୭୦ ଜଣଙ୍କ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଚଳୁ

ନବରଙ୍ଗପୁର/ଡାବୁଗାଁ,୩।୧୦(ସଦାଶିବ ପ୍ରହରାଜ/ ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ପାପଡ଼ାହାଣ୍ଡି ବ୍ଲକ ମାନିଗାଁ ପୂର୍ବତନ ସରପଞ୍ଚ ମଞ୍ଜୁଳା ଜାନୀ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଆତ୍ମସାତ୍‌ କରିଥିବା ନେଇ ଅଭିଯୋଗ ହୋଇଛି। ପଞ୍ଚାୟତବାସୀ, ଜିଲା ପରିଷଦ ଜୋନ୍‌-୧ ସଭ୍ୟ ଯଶୋବନ୍ତ ନାୟକ ଓ ବର୍ତ୍ତମାନର ସରପଞ୍ଚ ଶୁକଦେବ ମାଝୀ ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ପୂର୍ବତନ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନା ଅନୁଦାନ ଟଙ୍କା ହଡ଼ପ କରିଥିବା ନେଇ ଏକ ଅଭିଯୋଗ ପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ମହେଶ୍ବର ଚନ୍ଦ୍ର ନାୟକଙ୍କୁ ସରପଞ୍ଚ ପ୍ରଦାନ କରିଛନ୍ତି। ଅଭିଯୋଗର ତଦନ୍ତ ହେବ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି। ଏହାର ଏକ ନକଲ ପାପଡ଼ାହାଣ୍ଡି ବିଡିଓଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଏ ନେଇ ଡାବୁଗାଁ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଥାନା କେସ୍‌ ନଂ ୧୭୯/୨୪ ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଡାବୁଗାଁ ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ପାପଡ଼ାହାଣ୍ଡି ବ୍ଲକ୍‌ ମାନିଗାଁ ପଞ୍ଚାୟତରେ ମଞ୍ଜୁଳା ୨୦୧୭ରୁ ୨୦୨୨ ମଧ୍ୟରେ ସରପଞ୍ଚ ଥିଲେ। ଏହି ସମୟରେ ପଞ୍ଚାୟତ ପିଡିଏସ୍‌ ଆକାଉଣ୍ଟରୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପର୍ଯ୍ୟାୟକ୍ରମେ ୪ଟି କିସ୍ତିରେ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଯାଇଥିଲା। ଏହି ଟଙ୍କା କିନ୍ତୁ ତତ୍କାଳୀନ ସରପଞ୍ଚ ହିତାଧିକାରୀଙ୍କୁ ଦେଇ ନ ଥିଲେ। ୨୦୨୨ ଏପ୍ରିଲରେ ଶୁକଦେବ ମାନିଗାଁ ସରପଞ୍ଚ ନିର୍ବାଚିତ ହୋଇଥିଲେ। ଏହାପରେ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ପାଇବାକୁ ଥିବା ହିତାଧିକାରୀ ତାଙ୍କୁ ମାଗିଥିଲେ। ପୂର୍ବତନ ସରପଞ୍ଚଙ୍କ କାର୍ଯ୍ୟକାଳ ସମୟରେ ମୃତ୍ୟୁବରଣ କରିଥିବା ପରିବାରବର୍ଗଙ୍କୁ ସହାୟତା ପ୍ରଦାନ କରାଯାଇପାରିବ ନାହିଁ ବୋଲି ସରପଞ୍ଚ ଶୁକଦେବ କହିଥିଲେ। ବାରମ୍ବାର ଲୋକେ ଟଙ୍କା ମାଗିବାରୁ ସେ ଘଟଣାର ତଦନ୍ତ କରିଥିଲେ। ମଞ୍ଜୁଳା ପିଡିଏସ୍‌ ଆକାଉଣ୍ଟରୁ ୨୦୧୮ ସେପ୍ଟେମ୍ବର ୭ରୁ ୨୦୧୯ ଅଗଷ୍ଟ ୩୦ ମଧ୍ୟରେ ୪ଟି ପର୍ଯ୍ୟାୟରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଉଠାଇଛନ୍ତି। ସେହି ଅର୍ଥକୁ ହିତାଧିକାରୀଙ୍କୁ ଦେଇ ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ବୁଧବାର ମାନିଗାଁ ସରପଞ୍ଚ, ଜିଲା ପରିଷଦ ସଭ୍ୟ ଓ ୨ଶହରୁ ଊର୍ଦ୍ଧ୍ୱ ଜନସାଧାରଣ ଓ ହିତାଧିକାରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଘଟଣା ସମ୍ପର୍କରେ ଜଣାଇଥିଲେ। ୨୦୧୭ରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ମିଳିଲା ନାହିଁ ବୋଲି ରାଉଲିଗୁଡା ଗାଁର ଘାସିରାମ ଜାନୀ ଅଭିଯୋଗ କରିଛନ୍ତି। ସେହିଭଳି ଉକ୍ତ ଗାଁର ପ୍ରଶାନ୍ତ ହରିଜନଙ୍କ କହିବା ଅନୁଯାୟୀ, ଜେଜେବାପା ଦୀନବନ୍ଧୁ ହରିଜନ ୨୦୧୯ ଓ ଜେଜେ ମାଆ ସେବତୀଙ୍କ ୨୦୨୦ରେ ମୃତ୍ୟୁ ହୋଇଥିଲା। ଏବେଯାଏ କିନ୍ତୁ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ମିଳିଲା ନାହିଁ। ଏହିଭଳି ଅନେକ ଲୋକ ମୃତଦେହ ସତ୍କାର ସହାୟତା ଟଙ୍କା ପାଇବାରୁ ବଞ୍ଚତ୍ତ ବୋଲି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?