ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ହାତୀପଲ

ରାଇଘର, ୧୬।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଲଗାତର ହାତୀପଲ ଛତିଶଗଡ ଅଞ୍ଚଳରୁ ଓଡ଼ିଶା ଜଙ୍ଗଲ ମଧ୍ୟରେ ପ୍ରବେଶ କରନ୍ତି। ଏବେ ଏକ ହାତୀପଲ ସୀମାନ୍ତ ଅଞ୍ଚଳରେ ଘୂରି ବୁଲୁଛନ୍ତି। ସୀମାନ୍ତବାସୀ ଭୟଭୀତ ଅବସ୍ଥାରେ ରହୁଥିବାବେଳେ ବନ ବିଭାଗର ମୁଣ୍ଡ ବ୍ୟଥା କାରଣ ପାଲଟିଛି। ଆଗକୁ ଅମଳ ସମୟ ଏହା ପୂର୍ବରୁ ଉଭୟ ରାଜ୍ୟ ସରକାର ହାତୀ ଘଉଡାଇବାକୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
ରାଇଘର ବ୍ଲକର ସୀମାନ୍ତ କୁନ୍ଦେଇ, ଖୁଡ଼ୁକ ଅଞ୍ଚଳରେ ଏକ ବର୍ଷ ମଧ୍ୟରେ ୮ରୁ ଅଧିକ ଥର ହାତୀ ପ୍ରବେଶ କରି ଅନେକ ଘର, ଫସଲ ନଷ୍ଟ କରିଛନ୍ତି। ବନ ବିଭାଗ ପକ୍ଷରୁ ଲଗାତର ପାଟ୍ରୋଲିଂ କରାଯାଉଥିଲେ ମଧ୍ୟ ହାତୀପଲ ଓଡ଼ିଶା ମଧ୍ୟରେ ପ୍ରବେଶ କରୁଛନ୍ତି। ସ୍ଥିତିକୁ ନଜର ଦେଇ ବନ ବିଭାଗ କର୍ମଚାରୀ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ସ୍ବତନ୍ତ୍ରଭାବେ ସଚେତନ କରୁଛନ୍ତି। ଛତିଶଗଡ଼ର ସିହାବା ଜଙ୍ଗଲ ମଧ୍ୟରେ ଥିବା ନଦୀ ନାଳରେ ହାତୀପଲ ପାଣି ପିଇ ଜଙ୍ଗଲ ଦେଇ ଖୁଡ଼ୁକ ଓ କୁନ୍ଦେଇ ଅଞ୍ଚଳରେ ପ୍ରବେଶ କରି ଘୂରି ବୁଲୁଛନ୍ତି। ଉକ୍ତ ଅଞ୍ଚଳରେ ଥିବା ଘର ଓ ପସଲ ନଷ୍ଟ କରୁଛନ୍ତି। ୩ ମାସ ହେବ ହାତୀପଲ ଉକ୍ତ ଅଞ୍ଚଳରେ ରହୁଛନ୍ତି। ଏତେ ସଂଖ୍ୟାରେ ହାତୀ ଛତିଶଗଡ ଅଞ୍ଚଳରୁ ଆସି ଓଡ଼ିଶା ସୀମାନ୍ତରେ ପ୍ରବେଶ କରି ବିପର୍ଯ୍ୟୟ ଘଟାଇ ଥିବାବେଳେ ବାରମ୍ବାର ଗତିପଥ ବଦଳାଉଛନ୍ତି। ଆଗକୁ ଫସଲ ସମୟ ଆସୁଥିବା ବେଳେ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?