Posted inଖେଳ

ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ଙ୍କୁ ଚାକିରି ଦେବେ ସରକାର: ଏକହଜାର ଖେଲୋ ଇଣ୍ଡିଆ ସେଣ୍ଟର ଆରମ୍ଭ ହେବ

ନୂଆଦିଲ୍ଲୀ,୯।୧୨(ପି.ଟି.): ଅବସର ନେଇଥିବା କ୍ରୀଡ଼ାବିତ୍‌ଙ୍କୁ ଚାକିରି ଦେବା ପାଇଁ କେନ୍ଦ୍ର ସରକାର ବେଶ୍‌ ଉତ୍ସାହିତ ଅଛନ୍ତି। ଏଥିପାଇଁ ସରକାର ଦେଶରେ ୧୦୦୦ ଖେଲୋ ଇଣ୍ଡିଆ ସେଣ୍ଟର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏହା ଦ୍ୱାରା ଦେଶର କ୍ରୀଡ଼ା ସଂସ୍କୃତିରେ ଯଥେଷ୍ଟ ଉନ୍ନତି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଯେତେବେଳେ ଜଣେ କ୍ରୀଡ଼ାବିତ୍‌ ସମସ୍ୟାରେ ପଡ଼ନ୍ତି ଏହା ସମ୍ପୂର୍ଣ୍ଣ ପିଢିକୁ ନକାରାତ୍ମକ ଭାବେ ପ୍ରଭାବିତ କରିଥାଏ। ତେଣୁ କୌଣସି କ୍ରୀଡ଼ାବିତ୍‌ ଯେପରି ଅବହେଳିତ ନ ହୁଅନ୍ତି ସେ ନେଇ ପଦକ୍ଷେପ ନିଆଯିବ। ପୁଣି କ୍ରୀଡ଼ାବିତମାନଙ୍କୁ ନିରବଚ୍ଛିନ୍ନ ଭାବେ ଯେପରି ପୁରସ୍କାର ରାଶି, ଆର୍ଥିକ ସହାୟତା ପ୍ରଦାନ କରିଯିବ ସେ ନେଇ ସରକାର ତାଙ୍କ ପ୍ରୟାସ ଜାରି ରଖିଛନ୍ତି ବୋଲି ୧୦ମ ଗ୍ଲୋବାଲ ସ୍ପୋଟର୍‌ସ ସମିଟ୍‌ରେ ଯୋଗ ଦେଇ ସେ ଏହା କହିଛନ୍ତି। ସ୍ବତନ୍ତ୍ରଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମ ଟର୍ଫ ୨୦୨୦କୁ ଏଫ୍‌ଆଇସିସିଆଇ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ପି.ଭି. ସିନ୍ଧୁ, ମଧ୍ୟପ୍ରଦେଶ କ୍ରୀଡ଼ାମନ୍ତ୍ରୀ ଯଶୋଧାରା ରାଜେ ସିନ୍ଧିଆ, ଅଷ୍ଟ୍ରେଲୀୟ ଅଲିମ୍ପିକ୍‌ କମିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ମ୍ୟାଟ୍‌ କାରୋଲ ଓ ଏଫ୍‌ଆଇସିସିଆଇ ଅଧ୍ୟକ୍ଷ ସଙ୍ଗୀତା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।
ଦେଶର ନାଗରିକମାନେ କିପରି କ୍ରୀଡ଼ା ଓ ଫିଟ୍‌ନେସ ନେଇ ଉତ୍ସାହିତ ହେବେ ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ନାଗରିକ ଫିଟ୍‌ ନ ରହିଲେ କୌଣସି ଦେଶ ସମୃଦ୍ଧ ହେବ ନାହିଁ। ସ୍ପୋଟର୍‌ସରେ ସଫଳତା ହାସଲ ନ କଲେ କ୍ରୀଡ଼ା ସଂସ୍କୃତି ନେଇ କିଛି କହିବା ଠିକ୍‌ ହେବ ନାହିଁ। କ୍ରୀଡ଼ାକୁ ଭଲ ପାଉଥିବା ଏକ ସମାଜ ଗଢିତୋଳିବାକୁ କର୍ପୋରେଟ୍‌ ହାଉସ୍‌ମାନେ ଆଗଇ ଆସିବାକୁ ସେ ଆହ୍ବାନ କରିଛନ୍ତି। ଏଥିପାଇଁ ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଭାରତ ଏକ ସ୍ପୋଟର୍‌ସିଂ ଦେଶ ନୁହଁ ବୋଲି ସ୍ବୀକାର କରିବାକୁ ହେବ। ତେବେ ଲୋକମାନଙ୍କ ସହଯୋଗ ଓ ଚେଷ୍ଟାରେ ଭାରତ ଦିନେ କ୍ରୀଡ଼ାରେ ସଫଳ ରାଷ୍ଟ୍ର ଭାବେ ଉଭା ହେବ ବୋଲି ରିଜିଜୁ କହିଛନ୍ତି।
କ୍ରୀଡ଼ା ଭାରତରେ ଏକ ଶିଳ୍ପର ମାନ୍ୟତା ପାଇବା ନେଇ ଆମେ ସୁନିଶ୍ଚିତ ଅଛୁ। ଭବିଷ୍ୟତରେ ଏହା ଦେଶର ଅର୍ଥନୀତିକୁ ମଧ୍ୟ ସକାରାତ୍ମକ ଭାବେ ପ୍ରଭାବିତ କରିବ। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଖେଲୋ ଇଣ୍ଡିଆ ଓ ଫିଟ୍‌ ଇଣ୍ଡିଆ ଆନ୍ଦୋଳନ ବେଶ୍‌ ସଫଳ ଓ ଦୃଢ ହୋଇପାରିଛି। ଦେଶ ଲୋକସଂଖ୍ୟାର ଦୁଇ ପ୍ରତିଶତ ଲୋକ ଯଦି ଗୋଟିଏ କ୍ରୀଡ଼ା ଷ୍ଟାଡିୟମ କିମ୍ବା ଟେଲିଭିଜନ୍‌ରେ ଦେଖନ୍ତି ତା’ହେଲେ ସେହି କ୍ରୀଡ଼ା ଲୋକପ୍ରିୟ ହୋଇପାରିବ ଓ ଏହା ଦ୍ୱାରା ଅର୍ଥ ଉପାର୍ଜନ ହେବ ଓ ଏହା ସମ୍ପୃକ୍ତ କ୍ରୀଡ଼ାର ଉନ୍ନତିରେ ସହାୟକ ହେବ। ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଆଥଲେଟ୍‌୍‌ମାନେ କ୍ରୀଡ଼ା ସମ୍ପର୍କରେ ଆବଶ୍ୟକ ଜ୍ଞାନ ହାସଲ କରିବା ସହ ସେମାନଙ୍କ ଟ୍ରେନିଂ ଜାରି ରଖିପାରୁଛନ୍ତି। ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ ୧୦ରେ କିପରି ସ୍ଥାନ ପାଇବ ସେ ନେଇ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏଥିପାଇଁ ଆମେ ବିଭିନ୍ନ କାର୍ଯ୍ୟକ୍ରମ ତଥା ନୀତି ଆରମ୍ଭ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri