ଟଙ୍କା, ସୁନା ଲୋଭରେ ବୃଦ୍ଧଙ୍କୁ ହତ୍ୟାକଲେ ନାତି

ନିଶ୍ଚିନ୍ତକୋଇଲି/ସାଲେପୁର, ୧୧ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): କଟକ ଜିଲା ନେମାଳ ଥାନା ଅଧୀନ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗଳାକାଟି ବୃଦ୍ଧଙ୍କୁ ହତ୍ୟା ଘଟଣାର ଶନିବାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପର୍କୀୟ ନାତି ଓମ୍‌ପ୍ରକାଶ ମୁଦୁଲି(୧୮)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ଠାରୁ ନଗଦ ଟଙ୍କା, ସୁନା ଅଳଙ୍କାର ସମେତ ହତ୍ୟାରେ ବ୍ୟବହୃତ ଦାଆ ଓ କଟୁରିକୁ ପୋଲିସ ଜବତ କରିଛି। ଏନେଇ ସାଲେପୁର ଏସ୍‌ଡିପିଓ ବିମଳ ବାରିକ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଟଙ୍କା, ସୁନା ଲୋଭରେ ପଡ଼ି ଜେଜେ ହୃଷୀକେଶ ମୁଦୁଲି (୬୯)ଙ୍କୁ ହତ୍ୟା କରିଥିବା ନେଇ ଓମ୍‌ପ୍ରକାଶ ପୋଲିସ ଆଗରେ ସ୍ବୀକାର କରିଛନ୍ତି।

ମୃତ ହୃଷୀକେଶଙ୍କ ଏକମାତ୍ର ପୁତ୍ର ହିମାଂଶୁ ଅନ୍ୟତ୍ର ଶିକ୍ଷାଲାଭ କରୁଥିବାରୁ ବହୁ ସମୟରେ ଘରେ ଅନୁପସ୍ଥିତ ରହୁଥିଲେ। ଏହାର ସୁଯୋଗ ନେଇ ନିକଟରେ ରହୁଥିବା ସମ୍ପର୍କୀୟ ନାତି ଓମ୍‌ପ୍ରକାଶ ବହୁ ସମୟରେ ହୃଷୀକେଶଙ୍କ ଘରେ ଚଳପ୍ରଚଳ ହେଉଥିଲେ। ଏପରିକି ସେଠାରେ ରାତ୍ରୀଯାପନ ମଧ୍ୟ କରିଆସୁଥିଲେ। ହୃଷୀକେଶଙ୍କ ପାଖରେ ଟଙ୍କା ଓ ସୁନା ଅଳଙ୍କାର ଥିବା ଦେଖିବା ପରେ ତାହାକୁ ନେବା ପାଇଁ ଓମ୍‌ପ୍ରକାଶ ଯୋଜନା ପ୍ରସ୍ତୁତ କରିଥିଲେ। ଏନେଇ ସେ ପୂର୍ବଯୋଜନା ମୁତାବକ ଗୁରୁବାର ରାତିରେ ହୃଷୀକେଶଙ୍କ ସ୍ତ୍ରୀ କନକଲତାଙ୍କ ନିକଟରେ ଶୋଇଥିଲେ। ଜେଜେ ଓ ଜେଜେ’ମା ଶୋଇପଡିବା ପରେ ଓମ୍‌ପ୍ରକାଶ ପ୍ରଥମେ ହୃଷୀକେଶଙ୍କ ରୁମ୍‌କୁ ଯାଇ ତାଙ୍କ ମୁଣ୍ଡ ଉପରେ ଥିବା ଆଲମିରା ଚାବି ଆଣିଥିଲେ। ଏହି ଚାବିରେ ସେ ଆଲ୍‌ମିରା ଖୋଲି ଟଙ୍କା ଓ ଅଳଙ୍କାର ଚୋରି କରୁଥିବା ବେଳେ ଜେଜେଙ୍କ ନିଦ ଭାଙ୍ଗିଯାଇଥିଲା। ଓମ୍‌ପ୍ରକାଶଙ୍କୁ ଚୋରି କରୁଥିବା ଦେଖି ସେ ପ୍ରତିବାଦ କରିଥିଲେ। ଏଥିଯୋଗୁ ଓମ୍‌ପ୍ରକାଶ ପାଖରେ ଲୁଚାଇ ରଖିଥିବା ମାରଣାସ୍ତ୍ରରେ ହୃଷୀକେଶଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ଚିତ୍କାର ଶୁଣି କନକଲତା ଦୌଡି ଆସି ଓମ୍‌ପ୍ରକାଶଙ୍କ ହାତକୁ କାମୁଡି ଦେଇଥିଲେ। ମାତ୍ର ଓମ୍‌ପ୍ରକାଶ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଥିଲେ। ଏଥିସହ ଘରେ ଥିବା ଆସବାବପତ୍ର ଓ କାଗଜପତ୍ରରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେ ଚୋରି କରିଥିବା ସୁନା ଅଳଙ୍କାର, ଟଙ୍କା ନେଇ ନିଜ ଘରର ଖଟତଳେ ଥିବା ଏକ ଏୟାର ବ୍ୟାଗରେ ରଖି ପୁନର୍ବାର ଜେଜେ ମା’ଙ୍କ ଘରକୁ ଫେରି ଆସିଥିଲେ। ହତ୍ୟାକାଣ୍ଡକୁ ଭିନ୍ନ ରୂପ ଦେବା ନିମନ୍ତେ ଓମ୍‌ପ୍ରକାଶ ବଡ ପାଟିରେ ଚିତ୍କାର କରି ଗାଁ ଲୋକଙ୍କୁ ଡାକ ପକାଇଥିଲେ। ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଆସିବା ପରେ ୪ ଜଣ ଅଚିହ୍ନା ଦୁର୍ବୃତ୍ତ ତାଙ୍କ ଘରକୁ ଆସି ଏହି କାଣ୍ଡ କରିଥିବା ନେଇ ଓମ୍‌ପ୍ରକାଶ କହିଥିଲେ।

ସ୍ଥାନୀୟ ଲୋକେ କନକଲତା ଓ ହୃଷୀକେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବରପାଇ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ଏକ ଟିମ୍‌ ଗଠନ କରି ଓମ୍‌ପ୍ରକାଶଙ୍କ ଉପରେ ନଜର ରଖିଥିଲା। ସେ କଟକ ରେଳ ଷ୍ଟେଶନରୁ ଅନ୍ୟ ସ୍ଥାନକୁ ଚାଲିଯିବାକୁ ଉଦ୍ୟମ କରୁଥିଲା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ। ଏହାପରେ ପୋଲିସର ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହୋଇ ନ ପାରି ସେ ସତ ମାନିବା ସହ ଘରର ଖଟ ତଳେ ଏୟାର ବ୍ୟାଗରେ ଲୁଚାଇ ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ସମ୍ପର୍କରେ କହିଥିଲେ। ମୃତ ହୃଷୀକେଶଙ୍କ ବଡ଼ ଭାଇ ନୃସିଂହ ମୁଦୁଲିଙ୍କ ଏତଲାକୁ ଭିତ୍ତି କରି ଏନେଇ ନେମାଳ ଥାନାରେ ମାମଲା (ନଂ .୨୧୯/୨୨) ରୁଜୁ ହୋଇଛି। ଅଭିଯୁକ୍ତ ଓମ୍‌ପ୍ରକାଶଙ୍କ ଜାମିନ ଆବେଦନ ନାକଚ ହୋଇଯିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର…

କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଗର୍ଜନ, ମହାକାଳପଡ଼ାରେ ପଡ଼ିଲା ପ୍ରଭାବ

ମହାକାଳପଡ଼ା,୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଇଣ୍ଡି ମେଣ୍ଟ ଓ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଗର୍ଜିଛନ୍ତି ଇଣ୍ଡି…

ବାଇକ୍‌ରେ କାମକୁ ଯାଉଥିଲେ ଯୁବକ, ଧକ୍କା ଦେଲା ଟ୍ରାକ୍ଟର: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଥୁଆମୂଳ ରାମପୁର, ୭।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?