Posted inଜାତୀୟ

ଫେକ୍‌ ନ୍ୟୁଜ୍‌ ଉପରେ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍‌, ୮ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ଲକ୍‌…

ନୂଆଦିଲ୍ଲୀ, ୧୮।୮ : ଫେକ୍‌ ନ୍ୟୁଜ୍‌ ପ୍ରସାରିତ କରୁଥିବା ସୋସିଆଲ ମିଡ଼ିଆ ଚ୍ୟାନେଲ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି। ଏହା ଅନ୍ତର୍ଗତ ୮ ୟୁଟ୍ୟୁବ୍‌ ନ୍ୟୁଜ୍‌ ଚ୍ୟାନେଲକୁ ବ୍ଲକ୍‌ କରାଯାଇଛି। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀକ ବ୍ୟବସ୍ଥା ସହିତ ସମ୍ପର୍କିତ ମିଥ୍ୟା ଖବର ପ୍ରଚାର ପ୍ରସାର ପାଇଁ ସରକାର ଏସବୁ ୟୁଟୂ୍ୟବ ଚ୍ୟାନେଲକୁ ନିଷେଧ କରିଛନ୍ତି।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଆଇଟି ନିୟମ, ୨୦୨୧ ଅନୁଯାୟୀ ୭ଟି ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ବିରୋଧରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ୟୁଟ୍ୟୁବ ଚ୍ୟାନେଲଗୁଡିକ ୧୧୪ କୋଟିରୁ ଅଧିକ ଥର ଦେଖାଯାଇଛି। ଏହା ବ୍ୟତୀତ ଏସବୁ ଚ୍ୟାାନେଲଗୁଡ଼ିକର ୮୫ ଲକ୍ଷ ୭୩ ହଜାର ସବସ୍କ୍ରାଇବର ଥିଲେ। ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକରେ ଭାରତ ବିରୋଧରେ ମିଥ୍ୟା ଖବର ପ୍ରଚାର ଏବଂ ପ୍ରସାର କରାଯାଉଥିଲା।

ଏହାପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସରକାରଙ୍କ ପକ୍ଷରୁ ଏହି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏକ ବଡ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଏହା ପରେ ଭାରତରେ ୨୨ଟି ୟୁଟ୍ୟୁବ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତୁରନ୍ତ ପ୍ରଭାବ ସହିତ ଏହି ଚ୍ୟାନେଲଗୁଡିକ ବ୍ଲକ କରାଯାଇଥିଲା।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସହ ଜଡିତ ପ୍ରଚାର ପ୍ରସାର ପାଇଁ ଏହି ଚ୍ୟାନେଲଗୁଡିକ ଅବରୋଧ କରାଯାଇଥିଲା। ସେଥିମଧ୍ୟରୁ ୧୮ ଟି ଭାରତୀୟ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ଥିବାବେଳେ ୪ ଟି ପାକିସ୍ତାନୀ ଚ୍ୟାନେଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲାହୋଲରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ: ପ୍ରଥମଥର ମାର୍ଚ୍ଚରେ ପାରଦ ୨୦ ଡିଗ୍ରୀ ଉପରେ

କେଲାଂଗ,୩୧ ।୩: ହିମାଚଳ ପ୍ରଦେଶର ଜନଜାତି ଜିଲା ଲାହୋଲ-ସ୍ପିତିରେ ଗ୍ରୀଷ୍ମ ରେକର୍ଡ ଭାଙ୍ଗିଛି । ପ୍ରଥମଥର ଲାଗି ମାର୍ଚ୍ଚ ମାସରେ ପାରଦ ୨୦ ଡିଗ୍ରୀ ଉପରକୁ...

ସାପ୍ତାହିକ ସଂକ୍ରମଣ ୦.୧୮ ପ୍ରତିଶତ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪...

ଅପଚୟ କଲେ କମ୍‌ ମିଳିବ

ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକୁ ସାବାଳକଙ୍କ ପାଇଁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିବାର ଦିନକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ...

ଘରୋଇ ଚାକିରିଆ ହେବେ ସରକାରୀ ବାବୁ

ନୂଆଦିଲ୍ଲୀ,୧୭ା୫: ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ, ଉପସଚିବ ଭାବେ ଠିକା ନିଯୁକ୍ତି ଦେବାକୁ ଯାଉଛନ୍ତି। କାର୍ମିକ...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ,୩।୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ)ର ଦଶମର ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ସିବିଏସ୍‌ଇ ବୋର୍ଡ ପକ୍ଷରୁ ଦଶମ ରେଜଲ୍ଟ...

ଯାହା ପାଖକୁ ଯାଇଛି ତାକୁ ସର୍ବସ୍ବାନ୍ତ କରିଛି କୋହୀନୂର…

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ ଆକର୍ଷିତ କରିଥାଏ । ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। ତେବେ ଏହା ଯାହା...

ଦିଲ୍ଲୀ ସରକାରଙ୍କ ଇ-ଯାନ ପଲିସି: ମିଳିବ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି

ନୂଆଦିଲ୍ଲୀ,୭।୮: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ କମ୍‌ କରିବାକୁ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଇଲୋକ୍ଟ୍ରନିକ୍ସ ଯାନ ଉପରେ ଗୁରୁତ୍ୱ ଦେବାକୁ ଯାଉଛନ୍ତି। ଏ ସମ୍ପର୍କରେ...

ଏବେ ବ୍ୟାଙ୍କରୁ କରଜ ନେବା ହେବ ଶସ୍ତା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି କି ଏବେ ବ୍ୟାଙ୍କ ଗୁଡିକୁ ଅଗ୍ରୀମ ୭୦ହଜାର କୋଟି ଟଙ୍କା ପ୍ରଦାନ...

Advertisement
Archives

Model This Week