ଟଙ୍କା, ସୁନା ଲୋଭରେ ବୃଦ୍ଧଙ୍କୁ ହତ୍ୟାକଲେ ନାତି

ନିଶ୍ଚିନ୍ତକୋଇଲି/ସାଲେପୁର, ୧୧ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): କଟକ ଜିଲା ନେମାଳ ଥାନା ଅଧୀନ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗଳାକାଟି ବୃଦ୍ଧଙ୍କୁ ହତ୍ୟା ଘଟଣାର ଶନିବାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପର୍କୀୟ ନାତି ଓମ୍‌ପ୍ରକାଶ ମୁଦୁଲି(୧୮)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ଠାରୁ ନଗଦ ଟଙ୍କା, ସୁନା ଅଳଙ୍କାର ସମେତ ହତ୍ୟାରେ ବ୍ୟବହୃତ ଦାଆ ଓ କଟୁରିକୁ ପୋଲିସ ଜବତ କରିଛି। ଏନେଇ ସାଲେପୁର ଏସ୍‌ଡିପିଓ ବିମଳ ବାରିକ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଟଙ୍କା, ସୁନା ଲୋଭରେ ପଡ଼ି ଜେଜେ ହୃଷୀକେଶ ମୁଦୁଲି (୬୯)ଙ୍କୁ ହତ୍ୟା କରିଥିବା ନେଇ ଓମ୍‌ପ୍ରକାଶ ପୋଲିସ ଆଗରେ ସ୍ବୀକାର କରିଛନ୍ତି।

ମୃତ ହୃଷୀକେଶଙ୍କ ଏକମାତ୍ର ପୁତ୍ର ହିମାଂଶୁ ଅନ୍ୟତ୍ର ଶିକ୍ଷାଲାଭ କରୁଥିବାରୁ ବହୁ ସମୟରେ ଘରେ ଅନୁପସ୍ଥିତ ରହୁଥିଲେ। ଏହାର ସୁଯୋଗ ନେଇ ନିକଟରେ ରହୁଥିବା ସମ୍ପର୍କୀୟ ନାତି ଓମ୍‌ପ୍ରକାଶ ବହୁ ସମୟରେ ହୃଷୀକେଶଙ୍କ ଘରେ ଚଳପ୍ରଚଳ ହେଉଥିଲେ। ଏପରିକି ସେଠାରେ ରାତ୍ରୀଯାପନ ମଧ୍ୟ କରିଆସୁଥିଲେ। ହୃଷୀକେଶଙ୍କ ପାଖରେ ଟଙ୍କା ଓ ସୁନା ଅଳଙ୍କାର ଥିବା ଦେଖିବା ପରେ ତାହାକୁ ନେବା ପାଇଁ ଓମ୍‌ପ୍ରକାଶ ଯୋଜନା ପ୍ରସ୍ତୁତ କରିଥିଲେ। ଏନେଇ ସେ ପୂର୍ବଯୋଜନା ମୁତାବକ ଗୁରୁବାର ରାତିରେ ହୃଷୀକେଶଙ୍କ ସ୍ତ୍ରୀ କନକଲତାଙ୍କ ନିକଟରେ ଶୋଇଥିଲେ। ଜେଜେ ଓ ଜେଜେ’ମା ଶୋଇପଡିବା ପରେ ଓମ୍‌ପ୍ରକାଶ ପ୍ରଥମେ ହୃଷୀକେଶଙ୍କ ରୁମ୍‌କୁ ଯାଇ ତାଙ୍କ ମୁଣ୍ଡ ଉପରେ ଥିବା ଆଲମିରା ଚାବି ଆଣିଥିଲେ। ଏହି ଚାବିରେ ସେ ଆଲ୍‌ମିରା ଖୋଲି ଟଙ୍କା ଓ ଅଳଙ୍କାର ଚୋରି କରୁଥିବା ବେଳେ ଜେଜେଙ୍କ ନିଦ ଭାଙ୍ଗିଯାଇଥିଲା। ଓମ୍‌ପ୍ରକାଶଙ୍କୁ ଚୋରି କରୁଥିବା ଦେଖି ସେ ପ୍ରତିବାଦ କରିଥିଲେ। ଏଥିଯୋଗୁ ଓମ୍‌ପ୍ରକାଶ ପାଖରେ ଲୁଚାଇ ରଖିଥିବା ମାରଣାସ୍ତ୍ରରେ ହୃଷୀକେଶଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ଚିତ୍କାର ଶୁଣି କନକଲତା ଦୌଡି ଆସି ଓମ୍‌ପ୍ରକାଶଙ୍କ ହାତକୁ କାମୁଡି ଦେଇଥିଲେ। ମାତ୍ର ଓମ୍‌ପ୍ରକାଶ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଥିଲେ। ଏଥିସହ ଘରେ ଥିବା ଆସବାବପତ୍ର ଓ କାଗଜପତ୍ରରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେ ଚୋରି କରିଥିବା ସୁନା ଅଳଙ୍କାର, ଟଙ୍କା ନେଇ ନିଜ ଘରର ଖଟତଳେ ଥିବା ଏକ ଏୟାର ବ୍ୟାଗରେ ରଖି ପୁନର୍ବାର ଜେଜେ ମା’ଙ୍କ ଘରକୁ ଫେରି ଆସିଥିଲେ। ହତ୍ୟାକାଣ୍ଡକୁ ଭିନ୍ନ ରୂପ ଦେବା ନିମନ୍ତେ ଓମ୍‌ପ୍ରକାଶ ବଡ ପାଟିରେ ଚିତ୍କାର କରି ଗାଁ ଲୋକଙ୍କୁ ଡାକ ପକାଇଥିଲେ। ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଆସିବା ପରେ ୪ ଜଣ ଅଚିହ୍ନା ଦୁର୍ବୃତ୍ତ ତାଙ୍କ ଘରକୁ ଆସି ଏହି କାଣ୍ଡ କରିଥିବା ନେଇ ଓମ୍‌ପ୍ରକାଶ କହିଥିଲେ।

ସ୍ଥାନୀୟ ଲୋକେ କନକଲତା ଓ ହୃଷୀକେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବରପାଇ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ଏକ ଟିମ୍‌ ଗଠନ କରି ଓମ୍‌ପ୍ରକାଶଙ୍କ ଉପରେ ନଜର ରଖିଥିଲା। ସେ କଟକ ରେଳ ଷ୍ଟେଶନରୁ ଅନ୍ୟ ସ୍ଥାନକୁ ଚାଲିଯିବାକୁ ଉଦ୍ୟମ କରୁଥିଲା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ। ଏହାପରେ ପୋଲିସର ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହୋଇ ନ ପାରି ସେ ସତ ମାନିବା ସହ ଘରର ଖଟ ତଳେ ଏୟାର ବ୍ୟାଗରେ ଲୁଚାଇ ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ସମ୍ପର୍କରେ କହିଥିଲେ। ମୃତ ହୃଷୀକେଶଙ୍କ ବଡ଼ ଭାଇ ନୃସିଂହ ମୁଦୁଲିଙ୍କ ଏତଲାକୁ ଭିତ୍ତି କରି ଏନେଇ ନେମାଳ ଥାନାରେ ମାମଲା (ନଂ .୨୧୯/୨୨) ରୁଜୁ ହୋଇଛି। ଅଭିଯୁକ୍ତ ଓମ୍‌ପ୍ରକାଶଙ୍କ ଜାମିନ ଆବେଦନ ନାକଚ ହୋଇଯିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri