Posted inଜାତୀୟ

ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ

ଅହମ୍ମଦାବାଦ,୨୫।୯: ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ସେସନ୍ସ କୋର୍ଟ ଗୁରୁବାର ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ଦାଖଲ ଏକ ଆପରାଧିକ ମାନହାନି ମାମଲାରେ ହାଜର ନ ହେବାରୁ ତାଙ୍କୁ ଗିରଫ କରାଯିବାର ଏକ ସପ୍ତାହ ପରେ ଏହି ଜାମିନ ମିଳିଛି। ତାଙ୍କ ଓକିଲ ରୋନିଥ ଜୟ କହିଛନ୍ତି ଯେ, ପ୍ରମୁଖ ଜିଲ୍ଲା ତଥା ଦୌରା ଜଜ୍‌ ଆଶିଷ ଜେ ଏସ୍‌ ମଲ୍‌ହୋତ୍ରା ଗତ ସେପ୍ଟେମ୍ବର ୧୭ରେ ରବି ନାୟାରଙ୍କ ବିରୋଧରେ ଜାରି ଜାମିନବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ପରେ ତାଙ୍କର ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ।  ଏହି ମାମଲାରେ ଦୋଷୀ ସାବ୍ୟସ୍ତ ସଂକ୍ରାନ୍ତ ଆବେଦନର ଶୁଣାଣି ସମୟରେ ବ୍ୟକ୍ତିଗତ ଭାବରେ ହାଜର ହେବାରେ ବିଫଳ ହେବାରୁ କୋର୍ଟ ନାୟାରଙ୍କୁ ଏହି ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। ତାଙ୍କର ଜାମିନ ଆବେଦନ ଶନିବାର ସେସନ୍ସ କୋର୍ଟରେ ଦାଖଲ ହୋଇଥିଲା ଏବଂ ସୋମବାର ଏହାର ଶୁଣାଣି ହୋଇଥିଲା। ଗୁରୁବାର କୋର୍ଟ ତାଙ୍କ ଆବେଦନକୁ ମଞ୍ଜୁର କରିଛନ୍ତି।
ସେସନ୍ସ କୋର୍ଟରେ ଜାମିନ ଆବେଦନ କରିବା ସହିତ ନାୟାର ଗୁଜରାଟ ହାଇକୋର୍ଟରେ ମଧ୍ୟ ଏନ୍‌ବିଡବ୍ଲ୍ୟୁ ଉପରେ ରୋକ ଲଗାଇବା ପାଇଁ ଆବେଦନ କରିଥିଲେ। ଫେବୃଆରୀ ୧୦ରେ ଗାନ୍ଧୀନଗରର ଏକ ମାନସା କୋର୍ଟ ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ୩ ସେପ୍ଟେମ୍ବର ୨୦୨୧ରେ ଦାଖଲ ଏକ ଆପରାଧିକ ମାନହାନି ମାମଲାରେ ରବି ନାୟାରଙ୍କୁ ଏକ ବର୍ଷର କାରାଦଣ୍ଡ ଶୁଣାଇଥିଲେ। କିଛି ଆର୍ଟିକିଲକୁ ନେଇ ତାଙ୍କ ନାମରେ ଏହି ମାମଲା ଦାଏର ହୋଇଥିଲା।
ନାୟାର ଗାନ୍ଧୀନଗରର ଏକ ଅପିଲ କୋର୍ଟରେ ନିଜର ଦୋଷୀ ସାବ୍ୟସ୍ତକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଠାରୁ ତାଙ୍କୁ ୯ ମାର୍ଚ୍ଚରେ ଏହି ସର୍ତ୍ତରେ ଜାମିନ ମିଳିଥିଲା ଯେ ସେ ଅପିଲ ଶୁଣାଣି ସମୟରେ ଉପସ୍ଥିତ ରହିବେ। କିନ୍ତୁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଉପସ୍ଥିତ ହୋଇ ନ ଥିଲେ। ଅପିଲ କୋର୍ଟ ତାଙ୍କର ବ୍ୟକ୍ତିଗତ ହାଜରକୁ କୋହଳ କରିବା ପାଇଁ ଦାଖଲ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ତାଙ୍କ ବିରୋଧରେ ଜାମିନବିହୀନ ପରଓ୍ବାନା ଜାରି କରିଥିଲେ। ସେପ୍ଟେମ୍ବର ୧୭ରେ କୋର୍ଟ ଆଦେଶ ଦେଇଥିଲେ ଯେ ଆବେଦନକାରୀଙ୍କୁ ଗିରଫ କରାଯାଉ, ଯାହାଫଳରେ ତାଙ୍କୁ ଜେଲ ପଠାଯାଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ।…

ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ ଅଧିକାରୀ: ନୂଆପଡ଼ା ଜିଲାପାଳଙ୍କ ଅଭିନବ ପଦକ୍ଷେପ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ…

ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ୍‌ରେ ଉପରେ ଖସିଲା ପଥର, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

​କଲ୍ୟାଣସିଂହପୁର,୨୫।୯(ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ଶିଖରପାଇ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟନେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?