Posted inଖେଳ

ଆଇପିଏଲ୍‌ରୁ ଓହରିଲେ ହରଭଜନ

ନୂଆଦିଲ୍ଲୀ, ୫ା୯(ପି.ଟି.)-ସିନିୟର ଅଫ୍‌ସ୍ପିନର ହରଭଜନ ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରି ଯାଇଛନ୍ତି। ସେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟିମ୍‌ ମ୍ୟାନେଜମେଣ୍ଟକୁ ଅବଗତ କରାଇଛନ୍ତି। ଏଥର ଆଇପିଏଲ୍‌ରୁ ଓହରିବାରେ ସେ ହେଉଛନ୍ତି ଦ୍ୱିତୀୟ ହାଇପ୍ରୋଫାଇଲ ଖେଳାଳି। ୪୦ବର୍ଷୀୟ ହରଭଜନ ଗତ ଦୁଇ ସିଜନ ଧରି ସିଏସ୍‌କେ ତରଫରୁ ଖେଳି ଆସୁଥିଲେ। ବର୍ତ୍ତମାନ ସେ ନିଜ ପରିବାର ସହ ପଞ୍ଜାବର ଜଳନ୍ଧରରେ ଅବସ୍ଥାନ କରୁଛନ୍ତି। କାରଣକୁ ସେ ଗୋପନ ରଖିବାକୁ ଚାହୁଁଥିବା କହିଛନ୍ତି। ନିଷ୍ପତ୍ତିରେ ସହଯୋଗ କରିବା ଲାଗି ସେ ଅନୁରୋଧ କରିଛନ୍ତି। କୋଭିଡ୍‌-୧୯ ମାହାମାରୀ ଯୋଗୁ ଏଥର ଆଇପିଏଲ୍‌ ୟୁଏଇରେ ଆୟୋଜନ କରାଯାଇଛି। ଚଳିତ ସିଜନ ପାଇଁ ଫ୍ରାଞ୍ଚାଇଜ୍‌ ତାଙ୍କୁ ୨ କୋଟି ଟଙ୍କା ବିନିମୟରେ କ୍ରୟ କରିଥିଲା। ପୂର୍ବରୁ ଅଲରାଉଣ୍ଡର ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ସିଏସ୍‌କେ ଦଳରୁ ଓହରିଯାଇଥିଲେ। ଆଇପିଏଲ୍‌ ଇତିହାସରେ ଅନ୍ୟତମ ସଫଳ ବୋଲର। ଲସିଥ ମାଲିଙ୍ଗା (୧୭୦) ଓ ଅମିତ ମିଶ୍ର(୧୫୭)ଙ୍କ ପରେ ସେ ତୃତୀୟ ସର୍ବାଧିକ ୧୫୦ ଉଇକେଟ ଅକ୍ତିଆର କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ନିଜ ପରିବାର ପ୍ରତି ଧ୍ୟାନ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ହରଭଜନ କରିଛନ୍ତି। ଖେଳୁ ନ ଥିଲେ ମଧ୍ୟ ୟୁଏଇରେ ସିଏସ୍‌କେ ଦଳ ପ୍ରତି ତାଙ୍କର ଶୁଭକାମନା ରହିଥିବା ସେ କହିଛନ୍ତି। ତାଙ୍କ ଦଳଠାରୁ ଆଉ ଏକ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ଦୁବାଇ ଅଭିମୁଖେ ଯାତ୍ରା ପୂର୍ବରୁ ଚେନ୍ନାଇରେ ପ୍ରାକ୍‌ ପ୍ରସ୍ତୁତି କ୍ୟାମ୍ପରେ ମଧ୍ୟ ହରଭଜନ ଯୋଗ ଦେଇ ନ ଥିଲେ। ସିଏସକେରେ ବର୍ତ୍ତମାନ ଆଉ ୩ଜଣ ଫ୍ରଣ୍ଟ ଲାଇନ୍‌ ସ୍ପିନର ରହିଲେ। ସେମାନେ ହେଲେ ଲେଗ୍‌ ସ୍ପିନର ଇମ୍ରାନ ତାହିର, ବାମହାତୀ ମିଚେଲ ସାଣ୍ଟନର ଏବଂ ଲେଗ୍‌ବ୍ରେକ୍‌ ବୋଲର ପୀୟୂଷ ଚାଓ୍ବଲା।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?