ରାଇକିଆ,୯।୧(ପ୍ରଦୀପ ବେହେରା): ଲେମନ ଗ୍ରାସ ଚାଷ ପ୍ରତି ବଢୁଛି ଆଗ୍ରହ। ଦୀର୍ଘ ବର୍ଷ ଧରି ରାସାୟନିକ ସାର ଦେଇ ପାରମ୍ପରିକ ଭାବେ ଫୁଲକୋବି ଚାଷ କରିଆସୁଥିବା ଚାଷୀମାନେ ପ୍ରଥମ ଥର ପାଇଁ ଏହି ଚାଷ କରିଛନ୍ତି । ରାଇକିଆ ବ୍ଲକ ର ଗମାଣ୍ଡି ଗ୍ରାମର କିଛି ଚାଷୀ ସଂଗଠିତ ହୋଇ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ନିଜର ଜମିରେ ୫ ମାସରୁ ଉଦ୍ଧର୍ବ ହେବ ପ୍ରାୟ ୧୦ ଏକର ଜମିରେ ସମ୍ପୂର୍ଣ୍ଣ ଜୈବିକ ଭାବେ ଲେମନ ଗ୍ରାସ ଚାଷ ଚାଷ କରିଛନ୍ତି । ଅମଳ ପରେ ଲେମନ ଗ୍ରାସ କାଟି ତୈଳ ଉତ୍ପାଦନ କେନ୍ଦ୍ରକୁ ପଠାଯାଉଛି । ଏହି ଲେମନ ଗ୍ରାସ ପ୍ଲାଣ୍ଟ ରାଜ୍ୟ ବାହାରୁ ଚାଷୀମାନେ ଆଣି ଚାଷ କରିଥିଲେ। ରାଇକିଆ ଅଞ୍ଚଳରେ ଏକ ତୈଳ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଗଲେ ଚାଷୀମାନେ ଏହି ଅର୍ଥ ଆଦାୟକାରୀ ଚାଷରୁ ଲାଭବାନ ହୋଇ ପାରିବେ ବୋଲି ଗ୍ରାମର ଚାଷୀ ସଂଘ ସଭାପତି ମସେଷ ଦିଗାଳ ମତ ପ୍ରକାଶ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।