ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ: ବଲାଙ୍ଗୀର ଉପଜିଲାପାଳ ନିଲମ୍ବିତ

ବଲାଙ୍ଗୀର ଅଫିସ, ୪ା୯-ବଲାଙ୍ଗୀର ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ବିରୋଧରେ ତାଙ୍କ ଅଫିସ୍‌ର ଜଣେ ମହିଳା କର୍ମଚାରୀ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଉପଜିଲାପାଳ ମିଶ୍ର ନିଜ ଅଫିସ ଚ୍ୟାମ୍ବର ଭିତରେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ା ଏ ନେଇ ପୀଡିତା ମହିଳା ଜଣକ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ସୁରକ୍ଷା ଲୋଡିଥିବା ଜଣାପଡିଛି। ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ସମ୍ପୃକ୍ତ ବିଧବା ମହିଳା କର୍ମଚାରୀ ଜଣକ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଭଳି ଅଭିଯୋଗ ପାଇବା ପରେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଉପଜିଲାପାଳଙ୍କ ଅଫିସରୁ ଅନ୍ୟ ଅଫିସକୁ ବଦଳି କରାଯାଇଛି। ଅଭିଯୋଗ ସଙ୍ଗିନ ହୋଇଥିବାରୁ ଏକ ତିନିଜଣିଆ ଜିଲାସ୍ତରୀୟ କମିଟିକୁ ଘଟଣାର ତଦନ୍ତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ସମ୍ପର୍କରେ ଉପଜିଲାପାଳ ମିଶ୍ରଙ୍କୁ ଶୁକ୍ରବାର ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବା ପରେ ଏହା ଏକ ବିବାଦୀୟ ପ୍ରସଙ୍ଗ। ଏଣୁ ଏହା ଉପରେ ସେ କିଛି କହିପାରିବେ ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି। ଅନ୍ୟପକ୍ଷେ ଏହି ଘଟଣାରେ ଉପଜିଲାପାଳ ମିଶ୍ରଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି ।
ବଲାଙ୍ଗୀର ଉପଜିଲାପାଳଙ୍କ ଅଫିସରେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ କାମ କରୁଥିବା ଜଣେ ବିଧବା ମହିଳାଙ୍କୁ କିଛିଦିନ ତଳେ ଉପଜିଲାପାଳ ମିଶ୍ର ତାଙ୍କ ଅଫିସ ଚ୍ୟାମ୍ବରକୁ ଡାକିଥିଲେ । ସେଠାକୁ ଯିବା ପରେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଉପଜିଲାପାଳ ମିଶ୍ର କୁଆଡେ ଅସଦାଚରଣ କରିଥିଲେ। ଏହାପରେ ମହିଳା ଜଣକ ସେଠାରୁ ପଳାଇ ଯାଇଥିଲେ । ଏହି ଘଟଣାକୁ ନେଇ ମହିଳା କର୍ମଚାରୀ ଜଣକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ଲିଖିତ ଭାବେ ଜଣାଇଥିଲେ ଏବଂ ସେହି ଅଫିସରେ ସେ ଆଉ କାମ କରିବେ ନାହିଁ ବୋଲି ଜଣାଇ ସୁରକ୍ଷା ଲୋଡିଥିଲେ। ଏହାପରେ ଜିଲାପାଳ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଉପଜିଲାପାଳଙ୍କ ଅଫିସରୁ ଅନ୍ୟ ଏକ ଅଫିସକୁ ବଦଳି କରିବା ସହ ତଦନ୍ତ ପାଇଁ ଜିଲାସ୍ତରୀୟ ଲୋକାଲ କମ୍ପ୍ଲେନ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିର ତିନିଜଣିଆ ସଦସ୍ୟା ସମ୍ପୃକ୍ତା ମହିଳା କର୍ମଚାରୀଙ୍କୁ ଡାକି କାଉନ୍‌ସେଲିଂ କରିବା ସହ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ସରକାରଙ୍କୁ ପଠାଇଥିବା କମିଟି ସଦସ୍ୟା ସୁଚିତା ପୁଷ୍ପା ସୂଚନା ଦେଇଛନ୍ତି। ଆଗକୁ ଉଭୟ ପକ୍ଷଙ୍କୁ ନୋଟିସ କରି ତଦନ୍ତ ପାଇଁ ଡକାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮ା୧୨(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୨୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦,୪୦,୪୦୩ ଜଣ ସୁସ୍ଥ ହୋଇଥିବା ନେଇ...

ମିଶନ ରାଣୀ ପର୍ବ ଆରମ୍ଭ

ବ୍ରହ୍ମପୁର ଅଫିସ,୧୯ା୧୧- ବ୍ରହ୍ମପୁର କୁଇନ ମିଶନ କ୍ୟାଥଲିକ ଚର୍ଚ୍ଚରେ ଯୀଶୁଙ୍କ ମା’ ମେରିଆଙ୍କ ନବଦିନ ବ୍ୟାପୀ ମିଶନ ରାଣୀ ପର୍ବ ସୋମବାରରୁ ଆରମ୍ଭ ହୋଇଛି। ଅନ୍ତିମ...

ଆତଙ୍କ ଖେଳାଇଲା ଦନ୍ତା: ଶିଶୁକନ୍ୟା-ବୃଦ୍ଧଙ୍କ ଜୀବନ ନେଲା

ମୋରଡ଼ା,୩୦।୬ (ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଉପଦ୍ରବ ବର୍ଷ ତମାମ ଲାଗି ରହୁଥିବା ବେଳେ ଜୀବନ ହାନୀର ଘଟଣା ମଧ୍ୟ ଦିନକୁ ଦିନ...

ଚାଷୀଙ୍କୁ ନେଇ ବିଧାନସଭା ଘେରିଲା ଭାଜପା

ଭୁବନେଶ୍ୱର, ୩।୧୨(ବ୍ୟୁରୋ) : ଓଡ଼ିଶାର କୃଷକ ଓ କୃଷି ପ୍ରସଙ୍ଗରେ ଭାଜପାର ୧୫ଦିନ ଧରି ଚାଲିଥିବା ସତ୍ୟାଗ୍ରହ ଶୁକ୍ରବାର ଜୋର୍‌ଦାର ହୋଇଥିଲା। ଚାଷୀ ବିରୋଧୀ ରାଜ୍ୟ...

ଫୁଟ୍‌ପାଥ ଉପରେ ରହିବନି ଫୁଡ୍‌ ଷ୍ଟଲ

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଷ୍ଟ୍ରିଟ୍‌ ଫୁଡ୍‌ ଷ୍ଟଲ ପାଇଁ ବିଏମ୍‌ସିର ବିଜ୍ଞପ୍ତି ପ୍ରକାଶ ପାଇଛି । ରାସ୍ତା, ଫୁଟ୍‌ପାଥ, ଡ୍ରେନ୍‌ ଉପରେ ଖାଦ୍ୟ ଷ୍ଟଲ ରହିପାରିବନି। ପର୍ଯ୍ୟାପ୍ତ ପାର୍କିଂ...

ବିଚ୍‌ ରାସ୍ତାରେ ଉଲଗ୍ନ କଲେ, ଉଠ୍‌ବସ କରାଇଲେ

ଉଦଳା,୯ା୧୨(ଡି.ଏନ.ଏ.)- ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼। ତାହା ପୁଣି ରାଜ୍ୟ ରାଜପଥରେ ଶତାଧିକ ଲୋକଙ୍କ ସମ୍ମୁଖରେ। ଉଦଳା ଥାନା ପୋଲିସ୍‌ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ...

ସଙ୍କଟରେ କୌଳିକ ବୃତ୍ତି

କେନ୍ଦୁଝର, ୧୧।୫ (ସ୍ବ.ପ୍ର.)-ମାଟି ସହିତ ମଣିଷର ସମ୍ପର୍କ ଅତି ନିବିଡ଼। ଏଥିରୁ ଅନେକ ଜୀବନଜୀବିକା ନିର୍ବାହ କରିଆସୁଛନ୍ତି । ଏଭଳି ମାଟିରୁ ଜୀବିକା ନିର୍ବାହ କରି...

ଭୁବନେଶ୍ୱରରେ ବଢୁଛି ସଂକ୍ରମଣ: ଆଉ ୧୯୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୮(ବ୍ୟୁରୋ)-ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖା। ଶନିବାର ଭୁବନେଶ୍ୱରରେ ଆଉ ୧୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୯୦ ଜଣଙ୍କ ମଧ୍ୟରେ...

Advertisement
Archives

Model This Week