ସିଏସ୍‌କେ ପାଇଁ ବଡ଼ ଖବର

ଚେନ୍ନାଇ,୯।୩: ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ବୁଧବାର ବଡ଼ ଆଶ୍ୱସନା ମିଳିଛି। ଦଳର ପ୍ରମୁଖ ଅଲରାଉଣ୍ଡର ଦୀପକ ଚହର ଚଳିତ ସିଜନରେ ଖେଳିବା ପାଇଁ ଉପଲବ୍ଧ ରହିବେ। ମିଳିଥିବା ସୂଚନା ମୁତାବକ, ଏହି ପେସରଙ୍କ ଏବେ ଅସ୍ତ୍ରୋପଚାର କରାଯିବ ନାହିଁ। ସମ୍ପୂର୍ଣ୍ଣ ଫିଟ୍‌ନେସ ପାଇଁ ତାଙ୍କୁ ଆହୁରି କିଛି ସପ୍ତାହ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ ବେଳେ ଚହରଙ୍କ ମାଂସପେଶୀରେ ଆଘାତ ଲାଗିଥିଲା।

ପ୍ରାରମ୍ଭିକ ଏମ୍‌ଆରଆଇ ସ୍କାନର ରିପୋର୍ଟ ଆଧାରରେ ଚହରଙ୍କୁ ଅସ୍ତ୍ରୋପଚରା କରାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ସେ ଅସ୍ତ୍ରୋପଚରାକୁ ମନା କରି ଦେଇଛନ୍ତି।

ତେବେ ଆହତ ସମସ୍ୟା କାରଣରୁ ଅପ୍ରିଲ ମଧ୍ୟାନ୍ତର ପର୍ଯ୍ୟନ୍ତ ସେ ଖେଳିପାରିବେ ନାହିଁ। ସେ ଏବେ ବାଙ୍ଗାଲୋର ଏନ୍‌ସିଏରେ ୮ ସପ୍ତାହ ପାଇଁ ରିହାବରେ ଅଛନ୍ତି। ଅନ୍ୟପକ୍ଷରେ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ-୧୫ ପୂର୍ବରୁ ସୁରଟରେ ସିଏସ୍‌କେର ଟ୍ରେନିଂ କ୍ୟାମ୍ପ ଆରମ୍ଭ ହୋଇଯାଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୀପକଙ୍କୁ ଏହି କ୍ୟାମ୍ପରେ ଯୋଗ ଦେବାକୁ କୁହାଯାଇଛି। ଫ୍ରାଞ୍ଚାଇଜ ତାଙ୍କ ଫିଟ୍‌ନେସକୁ ମନିଟର କରିବା ସହ ଯଥାଶୀଘ୍ର ତାଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ସେ ବଡ଼ ଭାଇ ଭଳି, ସବୁବେଳେ ତାଙ୍କ ପ୍ରଶଂସକ ହୋଇରହିବି: ଧୋନିଙ୍କୁ ନେଇ ଏଭଳି କହିଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୩।୫: ଆଇପିଏଲର ୧୬ ତମ ସିଜନରେ ଆଜିଠାରୁ ପ୍ଲେ ଅଫ ମ୍ୟାଚ ଆରମ୍ଭ ହେବ। ଚଳିତ ସିଜିନର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ (ଜିଟି)...

ଧୋନୀଙ୍କୁ ମିସ୍‌ କରୁଛନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ କେବଳ ତାଙ୍କ ପ୍ରଶଂସକ ନୁହେଁ, ସାଥୀ ଖେଳାଳିମାନେ ମିସ୍‌ କରୁଛନ୍ତି। ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ...

ଉସମାନଙ୍କ ସହ ସଚିନଙ୍କ ଭଳି ଅନ୍ୟାୟ: ଦ୍ୱିଶତକ ମାରିବା ପୂର୍ବରୁ ଇନିଂସ ଘୋଷଣା କରିଦେଲେ ଅଧିନାୟକ

ସିଡନୀ,୭।୧: କ୍ରିକେଟ ଇତିହାସରେ ୨୦୦୪ ଘଟଣାର ପୁନରାବୃତ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିୟ ଖେଳାଳି ଉସମାନ ଖ୍ବାଜାଙ୍କ ଅନ୍ୟାୟ କରାଯାଇଛି। ସେ ୧୯୫...

ଭାରତ ପାଇଁ ଏହି ବିଦେଶୀ କ୍ରିକେଟର୍‌ଙ୍କ ହୃଦୟ କାନ୍ଦୁଛି

ଲଣ୍ଡନ,୧୧।୫:ପ୍ରାୟ ଏକ ମାସ ଧରି ଚାଲିଆସୁଥିବା ଇଣ୍ଡିଆନ ପ୍ରିମିୟର ଲିଗ କରୋନା ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଫଳରେ ଭାରତରେ କ୍ରିକେଟ ବୋର୍ଡ...

ଇତିହାସ ରଚିଲା ଭାରତ: ପ୍ରଥମ ଦଳ ଭାବେ…

ଲଡରହିଲ୍‌,୮।୮: ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ମ୍ୟାଚ ସିରିଜରେ ଭାରତ ୱେଷ୍ଟଇଣ୍ଡିଜକୁ ୪-୧ରେ ପରାସ୍ତ କରିଛି। ପଞ୍ଚମ ମ୍ୟାଚରେ ରୋହିତ ଶର୍ମା, ରିଷଭ ପନ୍ତ ଏବଂ...

ଟ୍ରିପଲ ଜମ୍ପରେ ଭାରତ ରଚିଲା ଇତିହାସ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତୀୟ ଆଥଲେଟ୍‌ ମାନେ ରବିବାର ୨ଟି ପଦକ ଜିତିଛନ୍ତି। ଭାରତର ଏଲଡୋଜ ପଲ ଏବଂ ଅବଦୁଲ୍ଲା ଆବୁବାକର୍‌...

ଏହି କାର ଚଲାଇବାକୁ ଭଲ ପାଆନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟରମାନେ କେବଳ ସେମାନଙ୍କ ଖେଳ ପାଇଁ ନୁହେଁ ବରଂ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ...

ଭାରତର ବୃହତ୍‌ ବିଜୟ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୬ା୮:ଅଜିଙ୍କ୍ୟ ରାହାନେଙ୍କ ଶତକ ପରେ ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ...

Advertisement
Archives

Model This Week