Posted inଜାତୀୟ

ଫେକ୍‌ ନ୍ୟୁଜ୍‌ ଉପରେ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍‌, ୮ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ଲକ୍‌…

ନୂଆଦିଲ୍ଲୀ, ୧୮।୮ : ଫେକ୍‌ ନ୍ୟୁଜ୍‌ ପ୍ରସାରିତ କରୁଥିବା ସୋସିଆଲ ମିଡ଼ିଆ ଚ୍ୟାନେଲ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି। ଏହା ଅନ୍ତର୍ଗତ ୮ ୟୁଟ୍ୟୁବ୍‌ ନ୍ୟୁଜ୍‌ ଚ୍ୟାନେଲକୁ ବ୍ଲକ୍‌ କରାଯାଇଛି। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀକ ବ୍ୟବସ୍ଥା ସହିତ ସମ୍ପର୍କିତ ମିଥ୍ୟା ଖବର ପ୍ରଚାର ପ୍ରସାର ପାଇଁ ସରକାର ଏସବୁ ୟୁଟୂ୍ୟବ ଚ୍ୟାନେଲକୁ ନିଷେଧ କରିଛନ୍ତି।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଆଇଟି ନିୟମ, ୨୦୨୧ ଅନୁଯାୟୀ ୭ଟି ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ବିରୋଧରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ୟୁଟ୍ୟୁବ ଚ୍ୟାନେଲଗୁଡିକ ୧୧୪ କୋଟିରୁ ଅଧିକ ଥର ଦେଖାଯାଇଛି। ଏହା ବ୍ୟତୀତ ଏସବୁ ଚ୍ୟାାନେଲଗୁଡ଼ିକର ୮୫ ଲକ୍ଷ ୭୩ ହଜାର ସବସ୍କ୍ରାଇବର ଥିଲେ। ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକରେ ଭାରତ ବିରୋଧରେ ମିଥ୍ୟା ଖବର ପ୍ରଚାର ଏବଂ ପ୍ରସାର କରାଯାଉଥିଲା।

ଏହାପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସରକାରଙ୍କ ପକ୍ଷରୁ ଏହି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏକ ବଡ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଏହା ପରେ ଭାରତରେ ୨୨ଟି ୟୁଟ୍ୟୁବ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତୁରନ୍ତ ପ୍ରଭାବ ସହିତ ଏହି ଚ୍ୟାନେଲଗୁଡିକ ବ୍ଲକ କରାଯାଇଥିଲା।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସହ ଜଡିତ ପ୍ରଚାର ପ୍ରସାର ପାଇଁ ଏହି ଚ୍ୟାନେଲଗୁଡିକ ଅବରୋଧ କରାଯାଇଥିଲା। ସେଥିମଧ୍ୟରୁ ୧୮ ଟି ଭାରତୀୟ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ଥିବାବେଳେ ୪ ଟି ପାକିସ୍ତାନୀ ଚ୍ୟାନେଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri