Posted inଜାତୀୟ

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ସରକାରଙ୍କ ନୂତନ ଯୋଜନା…

ନୂଆଦିଲ୍ଲୀ,୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଅସ୍ତ୍ରଶସ୍ତ୍ର ଉତ୍ପାଦନ ଏବଂ ପରୀକ୍ଷଣ କ୍ଷେତ୍ରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେଇଛି। ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଏବଂ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ଏକ ନୋଡାଲ ଅମ୍ବ୍ରେଲା ବଡ଼ି ଗଠନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରସ୍ତାବ ପଠାଇଛି। ଏହି ସଂସ୍ଥା ଘରୋଇ କ୍ଷେତ୍ରୀୟ କମ୍ପାନୀଗୁଡିକ ଦ୍ୱାରା ନିର୍ମିତ ପ୍ରତିରକ୍ଷା ଉପକରଣକୁ ପ୍ରମାଣପତ୍ର ଦେବ।

ଚଳିତ ବର୍ଷ ୟୁନିୟନ ବଜେଟରେ ଏକ ସ୍ବତନ୍ତ୍ର ପରୀକ୍ଷା ଏବଂ ପ୍ରମାଣୀକରଣ ସଂସ୍ଥା ଗଠନ କରାଯିବା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଭାରତରେ ଘରୋଇ ପ୍ରତିରକ୍ଷା ଉପକରଣ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହା ଘରୋଇ କମ୍ପାନୀଗୁଡିକର ପ୍ରତିରକ୍ଷା ଉପକରଣର ଯୋଗାଣକୁ ମଧ୍ୟ ବୃଦ୍ଧି କରାଇବ।

ଏହି ନୂତନ ସଂସ୍ଥା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଉତ୍ତରାଦାୟୀ ରହିବେ। ଚଳିତ ବର୍ଷର ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬୮ ପ୍ରତିଶତ ଘରୋଇ ଉତ୍ପାଦନ ଧାର୍ଯ୍ୟ କରାଯାଇଛି। ଘରୋଇ ଶିଳ୍ପ ଏହାର ସୁଯୋଗ ନେଇପାରିବେ ବୋଲି ବଜେଟରେ କୁହାଯାଇଛି। ଅନେକ କମ୍ପାନୀ ଆର୍ମଡ ଡ୍ରୋନ, ସ୍ବୟଂଚାଳିତ ଯୁଦ୍ଧ ଯାନ, ବିମାନ ଇଞ୍ଜିନ, ଏସପିଭି ଇତ୍ୟାଦି ଉତ୍ପାଦନ ମଧ୍ୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଦେଶର ୩ ସ୍ଥାନରେ କରିଛି ଜବର ଦଖଲ, ସତ କୁହନ୍ତୁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୬।୬: ଚାଇନା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ରାହୁଲ ସୋସିଆଲ ମିଡିଆରେ ଏକ ଭିଡିଓ...

ସୁସ୍ଥ ହେବା ପରେ ବି ୩ ଥର ଆସିଲା କରୋନା ପଜିଟିଭ ରିପୋର୍ଟ

ଆଗ୍ରା,୧୫ ।୨: ଆଗ୍ରାର ସରୋଜିନି ନାଇଡୁ ମେଡିକାଲ କଲେଜରେ ଏମିତି ୬ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେବା ପରେ...

ଭାରତକୁ ସଫଳତା: ଉହାନରେ କରୋନା ସଂକ୍ରମଣ କରିଥିବା ଭୂତାଣୁର ମିଳିଲା ସନ୍ଧାନ

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ...

ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ନିଷ୍ପତ୍ତି ବୁଧବାର

ବେଙ୍ଗାଲୁର,୧୬।୭: ଚନ୍ଦ୍ରୟାନ-୨ର ପରବର୍ତ୍ତୀ ଉତ୍‌କ୍ଷେପଣ ତାରିଖ ସଂକ୍ରାନ୍ତ ନିଷ୍ପତ୍ତି ବୁଧବାର ଘୋଷଣା କରାଯିବା ସମ୍ଭାବନା ଅଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ...

ବୋର୍ଡ ପରୀକ୍ଷା ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନିଅ

ନୂଆଦିଲ୍ଲୀ,୧୮ା୬(ପି.ଟି.): କରୋନା ମହାମାରୀ ଯୋଗୁ ଅଟକି ରହିଥିବା ବୋର୍ଡ ପରୀକ୍ଷା ହେବ କି ନାହିଁ ସେନେଇ ସପ୍ତାହକ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ରୀୟ ମାଧ୍ୟମିକ...

ରାସନ କାର୍ଡଧାରୀଙ୍କୁ ମିଳିପାରେ ଆଉ ୧ କିଲୋ ଅଧିକ ଗହମ, ଚିନି, ଚାଉଳ

ନୂଆଦିଲ୍ଲୀ,୩।୬: ଖୁବ୍‌ଶୀଘ୍ର ରାସନ କାର୍ଡଧାରୀଙ୍କୁ ଅଧିକ ୧ କିଲୋ ଚାଉଳ, ଚିନି ଓ ଗହମ କେନ୍ଦ୍ର ସରକାର ଦେଇପାରନ୍ତି ବୋଲି କୁହାଯାଉଛି। ଏହାମଧ୍ୟ ସବ୍‌ସିଡି ଦରରେ...

ଯୋଗୀ ଆଦିତ୍ୟନାଥଙ୍କ ବଡ଼ ରେକର୍ଡ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭାର ୪୦୩ ବିଧାନସଭା ଆସନରେ ଭୋଟ ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି। ଫଳରେ ୟୁପି...

ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨୫-୧୦:ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇରାଜ୍ୟର ମତଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଏକ ସଭାକୁ...

Advertisement
Archives

Model This Week