ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରିଲେ ଗୁଣ୍ଠାୱାଡ଼ା ପଞ୍ଚାୟତବାସୀ

ଚିତ୍ରକୋଣ୍ଡା,୧୬।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡ଼ା ପଞ୍ଚାୟତର ବିିଭିନ୍ନ ଗ୍ରାମରେ ଦୁଇଦିନ ହେଲା ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଛି। ଫଳରେ ଖରାଦିନରେ ଲୋକେ ଅସହ୍ୟ ଗରମ ସାଙ୍ଗକୁ ବିଭିନ୍ନ ସମସ୍ୟାରେ ଅଛନ୍ତି। ରବିବାର ଅପରାହ୍ନ ପର୍ଯ୍ୟନ୍ତ ବିଦ୍ୟୁତ୍‌ ନ ଆସିବାରୁ ବିଭିନ୍ନ ଗ୍ରାମର ଶତାଧିକ ଲୋକ ସନ୍ଧ୍ୟା ୬ଟାରେ ଚିତ୍ରକୋଣ୍ଡା ବିଦ୍ୟୁତ୍‌ ଚିତ୍ରକୋଣ୍ଡା ବିଦ୍ୟୁତ୍‌ ସବଷ୍ଟେଶନ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ। ନିୟମିତ କିଛି ବିଦ୍ୟୁତ୍‌ ବିଲ୍‌ ପୈଠ କରିବା ସତ୍ତ୍ୱେ ଅଧିକ ଟଙ୍କାର ବିଲ୍‌ ଆସିବା ଏବଂ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଥିବା ଅଭିଯୋଗ ହେଉଥିଲା। ଏବେ ଦୁଇଦିନ ହେଲା ବିଦ୍ୟୁତ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ହୋହାଲ୍ଲା ପରିସ୍ଥିତି ଉପୁଜିବାରୁ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ଏବଂ ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ସେମାନେ ଧାରଣାରୁ ହଟିଛନ୍ତି। ତେବେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସୋମବାର ପଞ୍ଚାୟତବାସୀ ଚିତ୍ରକୋଣ୍ଡା ତହସିଲଦାର, ବିଡିଓ ଏବଂ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri