ବର୍ଷେ ନପୂରୁଣୁ ଭୁଶୁଡ଼ିଲା ପୋଲର ଗାର୍ଡ ୱାଲ୍, ରାସ୍ତାରେ ଫାଟକୁ ନେଇ ଜନଅସନ୍ତୋଷ

ଥୁଆମୂଳ ରାମପୁର, ୮ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରୀ ଗ୍ରାମପଞ୍ଚାୟତର ଦୋଳଗୁଡ଼ା ଠାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ୍‌ର ଚିତ୍ର ସାମ୍ନାକୁ ଆସିଛି। ମାତ୍ର ୫ ମାସ ତଳେ ନିର୍ମିତ ପୋଲର ପ୍ରୋଟେକ୍ସନ ୱାଲ୍ ଗତ ରବିବାର ସନ୍ଧ୍ୟାରେ ସାମାନ୍ୟ ବର୍ଷାରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଏହା ସହ ନୂତନ ପିଚୁ ରାସ୍ତାରେ ଫାଟ ସୃଷ୍ଟି ହୋଇ ମାଟି ତଳକୁ ଧସିଯାଇଛି । ବିଭାଗୀୟ ଯନ୍ତ୍ରୀ ଓ ଠିକା ସଂସ୍ଥାର ଲାଭଖୋର ମନୋଭାବ ଯୋଗୁଁ ଏଭଳି ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ସ୍ଥାନୀୟ ଜନସାଧାରଣ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।

ପିଡବ୍ଲ୍ୟୁଡି ଅଧୀନରେ ଡୁମେରପଦର ଠାରୁ ଗୋପୀନାଥପୁର ସିକାତୁଜି ଡଙ୍ଗାଘାଟ ପର୍ଯ୍ୟନ୍ତ ଏହି ମୁଖ୍ୟ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ଏକ ଠିକା ସଂସ୍ଥା ଦ୍ୱାରା କରାଯାଉଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପୋଲ ପାର୍ଶ୍ୱରେ ମାଟି ପକାଇବା ପରେ ତାକୁ ସଠିକ୍ ଭାବେ କମ୍ପାକ୍ସନ ନକରି, କେବଳ ଡବ୍ଲ୍ୟୁଏମ୍‌ଏମ୍ ବିଛାଇ ସିଧାସଳଖ ପିଚୁ ଢାଳି ଦିଆଯାଇଛି। ଫଳରେ ବର୍ଷା ଜଳରେ ଭିତର ମାଟି ଦବିଯାଇ ଗାର୍ଡ ୱାଲ୍ ଭାଙ୍ଗିଛି। ଏହି ବିପଦପୂର୍ଣ୍ଣ ଉଚ୍ଚ ସ୍ଥାନରେ କଂକ୍ରିଟ୍ କାର୍ଯ୍ୟ ପାଇଁ ମାତ୍ର ୮ ରୁ ୧୦ ଏମଏମ ରଡ୍ ବ୍ୟବହାର କରାଯାଇଥିବା ଗ୍ରାମବାସୀ ଦେଖାଇଛନ୍ତି।
ଓଡ୍ରୀ – ଗୋପୀନାଥପୁର ଅଞ୍ଚଳରେ ନିର୍ମାଣ ହେଉଥିବା ପ୍ରାୟ ସବୁ ନୂତନ ରାସ୍ତା ଓ ବ୍ରିଜ୍‌ର ନକ୍ସାକୁ ନେଇ ପ୍ରଶ୍ନ ଉଠିଛି । ଯେଉଁଠି ଉଚ୍ଚା ଓ ବଡ଼ ବ୍ରିଜ୍ ଆବଶ୍ୟକ ସେଠି ଛୋଟ ଏବଂ ଯେଉଁଠି ଛୋଟ ଦରକାର ସେଠି ବଡ଼ ବ୍ରିଜ୍ ନିର୍ମାଣ କରାଯାଇଛି। ଏପରିକି ପୁରୁଣା ବ୍ରିଜ୍ ସହ ନୂଆ ବ୍ରିଜ୍‌କୁ ଅତି ବିପଜ୍ଜନକ ଭାବେ ଯୋଡ଼ାଯାଇଛି । କାମ ଚାଲିଥିବା ସମୟରେ ଜନସାଧାରଣ ବାରମ୍ବାର ବିରୋଧ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା ଠିକା ସଂସ୍ଥା ଏହାକୁ କର୍ଣ୍ଣପାତ କରିନଥିଲେ। ଏହି ନିମ୍ନମାନର କାମ ପାଇଁ ପିଡବ୍ଲ୍ୟୁଡି ଯନ୍ତ୍ରୀ ଓ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ବୋଲି ସ୍ଥାନୀୟ ସମିତି ସଭ୍ୟ ରାମ ମାଝୀ, ମହାଦେବ ଦାଦସେନା, ହରି ନେହେରୁଙ୍କ ସମେତ ଦୋଳଗୁଡ଼ା ଗ୍ରାମବାସୀ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ପିଡବ୍ଲ୍ୟୁଡି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମିନିକେତନ କାର୍ଜିଙ୍କୁ ପଚାରିବାରୁ ସେ ‘ଧରିତ୍ରୀ’ କୁ କହିଛନ୍ତି “ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ, ଏବେ ବି କାମ ଚାଲୁ ରହିଛି। ସରକାରୀ ନିୟମ ଓ ଟେଣ୍ଡର ଅନୁସାରେ ହିଁ ସବୁ କାର୍ଯ୍ୟ ହେଉଛି ଏବଂ ଭାଙ୍ଗିଥିବା ୱାଲ୍‌ରେ ୧୨ ରୁ ୧୮ ଏମଏମ ରଡ୍ ବ୍ୟବହାର କରାଯାଇଛି।

ତେବେ ପୋଲ ପାଖରେ ଥିବା ଜମିର ମାଲିକ ଚାଷ ପାଇଁ ସେଠାରୁ ମାଟି କାଟି ଦେଇଥିବାରୁ ଅତଡ଼ା ଧସି ଗାର୍ଡ ୱାଲ୍‌ଟି ଭାଙ୍ଗିଯାଇଛି। ବ୍ରିଜ୍ ପାଖରେ ବାଇପାସ୍ ରାସ୍ତା ପାଇଁ ବ୍ୟବସ୍ଥା ନଥିବାରୁ ଶୀଘ୍ର କାମ ଶେଷ କରିବାକୁ ପଡ଼ିଥିଲା। ମୁଁ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବି ଏବଂ ଠିକା ସଂସ୍ଥା ଦ୍ୱାରା ତୁରନ୍ତ ଏହାର ପୁନଃ ନିର୍ମାଣ କରାଇବି ବୋଲି କହିଛନ୍ତି । ତେବେ ବିଭାଗୀୟ ଯନ୍ତ୍ରୀ ଚାଷୀଙ୍କ ଉପରେ ଦୋଷ ଲଦି ନିଜ ଦାୟିତ୍ୱରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ, ପ୍ରଶ୍ନ ଉଠୁଛି ଯେ ସାମାନ୍ୟ ବର୍ଷାରେ ଯଦି କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ଏଭଳି ଭାବେ ଧୂଳିସାତ ହୋଇଯାଉଛି, ତେବେ ଆଗକୁ ଆସୁଥିବା ପ୍ରବଳ ବର୍ଷା ଦିନରେ ଏହି ରାସ୍ତା ଓ ପୋଲର ସ୍ଥାୟୀତ୍ୱ କେତେ? ପ୍ରଶାସନ ଏହା ଉପରେ କି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?