ହାତୀ ଆତଙ୍କ ମଧ୍ୟରେ ହଣ୍ଡପାବାସୀ

ବଇଣ୍ଡା,୨।୬: ବଢ଼ୁଛି ହାତୀ ଉପଦ୍ରବ। ଦଳ ଦଳ ହୋଇ ଆସୁଥିବା ହାତୀ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ସମ୍ମୁଖରେ ପଡ଼ୁଥିବା ଲୋକଙ୍କ ଜୀବନ ନେଉଛନ୍ତି। ୨୦୧୪ରୁ ୨୦୨୧ ମଧ୍ୟରେ ୭ ଜଣଙ୍କ ଜୀବନ ନେଇଥିବା ହାତୀ ପଲ ୧୮୫ଟି ଘର ଭାଙ୍ଗି ଦେଇଛନ୍ତି। ୧୧୧୫ ଏକର ଜମିରେ ଫସଲ ନଷ୍ଟ କରିଛନ୍ତି। ହାତୀ ଉପଦ୍ରବ ରୋକିବାରେ ବନ ବିଭାଗର ବିଫଳତା ଯୋଗୁ ଏପରି ଆତଙ୍କ ମଧ୍ୟରେ ରହୁଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜବାସୀ।
୧୮ ହଜାର ୮୯୪ ହେକ୍ଟର ବିଶିଷ୍ଟ ହଣ୍ଡପା ରେଞ୍ଜ ଆଖପାଖରେ ରହିଛି ୧୫ଟି ପଞ୍ଚାୟତ। ତେବେ ବନ ବିଭାଗର ବିଫଳତା ଯୋଗୁ ରେଞ୍ଜ ଅଞ୍ଚଳର ଅନେକ ଜଙ୍ଗଲରେ କାଠ ମାଫିଆମାନେ ସକ୍ରିୟ ରହିଛନ୍ତି। ଫଳରେ ବହୁ ଜଙ୍ଗଲ ପଦା ହେବାକୁ ବସିଲାଣି। ଦେବଗଡ, ରେଢାଖୋଲ ଜଙ୍ଗଲରୁ ଅନେକ ସମୟରେ ହଣ୍ଡପା ରେଞ୍ଜକୁ ଚାଲି ଆସୁଥିବା ହାତୀପଲ ଏଠାରେ ଖାଦ୍ୟାଭାବର ଶିକାର ହୋଇ ବିଭିନ୍ନ ଗ୍ରାମରେ ପଶି ଆତଙ୍କ ଖେଳାଉଛନ୍ତି। କିଛି ଦିନ ହେବ ୫ ରୁ ୬ଟି ହାତୀ ଇଚ୍ଛାପୁର, କଣ୍ଟେଇକୋଳିଆ, ଟକବା, ଫୁଲାମ୍ବା, ମଧପୁର, ଅଁଳାବେରେଣି, କଣ୍ଟେଇକୋଳିଆ, ବିଡିସିଙ୍ଗ ଆଦି ଅଞ୍ଚଳରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଜମିରେ ଫସଲ, ଫଳ ବଗିଚା ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ଏକ ସଙ୍ଗରେ ୫ରୁ ଊର୍ଦ୍ଧ୍ୱ ହାତୀ ଆସୁଥିବା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ନିଆଁ ହୁଳା ଧରି ରାତ୍ରି ଉଜାଗର ରହୁଛନ୍ତି। ହାତୀ ସହ ମୁହଁାମୁହିଁ ବେଳେ ୨୦୧୪ ଫେବୃୟାରୀ ୨୭ରେ ହଣ୍ଡପା ଗ୍ରାମର ତାରା ବିଶ୍ୱାଳଙ୍କ ଜୀବନ ଯାଇଥିଲା। ୨୦୧୬ ମେ ୩ରେ ପୁରୁଣାପାଣି ଅଞ୍ଚଳର ଲୋଚନ ପ୍ରଧାନ, ଠେଲକନାଳି ଗ୍ରାମର ତରୁଣୀ ଦେହୁରୀ, ୨୦୧୭ ଏପ୍ରିଲ ୨୪ରେ କୁଣ୍ଡାଳି ଗ୍ରାମର ହାଡିବନ୍ଧୁ ନାଥ, ୨୦୧୯ ଅଗଷ୍ଟ ୧ରେ ବିଦ୍ୟାଧର ସାହୁ, ଡିସେମ୍ବର ୨୬ରେ ବାତ୍ରାଖୋଳ ଗ୍ରାମର ବିଚିତ୍ର ବେହେରା, ୨୦୨୦ ମାର୍ଚ୍ଚ ୫ରେ କମରେଇ ଗ୍ରାମର ଦେବକୀ ବେହେରାଙ୍କ ଜୀବନ ହାତୀ ନେଇଥିଲା। ସେହିପରି ୨୦୨୧ ଡିସେମ୍ବର ମଧ୍ୟରେ ୧୮୫ ଘର ହାତୀ ଭାଙ୍ଗିଥିବା ବେଳେ ୬୫୦ ଏକର ଜମିରେ ଧାନ, ୨୮୫ ଏକରରେ ପରିବା ଚାଷ, ୧୮୦ ଏକରରେ ଲାଗିଥିବା ଆମ୍ବ, ପଣସ, ଆଖୁ ଚାଷ ନଷ୍ଟ କରିଛି। ବନ ବିଭାଗ କାଁ ଭାଁ ଚିହ୍ନଟ କରି କ୍ଷତିପୂରଣ ହେଉଥିବାରୁ ଅନେକ ଚାଷୀ କ୍ଷତିପୂରଣରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି। ହଣ୍ଡପା ରେଞ୍ଜରେ ବାରମ୍ବାର ହାତୀ ଉପଦ୍ରବ ଯୋଗୁ କୃଷକ ସଙ୍ଗଠନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ ୯ ଫେବୃୟାରୀ ୨୦୨୨ରେ ଅନୁଗୋଳ ଜିଲାପାଳ, ଆଠମଲ୍ଲିକ ଡିଏଫଓ, ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତୁରନ୍ତ ବନ ବିଭାଗର ଉଚ୍ଚ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

 

ସ୍ଥାୟୀ ପ୍ରତିକାର କରାଯାଉ ନାହିଁ
ହାତୀ ଉପଦ୍ରବ ଲାଗି ରହିଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଏହାର ପ୍ରତିକାର କରାଯାଉ ନାହିଁ। ଦଳ ଦଳ ହାତୀ ଗାଁ ଭିତରକୁ ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଅଭିଯୋଗ କଲେ କ୍ଷତିପୂରଣ ମିଳୁନାହିଁ। କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ମଧ୍ୟ କରାଯାଉ ନାହିଁ।
-ଅମୂଲ୍ୟ ଦେହୁରୀ, ଇଚ୍ଛାପୁର

ବହୁ ସମ୍ପତ୍ତି ନଷ୍ଟ ହେଉଛି
ହାତୀ ଉପଦ୍ରବ ଯୋଗୁ ବହୁ ସମ୍ପତ୍ତି ନଷ୍ଟ ହେଉଛି। ବର୍ଷ ବର୍ଷ ଧରି ଏପରି ସମସ୍ୟା ଲାଗିରହିଥିଲେ ମଧ୍ୟ ସମାଧାନ ହେଉନାହିଁ। ବନ ବିଭାଗ ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାରେ ବିଳମ୍ବ କରାଯାଉଥିବାରୁ ଚାଷୀମାନେ ବହୁ କ୍ଷତି ସହୁଛନ୍ତି।
-ଅମାତ କୁମାର ସାହୁ, କଣ୍ଟେଇକୋଳିଆ

ସହାୟତା ସମୁଦ୍ରକୁ ଶଙ୍ଖେ ପରି
ଜଙ୍ଗଲରୁ ହାତୀ ଗାଁକୁ ଆସିଲେ ଛାତିରେ ଛନକା ପଶିଯାଉଛି। ଫସଲ, ଘର ବର୍ତ୍ତି ପାରିବ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହେଉଛି। ବନ ବିଭାଗର ସହାୟତା ସମୁଦ୍ରକୁ ଶଙ୍ଖେ ପରି ହେଉଛି। ହାତୀ ଉପଦ୍ରବ ଅଞ୍ଚଳରେ ପାଟ୍ରୋଲିଂ କଡାକଡ଼ି କରାଗଲେ କିଛିଟା ଆଶ୍ୱସ୍ତି ମିଳନ୍ତା।
-ମେନେକା ସାହୁ, ବିଡିସିଙ୍ଗ

ଶୀଘ୍ର କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଛି
ହାତୀ ଉପଦ୍ରବ ରୋକିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ହାତୀ ପଲଙ୍କୁ ଘଉଡାଇବା ପାଇଁ ସ୍ବତନ୍ତ୍ର ଟିମ୍‌ କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ସରୋଜ କୁମାର ଦାସ, ହଣ୍ଡପା ରେଞ୍ଜ ଦାୟିତ୍ୱରେ ଥିବା ବାମୁର ରେଞ୍ଜର


Enter your email to get our daily news in your inbox.

All Right Reserved By Dharitri.Com

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

ପୁଣି ଝୁଲିଲା ରଜନୀକାନ୍ତଙ୍କ ଭାଗ୍ୟ

ଅନୁଗୋଳ,୧୨।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ସ୍ପଷ୍ଟ ହୋଇନାହିଁ।...

ତୁଟୁନି ବିଜେଡିର ଟିକେଟ ଝମେଲା

ଭୁବନେଶ୍ୱର,(ଅନିଲ ଦାସ)/ ଅନୁଗୋଳ, ୧୦ା୪ (ଅମିତ କୁମାର ସାମଲ):ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଟିକେଟ ଝମେଲା ତୁଟୁନି। ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri