Posted inଖେଳ

ଆଇପିଏଲ୍‌ରୁ ଓହରିଲେ ହରଭଜନ

ନୂଆଦିଲ୍ଲୀ, ୫ା୯(ପି.ଟି.)-ସିନିୟର ଅଫ୍‌ସ୍ପିନର ହରଭଜନ ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରି ଯାଇଛନ୍ତି। ସେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟିମ୍‌ ମ୍ୟାନେଜମେଣ୍ଟକୁ ଅବଗତ କରାଇଛନ୍ତି। ଏଥର ଆଇପିଏଲ୍‌ରୁ ଓହରିବାରେ ସେ ହେଉଛନ୍ତି ଦ୍ୱିତୀୟ ହାଇପ୍ରୋଫାଇଲ ଖେଳାଳି। ୪୦ବର୍ଷୀୟ ହରଭଜନ ଗତ ଦୁଇ ସିଜନ ଧରି ସିଏସ୍‌କେ ତରଫରୁ ଖେଳି ଆସୁଥିଲେ। ବର୍ତ୍ତମାନ ସେ ନିଜ ପରିବାର ସହ ପଞ୍ଜାବର ଜଳନ୍ଧରରେ ଅବସ୍ଥାନ କରୁଛନ୍ତି। କାରଣକୁ ସେ ଗୋପନ ରଖିବାକୁ ଚାହୁଁଥିବା କହିଛନ୍ତି। ନିଷ୍ପତ୍ତିରେ ସହଯୋଗ କରିବା ଲାଗି ସେ ଅନୁରୋଧ କରିଛନ୍ତି। କୋଭିଡ୍‌-୧୯ ମାହାମାରୀ ଯୋଗୁ ଏଥର ଆଇପିଏଲ୍‌ ୟୁଏଇରେ ଆୟୋଜନ କରାଯାଇଛି। ଚଳିତ ସିଜନ ପାଇଁ ଫ୍ରାଞ୍ଚାଇଜ୍‌ ତାଙ୍କୁ ୨ କୋଟି ଟଙ୍କା ବିନିମୟରେ କ୍ରୟ କରିଥିଲା। ପୂର୍ବରୁ ଅଲରାଉଣ୍ଡର ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ସିଏସ୍‌କେ ଦଳରୁ ଓହରିଯାଇଥିଲେ। ଆଇପିଏଲ୍‌ ଇତିହାସରେ ଅନ୍ୟତମ ସଫଳ ବୋଲର। ଲସିଥ ମାଲିଙ୍ଗା (୧୭୦) ଓ ଅମିତ ମିଶ୍ର(୧୫୭)ଙ୍କ ପରେ ସେ ତୃତୀୟ ସର୍ବାଧିକ ୧୫୦ ଉଇକେଟ ଅକ୍ତିଆର କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ନିଜ ପରିବାର ପ୍ରତି ଧ୍ୟାନ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ହରଭଜନ କରିଛନ୍ତି। ଖେଳୁ ନ ଥିଲେ ମଧ୍ୟ ୟୁଏଇରେ ସିଏସ୍‌କେ ଦଳ ପ୍ରତି ତାଙ୍କର ଶୁଭକାମନା ରହିଥିବା ସେ କହିଛନ୍ତି। ତାଙ୍କ ଦଳଠାରୁ ଆଉ ଏକ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ଦୁବାଇ ଅଭିମୁଖେ ଯାତ୍ରା ପୂର୍ବରୁ ଚେନ୍ନାଇରେ ପ୍ରାକ୍‌ ପ୍ରସ୍ତୁତି କ୍ୟାମ୍ପରେ ମଧ୍ୟ ହରଭଜନ ଯୋଗ ଦେଇ ନ ଥିଲେ। ସିଏସକେରେ ବର୍ତ୍ତମାନ ଆଉ ୩ଜଣ ଫ୍ରଣ୍ଟ ଲାଇନ୍‌ ସ୍ପିନର ରହିଲେ। ସେମାନେ ହେଲେ ଲେଗ୍‌ ସ୍ପିନର ଇମ୍ରାନ ତାହିର, ବାମହାତୀ ମିଚେଲ ସାଣ୍ଟନର ଏବଂ ଲେଗ୍‌ବ୍ରେକ୍‌ ବୋଲର ପୀୟୂଷ ଚାଓ୍ବଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯: ବିଶ୍ୱ ତୀରନ୍ଦାଜୀ ଫିଲ୍ଡ ଚାମ୍ପିୟନଶିପ୍‌ ୨୦୨୨କୁ ଘୁଞ୍ଚିଲା

ଲାଉସେନ,୬।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆମେରିକାର ୟାଙ୍କଟନରେ ଆୟୋଜନ ହେବାକୁ ଥିବା ୨୦୨୦ ବିଶ୍ୱ ତୀରନ୍ଦାଜୀ ଫିଲ୍ଡ ଚାମ୍ପିୟନଶିପ୍‌କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହି...

ନୂଆ ଟେନିସ୍‌ ସେନ୍‌ସେଶନ

ମାତ୍ର ୨୧ ବର୍ଷରେ ଆମେରିକାର ସୋଫିଆ କେନିନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୯ରେ ଡବ୍ଲ୍ୟୁଟିଏ ଶ୍ରେଷ୍ଠ ଉଦୀୟମାନ ମହିଳା ଖେଳାଳିର ମାନ୍ୟତା ପାଇଥିବା ଏହି...

ଆଇପିଏଲ୍‌ ଟାଇଟଲ୍‌ ପ୍ରୟୋଜକ ଦୌଡ଼ରେ ଟାଟା ସାମିଲ

ନୂଆଦିଲ୍ଲୀ, ୧୫।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାସରୁ ୟୁଏଇରେ ଆରମ୍ଭ ହେବ। ଏଥିଲାଗି ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ଦୌଡ଼ରେ ଟାଟା...

ଧୋନୀଙ୍କ ଝିଅକୁ ସ୍ବତନ୍ତ୍ର ଉପହାର ପଠାଇଲେ ମେସି

ନୂଆଦିଲ୍ଲୀ,୨୮।୧୨:ଫିଫା ବିଶ୍ୱକପ ୨୦୨୨ ଜିତି ଆର୍ଜେଣ୍ଟିନା ଇତିହାସ ସୃଷ୍ଟି କରିଛି। ପେନାଲ୍ଟି ସୁଟଆଉଟରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିବା ପରେ ଲିଓନେଲ ମେସିଙ୍କ...

ଜାତୀୟ ଜୁନିୟର ସଫ୍ଟ ଟେନିସରେ ଓଡ଼ିଶା ଭାଗନେବ

ଭୁବନେଶ୍ୱର, ୮।୧୨ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଚଳିତ ମାସ ୯ରୁ ୧୩ ପର୍ଯ୍ୟନ୍ତ ୧୭ତମ ଜାତୀୟ ଜୁନିୟର ସଫ୍ଟ ଟେନିସ ଚାମ୍ପିୟନଶିପ୍‌ ଅନୁଷ୍ଠିତ...

ପ୍ରଥମ ଟି-୨୦: ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ,୩।୧୧: ଭୟଙ୍କର ଓ ବିଷାକ୍ତ ପ୍ରଦୂଷଣ ଭିତରେ ଦିଲ୍ଲୀର ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହୋଇଛି। ବାଂଲାଦେଶ...

ଅଲିମ୍ପିକ୍‌ ଜ୍ୟୋତି ପ୍ରଦର୍ଶନକୁ ବାତିଲ କଲା ଜାପାନ

ଟୋକିଓ, ୭।୪ (ପି.ଟି.)- କୋଭିଡ୍‌-୧୯ ସାରା ବିଶ୍ୱ ମହାମାରୀର ରୂପ ନେଇଥିବା ବେଳେ ଅଲିମ୍ପିକ୍ସ ଆୟୋଜକ ଦେଶ ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି। ଜାପାନ...

ଆହତ ବ୍ୟାଟ୍ସମ୍ୟାନଙ୍କୁ ରନ୍‌ ଆଉଟ୍‌ କରିବାକୁ ମନାକଲେ ବୋଲର

ପର୍ଲ,୧୩।୧୨- ଚଳିତ ଏମ୍‌ଝାନ୍‌ସି ସୁପର ଲିଗ୍‌ରେ ଏପର୍ଯ୍ୟନ୍ତ ବହୁ ଆକ୍ସନ ହୋଇସାରିିଛି। ନେଲସନ ମଣ୍ଡେଲା ବେ ଜିଆଣ୍ଟସ ଓ ପର୍ଲ ରକ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ...

Advertisement
Archives

Model This Week