କଳାହାଣ୍ଡିର ପ୍ରାଚୀନ ପରମ୍ପରା: ଥୁଆମୂଳ ରାମପୁର ପୀଠରେ ବସିଲା “କଣ୍ଟା ଗାଦିଆ”, ଶ୍ରଦ୍ଧାଳୁଙ୍କ ଭିଡ
ଥୁଆମୂଳ ରାମପୁର,୨୮ା୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସ୍ଥିତ ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ପୀଠରେ ଦୀର୍ଘ ବର୍ଷର ପାରମ୍ପରିକ ରୀତିନୀତି ଅନୁଯାୟୀ ଆଶ୍ୱିନ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ସ୍ୱତନ୍ତ୍ର “କଣ୍ଟା ଗାଦିଆ” ବସା…
ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….
ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି । ନିଜ ମା’ ମାଟି ଓ ମାଳିର ସୁରକ୍ଷା ପାଇଁ ସମସ୍ତେ ସଜାଗ…
ଥୁଆମୂଳ ରାମପୁରରେ ମା’ ମାଣିକେଶ୍ୱରୀଙ୍କ ବାଲିଯାତ୍ରା ଓ ଦଶହରା ପୂଜାସୂଚୀ ପ୍ରକାଶିତ, ଝାମୁଯାତ୍ରା…
ଥୁଆମୂଳ ରାମପୁର,୧୬।୯(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଇଷ୍ଟଦେବୀ ହେଉଛନ୍ତି ମା’ ମାଣିକେଶ୍ୱରୀ । ଥୁଆମୂଳ ରାମପୁର ଠାରେ ଚଳିତ ୨୦୨୬ ବର୍ଷର ପବିତ୍ର ବାଲିଯାତ୍ରା ଏବଂ ଶାରଦୀୟ ଦଶହରା ପୂଜା ପାଇଁ ନୀତିକାନ୍ତି ଓ ସମୟସୂଚୀ…
ବିଏସଏଫ ଯବାନ ତୁଷାର ବାଗଙ୍କୁ ଥୁଆମୂଳ ରାମପୁରରେ ଭବ୍ୟ ସମ୍ବର୍ଦ୍ଧନା
ଥୁଆମୂଳ ରାମପୁର,୧୫।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ର ଜଣେ ଶ୍ରମିକ ଦିନ ମଜୁରିଆଙ୍କ ପୁଅ ତୁଷାର ବାଗ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ ଚୟନ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ପ୍ରାରମ୍ଭିକ ୬ ମାସର ତାଲିମ…
ପ୍ରବଳ ବର୍ଷାରେ ଭାଙ୍ଗିଗଲା ଆଶାକର୍ମୀଙ୍କ ଘର, ସରକାରୀ ସହାୟତା ପାଇଁ ଦାବି
ଥୁଆମୂଳ ରାମପୁର,୨୬।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ଅଞ୍ଚଳବାସୀଙ୍କ ଜୀବନଯାପନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ସୋମବାର ରାତିରେ ହୋଇଥିବା ମାତ୍ରାଧିକ ବର୍ଷା ଯୋଗୁଁ ସଦର ସ୍ଥିତ ତାଳବନ୍ଧପଡ଼ାର ହିମାଦ୍ରୀ ଦୁର୍ଗା ସ୍ବାମୀ- ଜଗତରାମ ଦୁର୍ଗାଙ୍କ…
ଲଗାଣ ବର୍ଷାରେ ଥୁଆମୂଳ ରାମପୁର ବେହାଲ: ଭାଙ୍ଗିଲା ଘର, ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ RI
ଥୁଆମୂଳ ରାମପୁର,୨୪ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟାପାଣି ଓ ବର୍ଷା ପ୍ରଭାବରେ ବିଭିନ୍ନ ଗ୍ରାମରେ କାନ୍ଥ ଓ ଛାତ ଭୁଶୁଡ଼ି…
ଥୁଆମୂଳ ରାମପୁର ବ୍ଲକ୍ରେ ଘରେ ଘରେ ତ୍ରିରଙ୍ଗା ପଦଯାତ୍ରା; ୧୦୦ ଫୁଟ୍ର ତ୍ରିରଙ୍ଗା ପାଲଟିଲା ମୁଖ୍ୟ ଆକର୍ଷଣ
ଥୁଆମୂଳ ରାମପୁର,୧୩।୮(ଦୁର୍ଗା କୀର୍ତ୍ତି): ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଏକ ବିଶାଳ ସଚେତନତା…
ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ
ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର ପୁଣି ଥରେ ପଦାରେ ପଡ଼ିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ପାଡେପଦର…
ବର୍ଷେ ନପୂରୁଣୁ ଭୁଶୁଡ଼ିଲା ପୋଲର ଗାର୍ଡ ୱାଲ୍, ରାସ୍ତାରେ ଫାଟକୁ ନେଇ ଜନଅସନ୍ତୋଷ
ଥୁଆମୂଳ ରାମପୁର, ୮ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରୀ ଗ୍ରାମପଞ୍ଚାୟତର ଦୋଳଗୁଡ଼ା ଠାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ୍ର ଚିତ୍ର ସାମ୍ନାକୁ ଆସିଛି। ମାତ୍ର ୫ ମାସ ତଳେ ନିର୍ମିତ ପୋଲର ପ୍ରୋଟେକ୍ସନ ୱାଲ୍…
ଥୁଆମୂଳ ରାମପୁରରେ ୭୭ତମ ବନ ମହୋତ୍ସବ ସପ୍ତାହ, ବିଚାରପତି…
ଥୁଆମୂଳ ରାମପୁର,୮।୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ଏବଂ ତାଲୁକ ଆଇନ ସେବା ସମିତିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୭ତମ ବନ ମହୋତ୍ସବ ସପ୍ତାହ-୨୦୨୬ ଉଦଯାପିତ ହୋଇଯାଇଛି। ଗତ ଜୁଲାଇ ୧ ତାରିଖରୁ…
ବିପଦଜନକ ‘ସୁଇଚ୍ ଭାଲ୍ ଚାମ୍ବର’: ଥୁଆମୂଳ ରାମପୁରରେ ଦୁଇଟି ପୃଥକ୍ ସ୍ଥାନରେ ଗାତରେ ଗଳିଲା କାର୍
ଥୁଆମୂଳ ରାମପୁର, ୬ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ବସୁଧା ଜଳଯୋଗାଣ ଯୋଜନାର ଏକ ମୁକୁଳା ‘ସୁଇଚ୍ ଭାଲ୍ ଚାମ୍ବର’ ଯୋଗୁଁ ସୋମବାର…
ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ
ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା । ଏହା ପରେ ପ୍ରଶାସନର ତତ୍ପରତା ପ୍ରକାଶ କରିଛି। ଦକ୍ଷିଣ…

