ହିନ୍ଦୀ ଭାଷା ବିବାଦକୁ ନେଇ ମୁହଁ ଖୋଲିଲେ ସୋନୁ

ମୁମ୍ବାଇ: କନ୍ନଡ ସୁପରଷ୍ଟାର କିଚ୍ଚା ସୁଦିପ ଏବେ ଖୁବ୍ ଚର୍ଚ୍ଚାରେ । ହିନ୍ଦୀ ରାଷ୍ଟ୍ରୀୟ ଭାଷାକୁ ନେଇ ସେ ଦେଇଥିବା ବିବାଦୀୟ ବୟାନ ମଧ୍ୟରେ ଏବେ ସାଉଥ ଓ ନର୍ଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି । କିଚ୍ଚା ସୁଦିପ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ନ ମାନିବାରୁ ଏବେ ଫିଲ୍ମ ଇଣ୍ଡଷ୍ଟ୍ରି ଦୁଇ ଭାଗ ହୋଇଯାଇଛି । ତେବେ ଏହି ବୟାନକୁ ନେଇ ଯେତେବେଳେ ବଲିଉଡ ଷ୍ଟାର ଅଜୟ ଦେବଗନ ରିଆକ୍ଟ କଲେ ସେତେବେଳେ ଏହା ଖୁବ୍ ଚର୍ଚ୍ଚାକୁ ଚାଲି ଆସିଛି । ବୁଧବାର ଏହି ଦୁଇ ଅଭିନେତାଙ୍କ ମଧ୍ୟରେ ହୋଇଥିବା ଟୁଇଟର ୱାର ପରେ ଏବେ ବଲିଉଡ ଅଭିନେତା ସୋନୁ ସୁଦ ମୁହଁ ଖୋଲିଛନ୍ତି ।
ସୋନୁ ସୁଦ ବଲିଉଡ ସହ ସାଉଥ୍ ଇଣ୍ଡିଆନ ଫିଲ୍ମରେ ବି ଖୁବ୍ ଆକ୍ଟିଭ । ଗତ କିଛି ବର୍ଷ ହେବ ସେ ସାଉଥ୍ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ହିନ୍ଦୀ ଭାଷା ବିବାଦକୁ ନେଇ ସୋନୁ ଇଣ୍ଡିଆନ୍ ଏକ୍ସପ୍ରେସ ସହ କଥା ହେବା ସମୟରେ ଏକ ହୃଦୟ ଜିତିବା ଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତର ଗୋଟିଏ ଭାଷା, ତାହା ହେଉଛି ଏଣ୍ଟରଟେନମେଣ୍ଟ । ଫରକ ପଡେନି ଯେ ଆପଣ କେଉଁ ଇଣ୍ଡଷ୍ଟ୍ରିର । ଯଦି ଆପଣ ଦର୍ଶକଙ୍କୁ ଏଣ୍ଟରଟେନ୍ କରୁଛନ୍ତି ତେବେ ସେମାନେ ଆପଣଙ୍କୁ ଭଲ ପାଇବେ, ଆପଣଙ୍କର ସମ୍ମାନ କରିବେ ଓ ଆପଣଙ୍କୁ ସ୍ୱୀକାର କରିବେ । ଏହାସହ ସେ ସାଉଥ୍ ଫିଲ୍ମର ସକସେସକୁ ନେଇ ବି କଥା ହୋଇଥିଲେ ।
ସେ କହିଛନ୍ତି ସାଉଥ୍ ଫିଲ୍ମର ସଫଳତା ହିନ୍ଦୀ ମୁଭି ନିର୍ମାଣର ଶୈଳିକୁ ବଦଳାଇ ଦେବ । ଏହାସହ ସାନୁ ସୁଦ କହିଛନ୍ତି ଏବେ ଫିଲ୍ମ ମେକର୍ସଙ୍କୁ ଦର୍ଶକଙ୍କ ସେନ୍‌ସିବିଲିକୁ ବୁଝିବା ଦରକାର । ସେ ଦିନ ଚାଲିଯାଇଛି ଯେତେବେଳେ ଲୋକେ କହୁଥିଲେ ନିଜ ଦିମାଗ ଛାଡି ମୁଭି ଦେଖିବାକୁ ଯାଆନ୍ତୁ । ଏବେ ଲୋକେ ତାଙ୍କ ଦିମାଗ ପଛରେ ଛାଡୁ ନାହାନ୍ତି, ଆଉ ଏକ ଆଭରେଜ ଫିଲ୍ମ ଉପରେ ନିଜର ହଜାର ହଜାର ଟଙ୍କା ଖର୍ଚ୍ଚ କରୁ ନାହାନ୍ତି । ଭଲ ସିନେମାକୁ ସ୍ୱୀକାର କରାଯାଉଛି । ସୋନୁ ସୁଦ ଖୁବଶୀଘ୍ର ଏକ ତେଲଗୁ ମୁଭି ‘ଆଚାର୍ଯ୍ୟ’ରେ ନଜର ଆସିବେ । ଏହାସହ ସେ ତାମିଲ ଫିଲ୍ମ ‘ଥାମିଲାରସନ’ରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?