Posted inଖେଳ

ସିଏସ୍‌କେର ନେଟ୍ସ ଆରମ୍ଭ

ଦୁବାଇ, ୫ା୮ (ପି.ଟି.)-କରୋନା ଭାଇରସ୍‌ ପାଇଁ ତୃତୀୟ ରାଉଣ୍ଡ ଟେଷ୍ଟିଂ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଶେଷରେ ଶୁକ୍ରବାର ନେଟ୍ସ ଆରମ୍ଭ କରିଛି। କୋଭିଡ୍‌-୧୯ ପଜିଟିଭ୍‌ ପାଇଁ କ୍ୱାରାଣ୍ଟାଇନ୍‌ରେ ଥିବା ଦୀପକ ଚହର ଓ ଋତୁରାଜ ଗାଏକ୍ୱାଡ୍‌ଙ୍କୁ ଛାଡ଼ି ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅନ୍ୟ ସମସ୍ତ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ। ଗତ ସପ୍ତାହରେ ଦୀପକ ଓ ଋତୁରାଜଙ୍କ ବ୍ୟତୀତ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ୧୧ଜଣ ସଦସ୍ୟ ଟେଷ୍ଟିଂରେ ପଜିଟିଭ ଆସିବାରୁ ୬ଦିନିଆ କ୍ୱାରାଣ୍ଟାଇନ ଶେଷ ହେବା ପରେ ମଧ୍ୟ ଦଳର ଟ୍ରେନିଂରେ ବିଳମ୍ବ ଘଟିଥିଲା। ଅଗଷ୍ଟରେ ଦଳ ଏଠାରେ ପହଞ୍ଚତ୍ବା ପରେ ସମସ୍ତେ ୬ଦିନ କ୍ୱାରାଣ୍ଟାଇନ୍‌ରେ ଥିଲେ। ସମସ୍ତ ସଦସ୍ୟଙ୍କର ୩ଥର ଟେଷ୍ଟ ହୋଇଥିଲା। କରୋନା ଭାଇରସ୍‌ ମୁକ୍ତ ଖେଳାଳିଙ୍କର ଅତିରିକ୍ତ ରାଉଣ୍ଡ ଟେଷ୍ଟିଂ ଗୁରୁବାର ହୋଇଥିଲା। ଏଥିରେ ସେମାନେ ଉତ୍ତୀର୍ଣ୍ଣ ହେବା ପରେ ଟ୍ରେନିଂ ଆରମ୍ଭ ହୋଇଥିଲା। ୧୪ ଦିନିଆଇ ଆଇସୋଲେଶନ ପରିୟଡ ଶେଷ ହେବା ପରେ ୧୧ଜଣ ଷ୍ଟାଫ୍‌ ସଦସ୍ୟଙ୍କ ବ୍ୟତୀତ ଦୀପକ ଓ ଋତୁରାଜଙ୍କୁ ଦୁଇଥର କୋଭିଡ୍‌-୧୯ ଟେଷ୍ଟ ହେବ। ଏଥିରେ ନେଗେଟିଭ୍‌ ଆସିଲେ ସେମାନେ ଟ୍ରେନିଂରେ ସାମିଲ ହୋଇ ପାରିବେ। ବର୍ତ୍ତମାନର ଲାଇନ୍‌ ଅପ୍‌ରେ ଦୀପକଙ୍କୁ ପ୍ରଥମ ଟିମ୍‌ ଷ୍ଟାର୍ଟର ବିବେଚନା କରାଯାଉଛି। ଟୁର୍ନାମେଣ୍ଟରୁ ଓହରିଯାଇଥିବା ଭେଟେରାନ ସୁରେଶ ରାଇନାଙ୍କୁ ସ୍ଥାନରେ ଟପ୍‌ ଅର୍ଡରରେ ଋତୁରାଜଙ୍କୁ ଖେଳାଇବା ଲାଗି ଯୋଜନା କରାଯାଇଛି। ସିଏସ୍‌କେର ଟ୍ରେନିଂ ଆରମ୍ଭ ଆଇପିଏଲ୍‌ ପାଇଁ ଏକ ଭଲ ଖବର। କାରଣ ସେପ୍ଟେମ୍ବର ୧୯ରେ ଚେନ୍ନଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଥର ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri