ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ହାତୀପଲ

ରାଇଘର, ୧୬।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଲଗାତର ହାତୀପଲ ଛତିଶଗଡ ଅଞ୍ଚଳରୁ ଓଡ଼ିଶା ଜଙ୍ଗଲ ମଧ୍ୟରେ ପ୍ରବେଶ କରନ୍ତି। ଏବେ ଏକ ହାତୀପଲ ସୀମାନ୍ତ ଅଞ୍ଚଳରେ ଘୂରି ବୁଲୁଛନ୍ତି। ସୀମାନ୍ତବାସୀ ଭୟଭୀତ ଅବସ୍ଥାରେ ରହୁଥିବାବେଳେ ବନ ବିଭାଗର ମୁଣ୍ଡ ବ୍ୟଥା କାରଣ ପାଲଟିଛି। ଆଗକୁ ଅମଳ ସମୟ ଏହା ପୂର୍ବରୁ ଉଭୟ ରାଜ୍ୟ ସରକାର ହାତୀ ଘଉଡାଇବାକୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
ରାଇଘର ବ୍ଲକର ସୀମାନ୍ତ କୁନ୍ଦେଇ, ଖୁଡ଼ୁକ ଅଞ୍ଚଳରେ ଏକ ବର୍ଷ ମଧ୍ୟରେ ୮ରୁ ଅଧିକ ଥର ହାତୀ ପ୍ରବେଶ କରି ଅନେକ ଘର, ଫସଲ ନଷ୍ଟ କରିଛନ୍ତି। ବନ ବିଭାଗ ପକ୍ଷରୁ ଲଗାତର ପାଟ୍ରୋଲିଂ କରାଯାଉଥିଲେ ମଧ୍ୟ ହାତୀପଲ ଓଡ଼ିଶା ମଧ୍ୟରେ ପ୍ରବେଶ କରୁଛନ୍ତି। ସ୍ଥିତିକୁ ନଜର ଦେଇ ବନ ବିଭାଗ କର୍ମଚାରୀ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ସ୍ବତନ୍ତ୍ରଭାବେ ସଚେତନ କରୁଛନ୍ତି। ଛତିଶଗଡ଼ର ସିହାବା ଜଙ୍ଗଲ ମଧ୍ୟରେ ଥିବା ନଦୀ ନାଳରେ ହାତୀପଲ ପାଣି ପିଇ ଜଙ୍ଗଲ ଦେଇ ଖୁଡ଼ୁକ ଓ କୁନ୍ଦେଇ ଅଞ୍ଚଳରେ ପ୍ରବେଶ କରି ଘୂରି ବୁଲୁଛନ୍ତି। ଉକ୍ତ ଅଞ୍ଚଳରେ ଥିବା ଘର ଓ ପସଲ ନଷ୍ଟ କରୁଛନ୍ତି। ୩ ମାସ ହେବ ହାତୀପଲ ଉକ୍ତ ଅଞ୍ଚଳରେ ରହୁଛନ୍ତି। ଏତେ ସଂଖ୍ୟାରେ ହାତୀ ଛତିଶଗଡ ଅଞ୍ଚଳରୁ ଆସି ଓଡ଼ିଶା ସୀମାନ୍ତରେ ପ୍ରବେଶ କରି ବିପର୍ଯ୍ୟୟ ଘଟାଇ ଥିବାବେଳେ ବାରମ୍ବାର ଗତିପଥ ବଦଳାଉଛନ୍ତି। ଆଗକୁ ଫସଲ ସମୟ ଆସୁଥିବା ବେଳେ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri