ବଚସାରୁ ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଖୋର୍ଦ୍ଧା ଅଫିସ,୩।୭: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଚତରାଶଙ୍ଖ ନିକଟରେ ଶନିବାର ଅପରାହ୍ନରେ ସାମାନ୍ୟ ବଚସାରୁ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ କ୍ରୋଧାନ୍ବିତ ହୋଇ ଜଣେ ଅନ୍ୟ ଜଣେ ଯୁବକଙ୍କୁ କଟୁରିରେ ଗୋଡ଼ାଇ ହାଣିଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ସେ ହେଲେ ରାସନ ତନ୍ତି। ଘର ଗୁରୁଜଙ୍ଗ ଅଞ୍ଚଳର ବୋଲି କୁହାଯାଉଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଆକ୍ରମଣକାରୀ ସନ୍ତୋଷ ବାରିକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ସନ୍ତୋଷ ଆକ୍ରମଣ ପରେ କଟୁରି ଧରି ଚାଲି ଚାଲି ଯାଉଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି।
ମୁତାବକ, ଶନିବାର ଅପରାହ୍ନରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରଥମେ ବଚସା ପରେ ହାତାହାତି ହୋଇଥିଲେ। ସନ୍ତୋଷ ଏକ ଠେଙ୍ଗାରେ ରାସନଙ୍କୁ ଆକ୍ରମଣ କରିଥିଲେ। ରାସନ ଧରିଥିବା କଟୁରିରେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସନ୍ତୋଷ ସାମାନ୍ୟ ଆହତ ହୋଇଥିଲେ। ସନ୍ତୋଷ ଉତ୍‌କ୍ଷିପ୍ତ ହୋଇ କଟୁରି ଛଡାଇ ନେଇ ପ୍ରଥମେ ରାସନର ମୁଣ୍ଡକୁ ଚୋଟ ମାରିଥିଲେ। ସେଠାରୁ ସେ ଖସିଯିବାକୁ ଉଦ୍ୟମ ବେଳେ ଗୋଡ଼ାଇ ହାଣିଥିଲେ। ତଳେ ପଡିଯିବା ପରେ ହାତ, ଗୋଡ, ପିଠିକୁ ହାଣି ସେଠାରୁ ସନ୍ତୋଷ ଫେରାର ହୋଇଯାଇଥିଲେ। ରାସ୍ତାକଡରେ ଆହତ ଅବସ୍ଥାରେ ଜଣେ ଯୁବକ ପଡିଥିବା ଖବରପାଇ ଟାଉନ ପୋଲିସ ପହଞ୍ଚି ରାସନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ ପଠାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ କାରୀଙ୍କ ବ୍ରାଉନସୁଗାର କାରବାର ସହିତ ସମ୍ପୃକ୍ତି ରହିଥିବା ଏବଂ ତାଙ୍କର ଜଣେ ସମ୍ପର୍କୀୟ ଟାଉନ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପରଠୁ ଶିଥିଳ ପୋଲିସ

ଅନୁଗୋଳ ଅଫିସ, ୧୩।୧୧: ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦେଇ ଅନୁଗୋଳ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ନୂଆ ବ୍ୟବସ୍ଥା। ୨୦୨୧ ଏପ୍ରିଲ ୧ରୁ...

ଦୃଢ ଇଛାଶକ୍ତି ଦେଇଛି ବଞ୍ଚିବାର ରାହା

ଖଇରା, ୧୮।୩(ଡି.ଏନ.ଏ.)-ଦୃଢ ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ବ୍ରହ୍ମଚାରୀ ଗ୍ରାମର ଦିବ୍ୟାଙ୍ଗ ଅକ୍ଷୟ...

ମାଲ୍‌ ପରିବହନରେ ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ଶୀର୍ଷରେ

ଜଟଣୀ,୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ୨୦୨୨ ସେପ୍ଟେମ୍ବରରେ ଭାରତୀୟ ରେଳ ମଧ୍ୟରେ ମାଲ୍‌ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ଦ୍ୱିତୀୟ...

ମହାପ୍ରୟାଣ ଗାଡି ମିଳିଲାନି: ଅଟୋରେ ବୁହାହେଲା ମୃତଦେହ

ରାଇକିଆ,୨ା୮(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଣି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଶନିବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁପରେ ମହାପ୍ରୟାଣ ଗାଡି ନ ମିଳିବାରୁ ଅଟୋରେ...

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ସକାଳୁ ଲମ୍ବା ଲାଇନ୍‌ରେ ଭୋଟର

ଫୁଲବାଣୀ ଅଫିସ,୧୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ସକାଳୁ ଆରମ୍ଭ ହୋଇଛି। କନ୍ଧମାଳ ଜିଲାର କ.ନୂଆଗାଁ ବ୍ଲକର ୧...

ପ୍ରାର୍ଥନା ସଭାରେ ଛାତିକୁ ମୁଥ

କାମାକ୍ଷାନଗର,୧୩।୭(ସୁଧୀର ପରିଡ଼ା)ପ୍ରାର୍ଥନା ସଭାରେ ଶିକ୍ଷୟିତ୍ରୀଙ୍କ ମୁଥ ମାଡ଼ରେ ଗୁରୁତର ହୋଇଛନ୍ତି ଛାତ୍ର। ଏଭଳି ଅମାନବୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ସଦରସ୍ଥିତ ଉଚ୍ଚ...

ସମୁଦ୍ର ସ୍ନାନର ମଜା ନେଲେ ପର୍ଯ୍ୟଟକ

ପୁରୀ ଅଫିସ,୩।୮: କୋଭିଡ୍‌ କଟକଣା କୋହଳ ହେବା ପରେ ସୋମବାର ପୁରୀ ସହରରେ ଦୋକାନ ବଜାର ଖୋଲିଛି। ପ୍ରଥମ ଦିନରୁ ହିଁ ପୁରୀ ବେଳାଭୂମିରେ ପ୍ରବଳ...

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ ଭାଇରାଲ

ଦିଗପହଣ୍ଡି,୫ା୨(ଡି.ଏନ.ଏ.) -ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗଁାର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ ପରେ ତାଙ୍କ ବାହାଘର...

Advertisement
Archives

Model This Week