ଗ୍ୟାସ୍‌ ପାଇପ୍‌ ବିଛା କାମରେ ବ୍ୟାସନଗର ସହର ଖିନ୍‌ଭିନ୍‌

ଯାଜପୁର ରୋଡ,୧୮ା୮(ଡି.ଏନ.ଏ.): ବ୍ୟାସନଗରରେ ସହରରେ ଭାରତ ଗ୍ୟାସ ପକ୍ଷରୁ ପାଇପ ପିଛା କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ପ୍ରଶାସନିକ ଚେତାବନୀ ଦିଆଯାଇଛି। କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଗ୍ୟାସ ପାଇପ ଲାଇନ ବିଛା କାର୍ଯ୍ୟରେ ବ୍ୟାସନଗର ସହରର ରାସ୍ତା ଖିନଭିନ ହୋଇଯାଇଛି। ଏଥିଯୋଗୁ ଗମନାଗମନ ବାଧାପ୍ରାପ୍ତ ହେବା ସହ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ଗତ ପ୍ରାୟ ୧ ବର୍ଷ ହେଲା ରାସ୍ତା କଡରେ ମେଶିନ ଯୋଗେ ଗାତ ଖୋଳା ଚାଲିଛି। ଆବଶ୍ୟକ ପରିମାଣରେ ଭିତରକୁ ଗାତ ହେଉ ନ ଥିବାରୁ ରାସ୍ତାର ଉପର ଅଂଶ ଧସି ପଡୁଛି। ଏପରିକି ଏଥିଯୋଗୁ ହାଇମାସ୍କ ଲାଇଟ ପୋଲ ବିପଦାପନ୍ନ ହୋଇଥିବା ଦେଖିବାକୁ ମିିଳିଛି। ପୌରପରିଷଦ ପକ୍ଷରୁ ବିଭିନ୍ନ ଛକରେ ନିର୍ମିତ ହେଉଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାନ ମଧ୍ୟ ସୁରକ୍ଷିତ ରହିନାହିଁ। ଏନେଇ ଯାଜପୁର ରୋଡ ସିଭିଲ ସୋସାଇଟିର ଆବାହକ ଆଇନଜୀବୀ ବିବେକାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୂର୍ବରୁ ଯାଜପୁରରୋଡ ଥାନାରେ ଏତଲା ଦେଇଥିଲେ ହେଁ କିଛି ସୁଫଳ ମିଳି ପାରି ନ ଥିଲା। ଏହି ମନମାନି କାର୍ଯ୍ୟ ବନ୍ଦ ହେବା ପରିବର୍ତ୍ତେ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ଏନେଇ ସୋସାଇଟି ପକ୍ଷରୁ ପୁଣି ଅଭିଯୋଗ ହେବା ପରେ ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବୁଧବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ପୁଣି ଏକ ତ୍ରିପାକ୍ଷିକ ବୈଠକ ହୋଇଥିଲା। କଳିଙ୍ଗନଗର ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଭାରତ ଗ୍ୟାସ ଓ ତାଙ୍କର ଠିକା ସଂସ୍ଥା ଓସାଲ ଆରିଓଇନଫା ଏବଂ ଆର ଏଣ୍ଡ ବି କର୍ତ୍ତୃପକ୍ଷ ଓ ସିଭିଲ ସୋସାଇଟିର ଉପଦେଷ୍ଟା ବିଦ୍ୟାଧର ମହାନ୍ତି, ଚନ୍ଦ୍ରମଣି ସାମଲ, ସନ୍ତୋଷ ମହାନ୍ତି, ଶିଶିର କୁମାର ରାଉତ ଓ ପବିତ୍ର ରଞ୍ଜନ ମହାନ୍ତି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ବିଚିତ୍ର କୁମାର ପୁହାଣ, ତାପସ କୁମାର ପୃଷ୍ଟି, ଭାରତ ଗ୍ୟାସର ମ୍ୟାନେଜର ମୁଡ଼ି ଲକାନ୍ସଲ, ମେକାନଇଣ୍ଡିଆର ଡିଜିଏମ ଆଈ. କେଶବ, ଠିକା ସଂସ୍ଥାର ସଞ୍ଜୀବ ସୁବୁଦ୍ଧି, ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଏହି ଆଲୋଚନାରେ ସଂପୃକ୍ତ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ଚେତାବନୀ ଦେଇଥିଲେ । ଏହାସହିତ ଅଧା ପନ୍ତରିଆ କାମକୁ ସମ୍ପୂର୍ଣ କରିବା ଓ କ୍ଷତି ହୋଇଥିବା ସରକାରୀ ଅର୍ଥ ପୈଠ ନ କରିବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ବ୍ୟାସନଗର ସହର ମଧ୍ୟରେ ହେବାକୁ ଥିବା ୭୫ କିଲୋମିଟର ଗ୍ୟାସ ବିଛା କାର୍ଯ୍ୟ ପର୍ଯ୍ୟାୟକ୍ରମେ ହେବ । ଯଦି ଠିକା ସଂସ୍ଥା ଏଥିରେ ବ୍ୟତିକ୍ରମ କରନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ମିଶ୍ର ଘୋଷଣା କରିଥିଲେ। ତେବେ ପ୍ରଶାସନର ଏହି ଚେତାବନୀରେ ଲୋକ ଦେଖାଣିଆ ନା ବାସ୍ତବତା ରହିଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ସହରବାସୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ମା’ର ତ୍ୟାଗ ଆଗରେ ହାର୍‌ ମାନିଲା ବିପଦ: ପ୍ରଖର ସ୍ରୋତରୁ ଛୁଆଙ୍କୁ ଉଦ୍ଧାର କଲା ହରିଣୀ

ରାଜନଗର,୨୭।୯(ଭାସ୍କର ରାଉତରାୟ): ଯୁଗେ ଯୁଗେ ସନ୍ତାନ ଯେତେବେଳେ ବିପଦରେ ପଡେ ସେଇଠି ମାନବ ହେଉ ବା ବନ୍ୟପ୍ରାଣୀ ସନ୍ତାନକୁ ବିପଦ ମୁହଁରୁ ରକ୍ଷା ପାଇଁ ଜୀବନକୁ ବାଜିରେ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?