ଯାତ୍ରା ଚାଲିଥିବାବେଳେ ଅଘଟଣ: ଦର୍ଶକଙ୍କ ଛୁରାମାଡ଼ରେ କମିଟି ସଭ୍ୟ ଆହତ

ଲୋଇସିଂହା,୨।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ଅନ୍ତର୍ଗତ ବିନ୍ଧାପାଲିରେ ଶ୍ରୀକ୍ଷେତ୍ର ଗଣନାଟ୍ୟ ଅପେରା ଅନୁଷ୍ଠିତ ହେଉଛି। ମଙ୍ଗଳବାର ତୃତୀୟ ରଜନୀ ଜଣେ ଟ୍ରାନ୍ସଜେଣ୍ଡର ଦର୍ଶକଙ୍କ ଉନ୍ମକ୍ତ କାଣ୍ଡ ଭିଆଇଥିଲେ। ଟ୍ରାନ୍ସଜେଣ୍ଡରଙ୍କ ଛୁରା ମାଡ଼ ଆକ୍ରମଣରେ ଆୟୋଜକ କମିଟିର ସଭ୍ୟ ମୁନୁପାଲି ଗ୍ରାମର ଡୋଲା ବିଶି ଆହତ ହୋଇଛନ୍ତି। କମିଟି ସଦସ୍ୟ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆଗଲପୁର ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡୋଲା ବିଶିଙ୍କ ଅଭିଯୋଗ କ୍ରମେ ଆଗଲପୁର ଥାନାରେ କେସ (ନଂ ୧୬୫।୨୪) ଏକ ମାମଲା ରୁଜୁ ହୋଇଛି। ଆକ୍ରମଣ କରିଥିବା ଟ୍ରାନ୍ସଜେଣ୍ଡର ଘଟଣା ପରଠୁ ଫେରାର ହୋଯାଇଛନ୍ତି। ଧରିବାକୁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ବାସୁଦେବ ଭୋଇ କହିଛନ୍ତି।

ପ୍ରକାଶ, ମଙ୍ଗଳବାର ତୃତୀୟ ରଜନୀ ନାଟକ ଚାଲିଥିଲା ବେଳେ ଲଖନପାଲି ଗ୍ରାମର କିନ୍ନର ଦର୍ଶକଙ୍କ ରମାକାନ୍ତ ବରିହା ମଞ୍ଚକୁ ଚଢ଼ି ଯାଇଥିଲେ। ଏହି ସମୟରେ କମିଟି ସଦସ୍ୟ ତାଙ୍କୁ ମଞ୍ଚରୁ ଓହ୍ଲାଇ ଆସିବାକୁ କହିଥିଲେ। ହେଲେ ଟ୍ରାନ୍ସଜେଣ୍ଡର ରମାକାନ୍ତ ଉତକ୍ଷିପ୍ତ ହୋଇ ପଡ଼ି ଧରି ଥିବା ଏକ ଛୁରାରେ କମିଟି ସଭ୍ୟ ଡୋଲା ବିଶିଙ୍କୁ ଆକ୍ରମଣ କରିଥିଲେ। ଡୋଲାଙ୍କ ୨ ରୁ ୩ ଟି ସ୍ଥାନ ରେ କ୍ଷତ ସୃଷ୍ଟି ହେଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

 


Enter your email to get our daily news in your inbox.

All Right Reserved By Dharitri.Com

ରବି ଧାନ ଉଠାଣକୁ ନେଇ ବିବାଦ: ଜିଲାପାଳ-ଏମ୍‌ପିଙ୍କୁ ରାଇସ୍ ମିଲର୍ସ ଆସୋସିଏସନର ଦାବି, ୪ରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଧର୍ମଘଟ

କେସିଙ୍ଗା, ୨।୫(ତୁମେଶ୍ୱର ସାହୁ): ରବି ଧାନ ଉଠାଣ ଏବଂ ସିଏମ୍‌ଆର୍  ବିତରଣକୁ ନେଇ ଓଡ଼ିଶାରେ ଏକ ବଡ଼ ସଙ୍କଟ ସୃଷ୍ଟି ହେବାକୁ ଯାଉଛି। ନିଜର ୯ ଦଫା…

ଦାୟିତ୍ୱବୋଧ ନୁହେଁ କଭର୍‌-ଅପ୍‌ କରିବା; CBSE ଚେୟାରମ୍ୟାନ-ସଚିବଙ୍କ ବଦଳିକୁ ନେଇ ରାହୁଲଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ, ୨।୬: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ଅନ୍‌ଲାଇନ୍ ମୂଲ୍ୟାୟନ ପ୍ରଣାଳୀରେ ହୋଇଥିବା ବିବାଦ ମଧ୍ୟରେ ବୋର୍ଡର ଚେୟାରମ୍ୟାନ୍ ଏବଂ ସଚିବଙ୍କ ବଦଳିକୁ ନେଇ…

ଛତ୍ରପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ପପୁ ପମପମଙ୍କ କମେଡି-ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର, ୨।୫:(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ମହାଆଡମ୍ବରରେ ଚାଲିଛି ‘ଛତ୍ରପୁର ମହୋତ୍ସବ’। ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର…

ବିବାହ ପରେ ବି ବାପଘର ସହ ଝିଅର ସମ୍ପର୍କ ଶେଷ ହୁଏନାହିଁ, ହକ୍‌ ଦେବାକୁ ମନା କରିପାରିବେ ନାହିଁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୬: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ, କେବଳ ବିବାହ ହୋଇଯାଇଥିବା କାରଣରୁ ଜଣେ ଝିଅକୁ ତାର ବାପଘର ପରିବାରରୁ ଅଲଗା ବୋଲି…

ଓଡ଼ିଶାର ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ବଢ଼ିଲା ସଂରକ୍ଷଣ; ST, SC ଓ SEBC ବର୍ଗ ହେବେ ଉପକୃତ, ଜାଣନ୍ତୁ…

ଭୁବନେଶ୍ୱର,୨।୬: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର। ରାଜ୍ୟର ବିଭିନ୍ନ ବୃତ୍ତିଗତ ଶିକ୍ଷାନୁଷ୍ଠାନ (Professional Educational Institutions) ରେ ନାମଲେଖା ପାଇଁ ସଂରକ୍ଷଣ ପ୍ରତିଶତକୁ ବୃଦ୍ଧି…

ଇନଷ୍ଟା ପାସୱାର୍ଡ ଦେଇଦେଲା Meta AI; ବାରାକ ଓବାମାଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୨।୬: ସୋସିଆଲ ମିଡିଆ ଜଗତର ସବୁଠାରୁ ବଡ଼ କମ୍ପାନୀ ‘ମେଟା’ (Meta) ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା Meta AI ର ଏକ ସାଂଘାତିକ ସୁରକ୍ଷା ତ୍ରୁଟି…

କିଏ ସେ ପ୍ରଶାନ୍ତ ସୀତାରାମ ଲୋଖାଣ୍ଡେ? ଯାହାଙ୍କୁ CBSEର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର, ବରୁଣ ଭାରଦ୍ୱାଜ…

ନୂଆଦିଲ୍ଲୀ, ୨।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ନୂତନ ଅଧ୍ୟକ୍ଷଙ୍କୁ…

କକ୍ରୋଚ ଜନତା ପାର୍ଟିରେ ସାମିଲ ହେବେ ସୋନମ ୱାଙ୍ଗଚୁକ? ଜୁନ ୬କୁ ନେଇ କଲେ ବଡ଼ ଘୋଷଣା

ନୂଆଦିଲ୍‌ଲୀ,୨।୬: ଜଣାଶୁଣା ପରିବେଶବିତ୍‌ ତଥା ଶିକ୍ଷାବିତ୍‌ ସୋନମ ୱାଙ୍ଗଚୁକ ଏବେ ଦେଶର ଯୁବପିଢ଼ିଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଆସନ୍ତା ଜୁନ ୬ ତାରିଖରେ ଦେଶର ରାଜଧାନୀ ଦିଲ୍ଲୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri