ହିନ୍ଦୀ ଭାଷା ବିବାଦକୁ ନେଇ ମୁହଁ ଖୋଲିଲେ ସୋନୁ

ମୁମ୍ବାଇ: କନ୍ନଡ ସୁପରଷ୍ଟାର କିଚ୍ଚା ସୁଦିପ ଏବେ ଖୁବ୍ ଚର୍ଚ୍ଚାରେ । ହିନ୍ଦୀ ରାଷ୍ଟ୍ରୀୟ ଭାଷାକୁ ନେଇ ସେ ଦେଇଥିବା ବିବାଦୀୟ ବୟାନ ମଧ୍ୟରେ ଏବେ ସାଉଥ ଓ ନର୍ଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି । କିଚ୍ଚା ସୁଦିପ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ନ ମାନିବାରୁ ଏବେ ଫିଲ୍ମ ଇଣ୍ଡଷ୍ଟ୍ରି ଦୁଇ ଭାଗ ହୋଇଯାଇଛି । ତେବେ ଏହି ବୟାନକୁ ନେଇ ଯେତେବେଳେ ବଲିଉଡ ଷ୍ଟାର ଅଜୟ ଦେବଗନ ରିଆକ୍ଟ କଲେ ସେତେବେଳେ ଏହା ଖୁବ୍ ଚର୍ଚ୍ଚାକୁ ଚାଲି ଆସିଛି । ବୁଧବାର ଏହି ଦୁଇ ଅଭିନେତାଙ୍କ ମଧ୍ୟରେ ହୋଇଥିବା ଟୁଇଟର ୱାର ପରେ ଏବେ ବଲିଉଡ ଅଭିନେତା ସୋନୁ ସୁଦ ମୁହଁ ଖୋଲିଛନ୍ତି ।
ସୋନୁ ସୁଦ ବଲିଉଡ ସହ ସାଉଥ୍ ଇଣ୍ଡିଆନ ଫିଲ୍ମରେ ବି ଖୁବ୍ ଆକ୍ଟିଭ । ଗତ କିଛି ବର୍ଷ ହେବ ସେ ସାଉଥ୍ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ହିନ୍ଦୀ ଭାଷା ବିବାଦକୁ ନେଇ ସୋନୁ ଇଣ୍ଡିଆନ୍ ଏକ୍ସପ୍ରେସ ସହ କଥା ହେବା ସମୟରେ ଏକ ହୃଦୟ ଜିତିବା ଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତର ଗୋଟିଏ ଭାଷା, ତାହା ହେଉଛି ଏଣ୍ଟରଟେନମେଣ୍ଟ । ଫରକ ପଡେନି ଯେ ଆପଣ କେଉଁ ଇଣ୍ଡଷ୍ଟ୍ରିର । ଯଦି ଆପଣ ଦର୍ଶକଙ୍କୁ ଏଣ୍ଟରଟେନ୍ କରୁଛନ୍ତି ତେବେ ସେମାନେ ଆପଣଙ୍କୁ ଭଲ ପାଇବେ, ଆପଣଙ୍କର ସମ୍ମାନ କରିବେ ଓ ଆପଣଙ୍କୁ ସ୍ୱୀକାର କରିବେ । ଏହାସହ ସେ ସାଉଥ୍ ଫିଲ୍ମର ସକସେସକୁ ନେଇ ବି କଥା ହୋଇଥିଲେ ।
ସେ କହିଛନ୍ତି ସାଉଥ୍ ଫିଲ୍ମର ସଫଳତା ହିନ୍ଦୀ ମୁଭି ନିର୍ମାଣର ଶୈଳିକୁ ବଦଳାଇ ଦେବ । ଏହାସହ ସାନୁ ସୁଦ କହିଛନ୍ତି ଏବେ ଫିଲ୍ମ ମେକର୍ସଙ୍କୁ ଦର୍ଶକଙ୍କ ସେନ୍‌ସିବିଲିକୁ ବୁଝିବା ଦରକାର । ସେ ଦିନ ଚାଲିଯାଇଛି ଯେତେବେଳେ ଲୋକେ କହୁଥିଲେ ନିଜ ଦିମାଗ ଛାଡି ମୁଭି ଦେଖିବାକୁ ଯାଆନ୍ତୁ । ଏବେ ଲୋକେ ତାଙ୍କ ଦିମାଗ ପଛରେ ଛାଡୁ ନାହାନ୍ତି, ଆଉ ଏକ ଆଭରେଜ ଫିଲ୍ମ ଉପରେ ନିଜର ହଜାର ହଜାର ଟଙ୍କା ଖର୍ଚ୍ଚ କରୁ ନାହାନ୍ତି । ଭଲ ସିନେମାକୁ ସ୍ୱୀକାର କରାଯାଉଛି । ସୋନୁ ସୁଦ ଖୁବଶୀଘ୍ର ଏକ ତେଲଗୁ ମୁଭି ‘ଆଚାର୍ଯ୍ୟ’ରେ ନଜର ଆସିବେ । ଏହାସହ ସେ ତାମିଲ ଫିଲ୍ମ ‘ଥାମିଲାରସନ’ରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri