ସୁଶାସନ ଓ କ୍ଷମତାର ବିକେନ୍ଦ୍ରୀକରଣ

ଈପ୍ସିତା ମହାନ୍ତି

ଶାସନ ଏବଂ କ୍ଷମତା ଦୁନିଆରେ ସୁଶାସନର ପ୍ରଥମ ସର୍ତ୍ତ ହେଉଛି ଜନସହଭାଗିତା। ଜନତାଙ୍କ ଭାଗୀଦାରିକୁ ସୁନିଶ୍ଚିତ କରିବା ପାଇଁ ବିକେନ୍ଦ୍ରୀକରଣ ଏକ ଅତ୍ୟାବଶ୍ୟକ କାରକ। ବିକେନ୍ଦ୍ରୀକରଣକୁ ବିଶ୍ବାସ, ପାରଦର୍ଶିତା ଏବଂ ଦାୟିତ୍ୱବୋଧତା ନିର୍ମାଣକାରୀ ସରକାରର ଏକ ବିକଳ୍ପ ନମୁନା ରୂପେ ଗ୍ରହଣ କରାଯାଇଛି। ମୂଳକଥା ହେଉଛି ସାଧାରଣ ଜନତାଙ୍କ ସହଭାଗିତା ବିନା ତୃଣମୂଳ ସ୍ତରୀୟ ବିକାଶ ବିଷୟରେ ପରିକଳ୍ପନା କରାଯାଇ ନ ପାରେ। ବିକେନ୍ଦ୍ରିତ ଶାସନ ବ୍ୟବସ୍ଥା ସୁଶାସନର ପାରସ୍ପରିକ ସମ୍ପର୍କକୁ କେବଳ ପ୍ରତିଫଳିତ କରି ନ ଥାଏ ବରଂ ତାହାକୁ ବ୍ୟାଖ୍ୟା କରିଥାଏ। ଏଠାରେ ସୂଚିତ ନୀତିନିୟମର ଅନୁପାଳନ ସ୍ବଚ୍ଛତା, ସ୍ପଷ୍ଟତା ଏବଂ ନ୍ୟାୟ ନିହିତ ଥାଏ।
ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଅଧୀନରେ ସ୍ଥାନୀୟ ସ୍ତରରେ କ୍ଷମତାର ସହଭାଗିତାକୁ ସୁନିଶ୍ଚିତ କରିବା ସହ ସ୍ବୟଂର ବିକାଶ ଏବଂ ନ୍ୟାୟ ପାଇଁ ଯେଉଁ ବ୍ୟବସ୍ଥା ଗ୍ରହଣ କରାଯାଇଛି; ତାହା ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା। ଏହା ମାଧ୍ୟମରେ ସମାଜର ତଳସ୍ତରର ଜନତାଟିଏ ଶାସନ କ୍ଷମତାରେ ଅଂଶଗ୍ରହଣ ପାଇଁ ଅଧିକାର ପାଇଛି। ଏହି ବ୍ୟବସ୍ଥାରେ କ୍ଷମତାର ବିକେନ୍ଦ୍ରୀକରଣ ହୋଇଥାଏ। ଏହା ଗଣତନ୍ତ୍ରର ଏକ ମହତ୍ତ୍ବପୂର୍ଣ୍ଣ ସୋପାନ। ବିଶ୍ବବ୍ୟାଙ୍କ ଅନୁସାରେ, ”ସୁଶାସନ ଏପରି ଏକ ସେବା ସହ ଜଡ଼ିତ, ଯିଏ ସୁଦକ୍ଷ।
ଏହା ଏପରି ଏକ ନ୍ୟାୟିକ ସେବା ସହ ଅନୁବନ୍ଧିତ, ଯିଏ ବିଶ୍ବାସଯୋଗ୍ୟ। ଏହା ଏପରି ଏକ ପ୍ରଶାସନିକ ବ୍ୟବସ୍ଥା ସହ ସମ୍ବୋଧିତ, ଯିଏ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ“। କେବଳ ବିକେନ୍ଦ୍ରୀକରଣ ଏବଂ ସୁଶାସନ ଦ୍ବାରା ହିଁ ଆମେ ସାମାଜିକ ଆତ୍ମନିର୍ଭରଶୀଳତାଠାରୁ ଆରମ୍ଭ କରି ସାମାଜିକ ସମସ୍ୟା ଏବଂ ତାହାର ସମାଧାନ ପର୍ଯ୍ୟନ୍ତ ପହଞ୍ଚି ପାରିବା। ଆତ୍ମନିର୍ଭର ଭାରତ ପାଇଁ ଏହି ଉପକରଣ ଦ୍ବୟ ଅତି ମୂଲ୍ୟବାନ ହତିଆର।
ବିକେନ୍ଦ୍ରୀକରଣ, ଗଣତନ୍ତ୍ରର ଏକ ପ୍ରମୁଖ ଉପକରଣ। ଆମ ଦେଶର ୭୩ତମ ଏବଂ ୭୪ତମ ସାମ୍ବିଧାନିକ ସଂଶୋଧନ ଏହାର ଏକ ବଡ଼ ଉଦାହରଣ। ସେହିଭଳି ନାଗରିକ ଘୋଷଣାପତ୍ର, ସୂଚନା ଅଧିକାର, ସୂଚନା ଓ ପ୍ରଦ୍ୟୋଗିକ ବିପ୍ଳବ ଅର୍ଥାତ୍‌ ଇ-ଶାସନ ଆଦି କାର୍ଯ୍ୟକ୍ରମ ନାଗରିକ ସଶକ୍ତୀକରଣକୁ ପ୍ରୋତ୍ସାହିତ କରିଥାଏ। ପ୍ରଶାସନ ଏବଂ ନାଗରିକଙ୍କ ପାରସ୍ପରିକ ସମ୍ପର୍କ ବୃଦ୍ଧିରେ ଏହା ସହାୟକ ହେଉଛି; ଯାହା ପ୍ରଶାସନକୁ ଅଧିକ ପ୍ରଭାବଶାଳୀ ଏବଂ ଜନମଙ୍ଗଳକାରୀ ଭାବେ ଗଢ଼ି ତୋଳୁଛି। କିନ୍ତୁ ଅନେକ କ୍ଷେତ୍ରରେ ଆନ୍ତରିକତାର ଅଭାବ ଯୋଗୁ ପ୍ରଶାସନ ଯଥେଷ୍ଟ ପ୍ରଭାବଶାଳୀ ହୋଇପାରୁନାହିଁ। ବାସ୍ତବିକ ବିକେନ୍ଦ୍ରୀକରଣର ଅଭିପ୍ରାୟ ଅଧିକାରକୁ ବିତରିତ କରିଥାଏ। ସମ୍ବିଧାନର ସପ୍ତମ ଅଧିସୂଚୀରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ନିହିତ କାର୍ଯ୍ୟର ବଣ୍ଟନ ବିଷୟରେ ଆଲୋଚିତ ହୋଇଛି; ଯାହା ବିକେନ୍ଦ୍ରିତ ଭାବନା ସହ ସୁଶାସନର ପରିପାଟୀକୁ ଏକ ସମୁଚିତ ଅର୍ଥ ପ୍ରଦାନ କରିଥାଏ।
କରୋନା କାଳରେ ବିପର୍ଯ୍ୟୟର ଭୟଙ୍କର ସ୍ବରୂପକୁ ଦୃଷ୍ଟିରେ ରଖି କେଉଁଠାରୁ କେତେ ପରିମାଣର ନିଷ୍ପତ୍ତି ନିଆଯିବା ଉଚିତ; ତାହାର ଏକ ସଂଘର୍ଷ ଦେଖିବାକୁ ମିଳିଥିଲା। କରୋନାର ପ୍ରଥମ ଲହର ବେଳେ ସାରାଦେଶ ସମ୍ପୂର୍ଣ୍ଣ ତାଲାବନ୍ଦ ନିୟମକୁ କଡ଼ାକଡ଼ି ପାଳନ କରିଥିଲା। ଏହା ଥିଲା ଏକ କେନ୍ଦ୍ରୀୟ ନିଷ୍ପତ୍ତି। ଦ୍ୱିତୀୟ ତରଙ୍ଗ ସମୟରେ ଏଭଳି ନିଷ୍ପତ୍ତିକୁ ରାଜ୍ୟଗୁଡ଼ିକ ମାଧ୍ୟମରେ କାର୍ଯ୍ୟକାରୀ କରାଇ ବିକେନ୍ଦ୍ରୀକରଣର ପରିଚୟ ଦିଆଗଲା। ବିଭିନ୍ନ ପରିଯୋଜନା ଓ ନୀତିନିୟମକୁ ତୃଣମୂଳ ସ୍ତରରେ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ତଥା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ସମ୍ବେଦନଶୀଳତା ସହକାରେ ସମ୍ପାଦନା କରିବା ଲାଗି ସୁଶାସନ ସର୍ବଦା ଲକ୍ଷ୍ୟ ରଖିଥାଏ। ସାରାଦେଶ ପାଇଁ ବିଭିନ୍ନ ଜନହିତକର ପରିଯୋଜନା ପ୍ରସ୍ତୁତ କରିବା ସହ ସେସବୁର କାର୍ଯ୍ୟକାରିତାକୁ ନିରୀକ୍ଷଣ କରି କେନ୍ଦ୍ର ସରକାର ନିଜ ପକ୍ଷକୁ ସୁଦୃଢ଼ ରଖିଥାଏ। କିନ୍ତୁ ରାଜ୍ୟ ସରକାର ହେଉଛନ୍ତି ସେହି ବାହୁ, ଯିଏ ଆବଶ୍ୟକ ଜିନିଷଗୁଡ଼ିକୁ ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ସୁଷମ ଭାବେ ବଣ୍ଟନ କରେ। ଏହି ବାହୁ ସ୍ବଚ୍ଛ ଓ ସୁଦୃଢ଼ ହେବା ଆବଶ୍ୟକ। ଏହା ବିକେନ୍ଦ୍ରୀକରଣ ଏବଂ ସୁଶାସନର ଏକ ଉତ୍ତମ ଲକ୍ଷଣ।
ବାସ୍ତବରେ ସୁଶାସନ ହେଉଛି ଏକ ଗତିଶୀଳ ଅବଧାରଣା; ଯାହାର ଅଧୀନରେ ସଭିଙ୍କ ହିତ ପାଇଁ କାର୍ଯ୍ୟ ଚାଲେ। ଅର୍ଥଶାସ୍ତ୍ରରେ କୌଟିଲ୍ୟଙ୍କ ଶାସକୀୟ ବିଚାର ସୁଶାସନର ଏକ ଧାରା; ଯେଉଁଥିରେ ବିକେନ୍ଦ୍ରୀକରଣର ପ୍ରକୃତ ଅର୍ଥ ନିହିତ।
ସେତେବେଳେ କ୍ଷମତା କେନ୍ଦ୍ରୀଭୂତ ଥିଲା। କିନ୍ତୁ ସେହି କେନ୍ଦ୍ରୀଭୂତ କ୍ଷମତାର ଦୃଷ୍ଟିକୋଣ ଜନସାଧାରଣଙ୍କ ସ୍ବାର୍ଥ ଦିଗକୁ ଢଳି ରହିଥିଲା। ପ୍ରକୃତରେ ବିକେନ୍ଦ୍ରୀକରଣ ଦ୍ବାରା କେନ୍ଦ୍ର ନିଜର ଅସ୍ତିତ୍ୱ ହରାଏ ନାହିଁ ବରଂ ରାଜ୍ୟମାନଙ୍କ ସହ ମିଳିମିଶି ସେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଏ। କରୋନା ବିପର୍ଯ୍ୟୟର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ରାଜନୈତିକ ଅଭିସନ୍ଧିରୁ ଊର୍ଦ୍ଧ୍ୱରେ ରହି କେବଳ ସୁଶାସନ ପ୍ରତିଷ୍ଠା ଦିଗରେ ଧ୍ୟାନ ଦେଇଥିଲେ। ସେହିଭଳି ବିଦ୍ୟମାନ ସାଂସ୍କୃତିକ ତତ୍ତ୍ବରେ ବିକେନ୍ଦ୍ରୀକରଣ ଏକ ପ୍ରସଙ୍ଗ ହେବା ଉଚିତ। ବଦଳୁଥିବା ସମ୍ପର୍କ ପ୍ରତି ତାକୁ ସମ୍ବେଦନଶୀଳ ରହିବାକୁ ପଡ଼ିବ। କର୍ତ୍ତବ୍ୟ ସହିତ ନିଷ୍ପତ୍ତି ଏବଂ ଅଧିକାର ଗୋଟିଏ ଏକକ ଭାବେ ବଣ୍ଟିତ ହେଲେ ଶାସନ ବ୍ୟବସ୍ଥାରେ ସ୍ଥିରତା ଆସିବ।
ସମସ୍ତଙ୍କ ପାଇଁ ବିକେନ୍ଦ୍ରୀକରଣ ହୋଇପାରିବ ନାହିଁ। କିନ୍ତୁ ସମସାମୟିକ ବିକାଶକୁ ଦେଖି ଜାଣିପାରିବା ଯେ ସାରାବିଶ୍ୱରେ ଜଗତୀକରଣ ଶାସନ ବ୍ୟବସ୍ଥାକୁ କେବଳ ରୂପାନ୍ତରିତ କରେନାହିଁ ବରଂ ଏହି ରୂପାନ୍ତରଣର ମାତ୍ରା କେତେ ବୋଲି ପ୍ରଶ୍ନ ଉଠେ। ବର୍ତ୍ତମାନ ସୁଦ୍ଧା ଏହାର ଠିକ୍‌ ଯାଞ୍ଚ ହୋଇନାହିଁ। ବୈଶ୍ବିକ ସମ୍ବିଧାନବାଦ ଏବଂ ନାଗରିକ ସମାଜର ଜଗତୀକରଣ ହେଉଛି ଜଗତୀକରଣ ପ୍ରକ୍ରିୟାର ଅନ୍ୟ ଏକ ବିଶେଷତ୍ୱ। ଶିଶୁ ବିକାଶ, ମହିଳା ବିକାଶ, ମାନବିକ ଅଧିକାର, ଜଳବାୟୁ ପରିବର୍ତ୍ତନ ଭଳି କ୍ଷେତ୍ରର ଅନ୍ତର୍ଜାତୀୟ ଆଇନରେ ସ୍ବାକ୍ଷର କରିଥିବା ଦେଶଗୁଡ଼ିକ ସୁଶାସନ ପାଇଁ ଏକ ଢାଞ୍ଚା ଆବଶ୍ୟକ କରନ୍ତି। କେବଳ କେନ୍ଦ୍ରୀୟ ବ୍ୟବସ୍ଥା ମାଧ୍ୟମରେ ଏସବୁ ଆବଶ୍ୟକତା ପ୍ରତିଷ୍ଠା କରାଯାଇ ନ ପାରେ। ଏଭଳି ସ୍ଥିତିରେ ବିକେନ୍ଦ୍ରୀକରଣ ଆଜି ସମୟର ଆବଶ୍ୟକତା ପାଲଟିଛି।
୧୯୯୧ରେ ଉଦାରୀକରଣ ପରେ ସୁଶାସନର ଧାରଣା ଉତ୍ପନ୍ନ ହୋଇଥିଲା। ସେବେଠାରୁ ଅନେକ ସରକାର ଆସିଛନ୍ତି ଓ ଯାଇଛନ୍ତି। ଉଦାରୀକରଣ ନାମକ ବୃକ୍ଷଟି ମହାଦ୍ରୁମରେ ପରିଣତ ହୋଇଛି ସତ, କିନ୍ତୁ ସୁଶାସନ ଆଜି ପଛରେ ରହିଯାଇଛି। ୧୯୫୨ର ସାମୂହିକ ବିକାଶ କାର୍ଯ୍ୟକ୍ରମ ଥିଲା ବିକେନ୍ଦ୍ରିତ ଆଧାରିତ; ଯାହା ଗ୍ରାମୀଣ ବିକାଶର ଧାରଣା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲା। କିନ୍ତୁ ମୌଳିକ ବିକାଶର ଅଭାବ ହେତୁ ସେତେବେଳେ ତାହା ଗାଁରେ ପହଞ୍ଚି ପାରିଲା ନାହିଁ; ଯେଉଁଥିପାଇଁ ୧୯୫୩ରେ ରାଷ୍ଟ୍ରୀୟ ପ୍ରସାର ସେବା ଆରମ୍ଭ କରାଗଲା। କିନ୍ତୁ ତାହା ଧରାଶାୟୀ ହେଲା। ଏହି ବିଫଳତାର ଅନୁସନ୍ଧାନ ପାଇଁ ଗଠିତ ହୋଇଥିଲା ବଲୱନ୍ତ ରାୟ ମେହେଟ୍ଟା କମିଟି। ଉକ୍ତ କମିଟିର ସୁପାରିସରୁ ଏହା ସ୍ପଷ୍ଟ ହୋଇଥିଲା ଯେ ଯେଉଁମାନଙ୍କର ବିକାଶ କରିବାକୁ ଚାହୁଁଛ, ସେମାନଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରିଦେବା ଉଚିତ ହେବ। ସ୍ବାଧୀନ ଭାରତରେ ଏହିଠାରୁ ହିଁ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣର ମୂଳଦୁଆ ପଡ଼ିଥିଲା । ଫଳସ୍ବରୂପ ରାଜସ୍ଥାନର ନାଗୌରରେ ପଞ୍ଚାୟତିରାଜ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା। ଦୀର୍ଘ ଦଶନ୍ଧିର ଜୟଯାତ୍ରା ସହ ଏହି ବ୍ୟବସ୍ଥା ଉଦାରୀକରଣ ପରେ ୧୯୯୨ର ୭୩ତମ ଏବଂ ୭୪ତମ ସମ୍ବିଧାନ ସଂଶୋଧନ ଅବସରରେ ଏକ ମାଇଲଖୁଣ୍ଟ ରୂପେ ପରିଗଣିତ ହୋଇଥିଲା। ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ବ୍ୟବସ୍ଥାରେ ଗାଁକୁ ଏକକ ରୂପେ ଗ୍ରହଣ କରି ସେହି କ୍ଷୁଦ୍ର ଅଞ୍ଚଳରେ ଏକ ବଡ଼ ସରକାର ସ୍ଥାପିତ କରାଗଲା; ଯିଏ ସୁଶାସନର ନୂତନ ଦିଗ ଦେଖାଇ ଚାଲିଛି। ସ୍ଥାୟୀ ସରକାର ଏବଂ ସୁଶାସନ ପରସ୍ପର ପରିପୂରକ। କିନ୍ତୁ ଏହି ସତ୍ୟତା ସହିତ ସୁଶାସନ କେବଳ ଚିନ୍ତାଧାରାରେ ଚାଲିପାରିବ ନାହିଁ। ଏଥିପାଇଁ ବିକେନ୍ଦ୍ରୀକରଣ ବ୍ୟବସ୍ଥା ସଶକ୍ତ ହେବା ଆବଶ୍ୟକ। ବୈପାରୀଗୁଡ଼ା, କୋରାପୁଟ
ମୋ : ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?