ହାତୀ ଆତଙ୍କ ମଧ୍ୟରେ ହଣ୍ଡପାବାସୀ

ବଇଣ୍ଡା,୨।୬: ବଢ଼ୁଛି ହାତୀ ଉପଦ୍ରବ। ଦଳ ଦଳ ହୋଇ ଆସୁଥିବା ହାତୀ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ସମ୍ମୁଖରେ ପଡ଼ୁଥିବା ଲୋକଙ୍କ ଜୀବନ ନେଉଛନ୍ତି। ୨୦୧୪ରୁ ୨୦୨୧ ମଧ୍ୟରେ ୭ ଜଣଙ୍କ ଜୀବନ ନେଇଥିବା ହାତୀ ପଲ ୧୮୫ଟି ଘର ଭାଙ୍ଗି ଦେଇଛନ୍ତି। ୧୧୧୫ ଏକର ଜମିରେ ଫସଲ ନଷ୍ଟ କରିଛନ୍ତି। ହାତୀ ଉପଦ୍ରବ ରୋକିବାରେ ବନ ବିଭାଗର ବିଫଳତା ଯୋଗୁ ଏପରି ଆତଙ୍କ ମଧ୍ୟରେ ରହୁଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜବାସୀ।
୧୮ ହଜାର ୮୯୪ ହେକ୍ଟର ବିଶିଷ୍ଟ ହଣ୍ଡପା ରେଞ୍ଜ ଆଖପାଖରେ ରହିଛି ୧୫ଟି ପଞ୍ଚାୟତ। ତେବେ ବନ ବିଭାଗର ବିଫଳତା ଯୋଗୁ ରେଞ୍ଜ ଅଞ୍ଚଳର ଅନେକ ଜଙ୍ଗଲରେ କାଠ ମାଫିଆମାନେ ସକ୍ରିୟ ରହିଛନ୍ତି। ଫଳରେ ବହୁ ଜଙ୍ଗଲ ପଦା ହେବାକୁ ବସିଲାଣି। ଦେବଗଡ, ରେଢାଖୋଲ ଜଙ୍ଗଲରୁ ଅନେକ ସମୟରେ ହଣ୍ଡପା ରେଞ୍ଜକୁ ଚାଲି ଆସୁଥିବା ହାତୀପଲ ଏଠାରେ ଖାଦ୍ୟାଭାବର ଶିକାର ହୋଇ ବିଭିନ୍ନ ଗ୍ରାମରେ ପଶି ଆତଙ୍କ ଖେଳାଉଛନ୍ତି। କିଛି ଦିନ ହେବ ୫ ରୁ ୬ଟି ହାତୀ ଇଚ୍ଛାପୁର, କଣ୍ଟେଇକୋଳିଆ, ଟକବା, ଫୁଲାମ୍ବା, ମଧପୁର, ଅଁଳାବେରେଣି, କଣ୍ଟେଇକୋଳିଆ, ବିଡିସିଙ୍ଗ ଆଦି ଅଞ୍ଚଳରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଜମିରେ ଫସଲ, ଫଳ ବଗିଚା ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ଏକ ସଙ୍ଗରେ ୫ରୁ ଊର୍ଦ୍ଧ୍ୱ ହାତୀ ଆସୁଥିବା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ନିଆଁ ହୁଳା ଧରି ରାତ୍ରି ଉଜାଗର ରହୁଛନ୍ତି। ହାତୀ ସହ ମୁହଁାମୁହିଁ ବେଳେ ୨୦୧୪ ଫେବୃୟାରୀ ୨୭ରେ ହଣ୍ଡପା ଗ୍ରାମର ତାରା ବିଶ୍ୱାଳଙ୍କ ଜୀବନ ଯାଇଥିଲା। ୨୦୧୬ ମେ ୩ରେ ପୁରୁଣାପାଣି ଅଞ୍ଚଳର ଲୋଚନ ପ୍ରଧାନ, ଠେଲକନାଳି ଗ୍ରାମର ତରୁଣୀ ଦେହୁରୀ, ୨୦୧୭ ଏପ୍ରିଲ ୨୪ରେ କୁଣ୍ଡାଳି ଗ୍ରାମର ହାଡିବନ୍ଧୁ ନାଥ, ୨୦୧୯ ଅଗଷ୍ଟ ୧ରେ ବିଦ୍ୟାଧର ସାହୁ, ଡିସେମ୍ବର ୨୬ରେ ବାତ୍ରାଖୋଳ ଗ୍ରାମର ବିଚିତ୍ର ବେହେରା, ୨୦୨୦ ମାର୍ଚ୍ଚ ୫ରେ କମରେଇ ଗ୍ରାମର ଦେବକୀ ବେହେରାଙ୍କ ଜୀବନ ହାତୀ ନେଇଥିଲା। ସେହିପରି ୨୦୨୧ ଡିସେମ୍ବର ମଧ୍ୟରେ ୧୮୫ ଘର ହାତୀ ଭାଙ୍ଗିଥିବା ବେଳେ ୬୫୦ ଏକର ଜମିରେ ଧାନ, ୨୮୫ ଏକରରେ ପରିବା ଚାଷ, ୧୮୦ ଏକରରେ ଲାଗିଥିବା ଆମ୍ବ, ପଣସ, ଆଖୁ ଚାଷ ନଷ୍ଟ କରିଛି। ବନ ବିଭାଗ କାଁ ଭାଁ ଚିହ୍ନଟ କରି କ୍ଷତିପୂରଣ ହେଉଥିବାରୁ ଅନେକ ଚାଷୀ କ୍ଷତିପୂରଣରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି। ହଣ୍ଡପା ରେଞ୍ଜରେ ବାରମ୍ବାର ହାତୀ ଉପଦ୍ରବ ଯୋଗୁ କୃଷକ ସଙ୍ଗଠନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ ୯ ଫେବୃୟାରୀ ୨୦୨୨ରେ ଅନୁଗୋଳ ଜିଲାପାଳ, ଆଠମଲ୍ଲିକ ଡିଏଫଓ, ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତୁରନ୍ତ ବନ ବିଭାଗର ଉଚ୍ଚ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

 

ସ୍ଥାୟୀ ପ୍ରତିକାର କରାଯାଉ ନାହିଁ
ହାତୀ ଉପଦ୍ରବ ଲାଗି ରହିଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଏହାର ପ୍ରତିକାର କରାଯାଉ ନାହିଁ। ଦଳ ଦଳ ହାତୀ ଗାଁ ଭିତରକୁ ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଅଭିଯୋଗ କଲେ କ୍ଷତିପୂରଣ ମିଳୁନାହିଁ। କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ମଧ୍ୟ କରାଯାଉ ନାହିଁ।
-ଅମୂଲ୍ୟ ଦେହୁରୀ, ଇଚ୍ଛାପୁର

ବହୁ ସମ୍ପତ୍ତି ନଷ୍ଟ ହେଉଛି
ହାତୀ ଉପଦ୍ରବ ଯୋଗୁ ବହୁ ସମ୍ପତ୍ତି ନଷ୍ଟ ହେଉଛି। ବର୍ଷ ବର୍ଷ ଧରି ଏପରି ସମସ୍ୟା ଲାଗିରହିଥିଲେ ମଧ୍ୟ ସମାଧାନ ହେଉନାହିଁ। ବନ ବିଭାଗ ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାରେ ବିଳମ୍ବ କରାଯାଉଥିବାରୁ ଚାଷୀମାନେ ବହୁ କ୍ଷତି ସହୁଛନ୍ତି।
-ଅମାତ କୁମାର ସାହୁ, କଣ୍ଟେଇକୋଳିଆ

ସହାୟତା ସମୁଦ୍ରକୁ ଶଙ୍ଖେ ପରି
ଜଙ୍ଗଲରୁ ହାତୀ ଗାଁକୁ ଆସିଲେ ଛାତିରେ ଛନକା ପଶିଯାଉଛି। ଫସଲ, ଘର ବର୍ତ୍ତି ପାରିବ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହେଉଛି। ବନ ବିଭାଗର ସହାୟତା ସମୁଦ୍ରକୁ ଶଙ୍ଖେ ପରି ହେଉଛି। ହାତୀ ଉପଦ୍ରବ ଅଞ୍ଚଳରେ ପାଟ୍ରୋଲିଂ କଡାକଡ଼ି କରାଗଲେ କିଛିଟା ଆଶ୍ୱସ୍ତି ମିଳନ୍ତା।
-ମେନେକା ସାହୁ, ବିଡିସିଙ୍ଗ

ଶୀଘ୍ର କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଛି
ହାତୀ ଉପଦ୍ରବ ରୋକିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ହାତୀ ପଲଙ୍କୁ ଘଉଡାଇବା ପାଇଁ ସ୍ବତନ୍ତ୍ର ଟିମ୍‌ କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ସରୋଜ କୁମାର ଦାସ, ହଣ୍ଡପା ରେଞ୍ଜ ଦାୟିତ୍ୱରେ ଥିବା ବାମୁର ରେଞ୍ଜର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri