ଚି ରାସନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ ପଠାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ କାରୀଙ୍କ ବ୍ରାଉନସୁଗାର କାରବାର ସହିତ ସମ୍ପୃକ୍ତି ରହିଥିବା ଏବଂ ତାଙ୍କର ଜଣେ ସମ୍ପର୍କୀୟ ଟାଉନ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri