କେହି ନାହିଁ

ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ସୀମା ବିବାଦର ପରିଣାମ ସବୁବେଳେ ନକାରାମତ୍କ ରହିଆସିଛି। ଏବେ ଭାରତ ଭିତରେ ନଦୀଜଳଠାରୁ ଆରମ୍ଭ କରି ସୀମାବିବାଦ ଭଳି ସମସ୍ୟା ଅନେକ ରାଜ୍ୟକୁ ହନ୍ତସନ୍ତ କରିରଖିଛି। ସଦ୍ୟ ପ୍ରକାଶିତ ଏକ ଖବରରୁ ଜଣାପଡ଼ିଛି ଯେ, ନିକଟରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବେ ଓଡ଼ିଶାର କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୁଙ୍କି ପଞ୍ଚାୟତର ମୁଙ୍ଗାରଗୁମି ଗ୍ରାମ ନିକଟରେ ପ୍ରବାହିତ ପାହାଡ଼ୀ ନଈରେ ଜଳ ସଂରକ୍ଷଣ ବନ୍ଧ କରିବାକୁ ଯୋଜନା କରୁଛି। ଏଥିପାଇଁ ଆନ୍ଧ୍ର ସରକାର ସର୍ଭେ ଆରମ୍ଭ କରିଥିବା କୁହାଯାଇଛି। ସୂଚିତ କରାଯାଇପାରେ, ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ୧୯୬୦ ଦଶକରୁ ସୃଷ୍ଟି କୋଟିଆ ବିବାଦ ସମୟାନ୍ତରରେ ସାମ୍ନାକୁ ଆସିବାରେ ଲାଗିଛି। ନେରେଡି ଓ ପୋଲାଭରମ ଜଳ ପ୍ରକଳ୍ପ ଲାଗି ଓଡ଼ିଶା ସୀମାକୁ ଆନ୍ଧ୍ର ଦଖଲ କରିସାରିଲାଣି। ତେବେ ସୁଙ୍କି ପଞ୍ଚାୟତରେ ଆନ୍ଧ୍ରର ଏବକାର କାର୍ଯ୍ୟକଳାପ ପୁନର୍ବାର ଏକ ନୂଆ ବିବାଦ ସୃଷ୍ଟି କରାଉଛି। ଏ ସମ୍ପର୍କରେ ଧରିତ୍ରୀର ପ୍ରଥମ ପୃଷ୍ଠାରେ ଖବର ପ୍ରକାଶ ପାଇବା ପରେ ପଟ୍ଟାଙ୍ଗି ତହସିଲଦାର ଅକ୍ଟୋବର ୯ତାରିଖରେ ଘଟଣାସ୍ଥଳକୁ ଯାଇ ସର୍ଭେ କରୁଥିବା ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖିବା ସହ ସେମାନଙ୍କଠାରୁ ସାମଗ୍ରୀସବୁ ଜବତ କରିଛନ୍ତି। ଅନେକ ସମୟରେ ପ୍ରଶାସନ ସଚେତନ ରହି ମଧ୍ୟ ଓଡ଼ିଶା ସୀମାରେ ଥିବା ଗାଁକୁ ନିଜର କହି ସେଠାରେ ଆନ୍ଧ୍ର ତା’ ଯୋଜନା କାର୍ଯ୍ୟକାରୀ କରିଛି; ଏହାର ଅନ୍ୟ ଏକ ପୂର୍ବ ଦୃଷ୍ଟାନ୍ତ ହେଉଛି କୋଟିଆ। ଏଠାରେ ଦୁଇ ରାଜ୍ୟର ଅଧିକାରୀମାନେ ମଧ୍ୟ ମୁହଁାମୁହଁି ହେଉଛନ୍ତି। ତେବେ ସୁଙ୍କି ପଞ୍ଚାୟତରେ ଆନ୍ଧ୍ରର କାର୍ଯ୍ୟକଳାପ ସୂଚାଉଛି ଯେ, ପୂର୍ବରୁ ଥିବା ସୀମା ବିବାଦ ତୁଟାଇବା ପରିବର୍ତ୍ତେ ଆନ୍ଧ୍ର ଏହାକୁ ବଢ଼ାଉଛି। ସୀମାକୁ ନେଇ ଓଡ଼ିଶା ସହ ଛତିଶଗଡ଼ ଓ ପଶ୍ଚିମବଙ୍ଗର ବିବାଦ ବି ଲାଗି ରହିଛି। ଏହା ବ୍ୟତୀତ କର୍ନାଟକ-ମହାରାଷ୍ଟ୍ର, ଆସାମ ସହ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଯଥା ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟ ଏବଂ ହିମାଚଳ-ଲଦାଖ ମଧ୍ୟରେ ଆନ୍ତଃ ରାଜ୍ୟ ସୀମା ସମସ୍ୟାର ଗମ୍ଭୀରତା ପ୍ରକାଶ ପାଉଛି। ଜୁଲାଇ ୨୦୨୧ରେ ମିଜୋରାମ ଓ ଆସାମ ସୀମାରେ ସଂଘର୍ଷ ଘଟି ଆସାମର ୫ ପୋଲିିସଙ୍କ ମୃତ୍ୟୁ ଓ ୫୦ରୁ ଅଧିକ ଆହତ ହେବା ଘଟଣା ଆନ୍ତଃରାଜ୍ୟ କଳିର ମାରାମତ୍କ ରୂପକୁ ପ୍ରମାଣ କରିଦେଇଥିଲା।
ଭାରତରେ ଆନ୍ତଃରାଜ୍ୟ ସୀମାବିବାଦ ରାଜନୈତିକ, ପ୍ରଶାସନିକ ଓ ନ୍ୟାୟିକ କ୍ଷେତ୍ରକୁ ପ୍ରଭାବିତ କରିଆସିଛି। ଏହା ଭାରତୀୟ ସଂଘୀୟ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟିକରୁଛି। ଉଦାହରଣ ସ୍ବରୂପ ଅତୀତକୁ ଦେଖିଲେ ଆସାମ ଓ ନାଗାଲାଣ୍ଡ ମଧ୍ୟରେ ସୀମାବିବାଦକୁ ନେଇ ଏକ ଯୁଦ୍ଧର ଆକାର ଧାରଣ କରିଥିଲା। ୧୯୮୫ରେ ଏହି ଦୁଇ ରାଜ୍ୟର ପୋଲିସଙ୍କ ମଧ୍ୟରେ ଦୁଇ ଦେଶର ସେନା ଭଳି ଗୁଳି ବିନିମୟ ହୋଇଥିଲା; ଯେଉଁଥିରେ ୪୧ଜଣଙ୍କ ମୃତ୍ୟୁ ଘଟିଥିଲା। ଭାରତରେ ସଂଘୀୟ ବ୍ୟବସ୍ଥା ସହଯୋଗ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରେ। ସମ୍ବିଧାନରେ ସଂଘୀୟ ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ ଥିଲେ ମଧ୍ୟ ଜଳ ଏବଂ ଜମି ବିବାଦ ସମ୍ପର୍କରେ ସ୍ପଷ୍ଟ ନୀତି ଉଲ୍ଲେଖ କରାଯାଇନାହିଁ। ଭାରତରେ ରାଜ୍ୟଗୁଡ଼ିକର ବିକାଶ ଲାଗି ସଂଘୀୟବାଦ ବିଚାରରେ ଏକାଠି ହୋଇ ରହିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତାହାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ଏହାକୁ ଧରିରଖିବା। ହେଲେ ରାଜ୍ୟଗୁଡ଼ିକ ମଧ୍ୟରେ ବଢୁଥିବା ସୀମାବିବାଦ ଏହା ପ୍ରତି ବିପଦ ଡାକିଆଣୁଛି। ଓଡ଼ିଶାରେ ସୀମା ବିବାଦ ଅନ୍ୟ ରାଜ୍ୟର ବିବାଦଠାରୁ ଭିନ୍ନତା ରହୁଛି। ସାଧାରଣରେ ଦେଖାଯାଉଛି ଯେ, ସୀମାନ୍ତ ଜିଲାଗୁଡ଼ିକରେ ପ୍ରଶାସକ ଅର୍ଥାତ୍‌ ଜିଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ଭଳି ପଦବୀରେ ଅଧିକ ଅଣଓଡ଼ିଆ ରହୁଥିବାରୁ ସେମାନଙ୍କର ରାଜ୍ୟ ପ୍ରତି ସତର୍କ ଦୃଷ୍ଟି ରହୁନାହିଁ। ଏହା ବ୍ୟତୀତ ସେହିସବୁ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅନ୍ୟ ଅଧିକାରୀମାନଙ୍କୁ ବିଶେଷଭାବରେ ଏବଂ ବାରମ୍ବାର ସତର୍କ କରାଯାଉ ନ ଥିବା ଫଳରେ ସେମାନେ ଶିଥିଳ ପଡ଼ିଯାଉଛନ୍ତି। ଅପରପକ୍ଷରେ ଆନ୍ଧ୍ର ଏବଂ ବଙ୍ଗଳା ଭଳି ରାଜ୍ୟର ସରକାରୀ କର୍ମଚାରୀ ଓଡ଼ିଶାର ସୀମା ପାଖାପାଖି ଗ୍ରାମଗୁଡ଼ିକରେ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଉଥିବାରୁ ତାହା ବିଶେଷ ପ୍ରଭାବ ପକାଉଛି। ଏହା ବ୍ୟତୀତ ଓଡ଼ିଆ ଭାଷା ପ୍ରତି କାହାରି ଆନ୍ତରିକତା ରହୁ ନ ଥିବାରୁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ଅଞ୍ଚଳରେ ତେଲୁଗୁ କିମ୍ବା ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ଶିକ୍ଷୟିତ୍ରୀଶିକ୍ଷକ ଭାବେ ନିଯୁକ୍ତି ଦେଉଛନ୍ତି। ଗମନାଗମନ ଏବଂ ସ୍ବାସ୍ଥ୍ୟସେବାରେ ଓଡ଼ିଶାର ସୀମା ଅଞ୍ଚଳରେ କୌଣସି ଉପସ୍ଥିତି ନ ଥିବାରୁ ସମସ୍ୟା ଅଧିକ ଜଟିଳ ହେଉଛି। ଏହି ସମସ୍ୟାର ସମାଧାନ ଅତି ସହଜ, କିନ୍ତୁ ସେଥିପାଇଁ ଦୃଷ୍ଟି ଦେବାକୁ କେହି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?