Posted inଜାତୀୟ

ଭାରତରେ ୧୭ କୋଟି ମୁସଲମାନଙ୍କ ପାଇଁ ପ୍ରାୟ ୭ ଲକ୍ଷ ମସଜିଦ୍‌, ୯୬ କୋଟି ହିନ୍ଦୁଙ୍କ ଲାଗି ୨୦ ଲକ୍ଷରୁ ଅଧିକ ମନ୍ଦିର…

ନୂଆଦିଲ୍ଲୀ, ୧୬।୫ : କାଶୀ, ମଥୁରା, ଦିଲ୍ଲୀ, ଆଗ୍ରା ଠାରୁ ମଧ୍ୟପ୍ରଦେଶର ଧାର ପର୍ଯ୍ୟନ୍ତ ମନ୍ଦିର-ମସଜିଦକୁ ନେଇ ବିବାଦ ଜାରି ରହିଛି। ହିନ୍ଦୁ ସଂଗଠନ ଦାବି କରୁଛନ୍ତି ଯେ ମୁସଲମାନ ଆକ୍ରମଣକାରୀମାନେ ହିନ୍ଦୁମାନଙ୍କ ବିଶ୍ୱାସକୁ ଆଘାତ ଦେଇଛନ୍ତି। ୬୦ ହଜାରରୁ ଅଧିକ ମନ୍ଦିର ଭାଙ୍ଗି ଦିଆଯାଇଥିଲା। ବହୁ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିଲା।

ଏଥି ସହିତ, ମୁସଲମାନ ସଂଗଠନ ଗୁଡ଼ିକ ଉପାସନା ସ୍ଥାନ ଅଧିନିୟମ ୧୯୯୧କୁ ସୂଚିତ କରୁଛନ୍ତି। ଏହି ଅନୁଯାୟୀ, ୧୫ ଅଗଷ୍ଟ ୧୯୪୭ ପୂର୍ବରୁ ବିଦ୍ୟମାନ ଥିବା କୌଣସି ଧର୍ମର ଉପାସନା ସ୍ଥାନକୁ ଅନ୍ୟ କୌଣସି ଧର୍ମର ପୂଜାପାଠ ସ୍ଥଳରେ ପରିଣତ କରାଯାଇପାରିବ ନାହିଁ। ଯଦି କେହି ଏହିପରି ଚେଷ୍ଟା କରନ୍ତି, ତେବେ ତାଙ୍କ ପ୍ରତି ଜେଲ ଦଣ୍ଡାଦେଶ ମଧ୍ୟ କରାଯାଇପାରେ। ଭାରତର ହିନ୍ଦୁ ଏବଂ ମୁସଲମାନମାନଙ୍କ ସଂଖ୍ୟା ମଧ୍ୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ।

ଦେଶରେ ଧାର୍ମିକ ସ୍ଥଳଗୁଡିକ ସମ୍ପର୍କିତ କୌଣସି ସରକାରୀ ତଥ୍ୟ ନାହିଁ। ତଥାପି, ବିଭିନ୍ନ ତଥ୍ୟ ଅନୁସନ୍ଧାନକାରୀ କମ୍ପାନୀ ନିଶ୍ଚିତ ଭାବରେ କିଛି ଆକଳନ ପ୍ରକାଶ କରିଛନ୍ତି। ଟ୍ରାଭେଲ ଟ୍ରାଙ୍ଗଲର ଏକ ରିପୋର୍ଟ ଅନୁଯାୟୀ, ଦେଶରେ ୯୬.୬୨ କୋଟି ହିନ୍ଦୁ ଜନସଂଖ୍ୟାଙ୍କ ପାଇଁ ୨୦ ଲକ୍ଷରୁ ଅଧିକ ମନ୍ଦିର ଅଛି। ତାମିଲନାଡୁର ସର୍ବାଧିକ ତିନି ଲକ୍ଷ ମନ୍ଦିର ରହିଛି।

ମନ୍ଦିର ପରି ମସଜିଦ ସଂଖ୍ୟା ସମ୍ବନ୍ଧରେ ସରକାରୀ ଆକଳନ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତଥାପି, ଡାଟା ରିସର୍ଚ୍ଚ କମ୍ପାନୀଗୁଡିକଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶର ୧୭.୨୫ କୋଟି ମୁସଲମାନଙ୍କ ପାଇଁ ପ୍ରାୟ ସାତ ଲକ୍ଷ ମସଜିଦ ଅଛି।

ଦେଶରେ ଅନ୍ୟ ସମ୍ପ୍ରଦାୟଙ୍କ ସଂଖ୍ୟା ମଧ୍ୟରେ ଖ୍ରୀଷ୍ଟିଆନଙ୍କ ଜନସଂଖ୍ୟା ୨.୭୮ କୋଟି, ଶିଖ୍‌ଙ୍କ ସଂଖ୍ୟା ୨ କୋଟି, ବୌଦ୍ଧଙ୍କ ସଂଖ୍ୟା ୮୪ ଲକ୍ଷ, ଜୈନ ୪୪ ଲକ୍ଷ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟଙ୍କ ସଂଖ୍ୟା ୭୯ ଲକ୍ଷ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?