ଆଜିଠୁ ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆର ଆଧିପତ୍ୟ ଶେଷ କରିବାକୁ ସୁଯୋଗ

ଦୁବାଇ,୩ା୧୦(ପି.ଟି.):ୟୁଏଇରେ ଗୁରୁବାର ମହିଳା ଟି୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶାରଜା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପରେ ଦୁଇ ଏସୀୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଶ୍ରୀଲଙ୍କା ପରବର୍ତ୍ତୀ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ପୂର୍ବରୁ ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଖେଳାଯିବାକୁ ଥିବାବେଳେ ରାଜନୈତିକ ହିଂସା କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା।
ମହିଳା ଟି୨୦ରେ ଅଷ୍ଟ୍ରେଲିଆ ସବୁଠାରୁ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଏହାର ଆଧିପତ୍ୟ ଶେଷ କରିବା ପାଇଁ ଭାରତ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପ୍ରୟାସ କରିବେ। ଅନ୍ତିମ ୩ ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆ ଜିତିଥିବା ବେଳେ ସମୁଦାୟ ୯ ସଂସ୍କରଣରେ ଏହା ୬ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଅତୀତରେ ଭାରତ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଅନେକ ଥର ଅଷ୍ଟ୍ରେଲିଆକୁ ହରାଇ ସାରିଛନ୍ତି। ତେବେ ବିଶ୍ୱକପ୍‌ରେ ଏହି ଦଳକୁ ହରାଇବା ସମସ୍ତଙ୍କ ପାଇଁ କାଠିକର ପାଠ ହୋଇଛି। ବିଶ୍ୱକପ୍‌ରେ ଏହି ଦଳ ଅପରାଜେୟ ରହିଥିବା ବେଳେ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅଷ୍ଟ୍ରେଲିଆ ଇତିହାସର ସବୁଠାରୁ ସଫଳତମ ଅଧିନାୟିକା ମେଗ୍‌ ଲାନିଙ୍ଗ ୧୮ ମାସ ତଳେ କ୍ରିକେଟରୁ ଅବସର ନେଇଥିବା ବେଳେ ଆଲିସା ହିଲିଙ୍କୁ ଦାୟିତ୍ୱ ମିଳିଥିଲା। ହିଲିଙ୍କ ବ୍ୟତୀତ ଏଲିସ୍‌ ପେରୀ, ଆସ୍‌ଲେ ଗାର୍ଡନର ଓ ଗ୍ରେସ୍‌ ହ୍ୟାରିସଙ୍କ ପରି ମ୍ୟାଚ୍‌ ବିଜେତା ଖେଳାଳି ଏହି ଦଳରେ ରହିଛନ୍ତି। ଏହି ଦଳରେ ଦୁଇ ଯୁବ ପେସ୍‌ ବୋଲର ଟାୟଲା ଭାଲେମିଙ୍କ ଓ ଡାର୍ସି ବ୍ରାଉନ୍‌ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ଇଂଲଣ୍ଡ ଦଳ ୨୦୦୯ରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ପରେ ୩ ଥର ଦଳ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି। ବିଶ୍ୱକପ୍‌ ୟୁଏଇରେ ଖେଳାଯାଉଥିବା କାରଣରୁ ସୋଫି ଏକେଲଷ୍ଟୋନଙ୍କ ବଡ ଭୂମିକା ରହିବ। ସେହିପରି ସାରା ଗ୍ଲେନ୍‌ ଓ ଚାର୍ଲି ଡିନ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି।
ଅଷ୍ଟ୍ରେଲିଆ ପାଇଁ ଆଉ ଏକ ବଡ ଚ୍ୟାଲେଞ୍ଜ ଭାବରେ ଉଭା ହୋଇପାରେ ହରମନ୍‌ପ୍ରୀତ କୌରଙ୍କ ଭାରତୀୟ ଦଳ। ୨୦୨୦ ଟି୨୦ ବିଶ୍ୱକପ୍‌ ଓ ୨୦୨୨ ରାଜ୍ୟ ଗୋଷ୍ଠୀ କ୍ରୀଡାର ଫାଇନାଲରେ ଭାରତ ପରାଜିତ ହୋଇଥିଲା। ଏପରି କି ଅପେକ୍ଷାକୃତ ଦୁର୍ବଳ ଶ୍ରୀଲଙ୍କା ନିକଟରୁ ଦଳ ଏସିଆ କପ୍‌ ଫାଇନାଲରେ ମଧ୍ୟ ହାରି ଯାଇଥିଲା। ତେବେ ଭାରତ ନିକଟରେ ଶେଫାଳି ବର୍ମା, ସ୍ମୃତି ମାନ୍ଧନା, ହରମନ୍‌ପ୍ରୀତ ଓ ରିଚା ଘୋଷଙ୍କ ପରି ଆକ୍ରମଣାତ୍ମକ ବ୍ୟାଟର ରହିଥିବା ବେଳେ ଏକାଧିକ ମ୍ୟାଚ୍‌ ବିଜେତା ସ୍ପିନ୍‌ ବୋଲର ରହିଛନ୍ତି। ଭାରତ ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବା ଆଶା କରାଯାଏ। ବିଗତ ସଂସ୍କରଣର ରନର୍‌ ଅପ୍‌ ରହିଥିବା ଦକ୍ଷିଣ ଆଫ୍ରିକା ମଧ୍ୟ କଡା ଚ୍ୟାଲେଞ୍ଜ ଦେବାର ସମ୍ଭାବନା ରହିଛି। ଲୌରା ଓଲ୍ଭଡର୍‌ଟଙ୍କ ନେତୃତ୍ୱାଧୀନ ଦଳ ଗତବର୍ଷ ଫାଇନାଲର ପ୍ରତିଶୋଧ ନେବାକୁ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?