Posted inଖେଳ

ସିଏସ୍‌କେର ନେଟ୍ସ ଆରମ୍ଭ

ଦୁବାଇ, ୫ା୮ (ପି.ଟି.)-କରୋନା ଭାଇରସ୍‌ ପାଇଁ ତୃତୀୟ ରାଉଣ୍ଡ ଟେଷ୍ଟିଂ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଶେଷରେ ଶୁକ୍ରବାର ନେଟ୍ସ ଆରମ୍ଭ କରିଛି। କୋଭିଡ୍‌-୧୯ ପଜିଟିଭ୍‌ ପାଇଁ କ୍ୱାରାଣ୍ଟାଇନ୍‌ରେ ଥିବା ଦୀପକ ଚହର ଓ ଋତୁରାଜ ଗାଏକ୍ୱାଡ୍‌ଙ୍କୁ ଛାଡ଼ି ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅନ୍ୟ ସମସ୍ତ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ। ଗତ ସପ୍ତାହରେ ଦୀପକ ଓ ଋତୁରାଜଙ୍କ ବ୍ୟତୀତ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ୧୧ଜଣ ସଦସ୍ୟ ଟେଷ୍ଟିଂରେ ପଜିଟିଭ ଆସିବାରୁ ୬ଦିନିଆ କ୍ୱାରାଣ୍ଟାଇନ ଶେଷ ହେବା ପରେ ମଧ୍ୟ ଦଳର ଟ୍ରେନିଂରେ ବିଳମ୍ବ ଘଟିଥିଲା। ଅଗଷ୍ଟରେ ଦଳ ଏଠାରେ ପହଞ୍ଚତ୍ବା ପରେ ସମସ୍ତେ ୬ଦିନ କ୍ୱାରାଣ୍ଟାଇନ୍‌ରେ ଥିଲେ। ସମସ୍ତ ସଦସ୍ୟଙ୍କର ୩ଥର ଟେଷ୍ଟ ହୋଇଥିଲା। କରୋନା ଭାଇରସ୍‌ ମୁକ୍ତ ଖେଳାଳିଙ୍କର ଅତିରିକ୍ତ ରାଉଣ୍ଡ ଟେଷ୍ଟିଂ ଗୁରୁବାର ହୋଇଥିଲା। ଏଥିରେ ସେମାନେ ଉତ୍ତୀର୍ଣ୍ଣ ହେବା ପରେ ଟ୍ରେନିଂ ଆରମ୍ଭ ହୋଇଥିଲା। ୧୪ ଦିନିଆଇ ଆଇସୋଲେଶନ ପରିୟଡ ଶେଷ ହେବା ପରେ ୧୧ଜଣ ଷ୍ଟାଫ୍‌ ସଦସ୍ୟଙ୍କ ବ୍ୟତୀତ ଦୀପକ ଓ ଋତୁରାଜଙ୍କୁ ଦୁଇଥର କୋଭିଡ୍‌-୧୯ ଟେଷ୍ଟ ହେବ। ଏଥିରେ ନେଗେଟିଭ୍‌ ଆସିଲେ ସେମାନେ ଟ୍ରେନିଂରେ ସାମିଲ ହୋଇ ପାରିବେ। ବର୍ତ୍ତମାନର ଲାଇନ୍‌ ଅପ୍‌ରେ ଦୀପକଙ୍କୁ ପ୍ରଥମ ଟିମ୍‌ ଷ୍ଟାର୍ଟର ବିବେଚନା କରାଯାଉଛି। ଟୁର୍ନାମେଣ୍ଟରୁ ଓହରିଯାଇଥିବା ଭେଟେରାନ ସୁରେଶ ରାଇନାଙ୍କୁ ସ୍ଥାନରେ ଟପ୍‌ ଅର୍ଡରରେ ଋତୁରାଜଙ୍କୁ ଖେଳାଇବା ଲାଗି ଯୋଜନା କରାଯାଇଛି। ସିଏସ୍‌କେର ଟ୍ରେନିଂ ଆରମ୍ଭ ଆଇପିଏଲ୍‌ ପାଇଁ ଏକ ଭଲ ଖବର। କାରଣ ସେପ୍ଟେମ୍ବର ୧୯ରେ ଚେନ୍ନଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଥର ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?