ବଜ୍ରପାତ ବଢୁଛି

ଇଂ. ମାୟାଧର ସ୍ବାଇଁ

ବଜ୍ରପାତ ହେଉଛି ଏକ ପ୍ରାକୃତିକ ଘଟଣା। ଏହା ବୁଝି ନ ଥିଲେ ସୁଦ୍ଧା ମନୁଷ୍ୟ ଆବହମାନ କାଳରୁ ଏହାକୁ ଦେଖି ଆସୁଛି। ବାସ୍ତବରେ ଏହା ହେଉଛି ଗୋଟିଏ ଅତ୍ୟୁଚ୍ଚ ଭୋଲ୍‌ଟେଜ୍‌ର ବିଦ୍ୟୁତ୍‌ ସ୍ଫୁଲିଙ୍ଗ। ଘରେ ବ୍ୟବହାର ହେଉଥିବା ବିଦ୍ୟୁତ୍‌ ଭୋଲ୍‌ଟେଜ୍‌ର ଏହା ହେଉଛି ହଜାର ହଜାର ଗୁଣ। ଏଣୁ ଏହାର ଧ୍ୱଂସକାରୀ ଶକ୍ତି ହେଉଛି ଅଧିକ।
ପୃଥିବୀରେ ଯେକୌଣସି ସମୟରେ ପ୍ରାୟ ୨୦୦୦ଟି ବଜ୍ରପାତ ଘଟୁଛି। କିନ୍ତୁ ଦେଖାଯାଇଛି ଯେ ଗତ କେତେବର୍ଷ ଧରି ବଜ୍ରପାତର ସଂଖ୍ୟା ବୃଦ୍ଧି ପାଉଛି। ବିଶେଷଭାବେ ଓଡ଼ିଶା ସମେତ ପୂର୍ବ ଭାରତ ରାଜ୍ୟଗୁଡ଼ିକରେ ଏହା ଅଧିକ ଭାବରେ ଦେଖାଯାଉଛି। ଗତ ସେପ୍ଟେମ୍ବର ୨ରେ ଓଡ଼ିଶାରେ ବଜ୍ରପାତରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟ ଯେ ଏହି ଦିନ ୨ ଘଣ୍ଟା ମଧ୍ୟରେ ୬୧,୦୦୦ ବଜ୍ରପାତ ହୋଇଛି। ଓଡ଼ିଶାରେ ଏହା ଅଧିକ ଭାବେ ଦେଖାଦେଉଥିବାରୁ ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ସୂଚନା ଅନୁଯାୟୀ ବଜ୍ରପାତ ଯୋଗୁ ଗତ ୨୦ ବର୍ଷରେ ଓଡ଼ିଶାରେ ୪ ହଜାରରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କୃଷକ। ଜମିରେ କାମ କରୁଥିବା ବେଳେ ସେମାନେ ଏହାର ଶିକାର ହୋଇଛନ୍ତି।
ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପ୍ରକାଶ କରିଛି, ଦେଶରେ ବର୍ଷକୁ ପ୍ରାୟ ୨୫୦୦ ଲୋକ ବଜ୍ରପାତରେ ମୃତ୍ୟୁବରଣ କରୁଛନ୍ତି। ପୁଣେରେ ଥିବା ଭାରତୀୟ କ୍ରାନ୍ତୀୟ ପାଣିପାଗ ଅନୁଷ୍ଠାନର ବଜ୍ରପାତ ଚିହ୍ନଟ ନେଟ୍‌ଓ୍ବର୍କ ତଥ୍ୟରୁ ଜଣାପଡ଼ିଛି, ୨୦୧୯ରୁ ୨୦୨୩ ମସିହା ମଧ୍ୟରେ ଦେଶରେ ବଜ୍ରପାତର ସଂଖ୍ୟା ୫୩ ପ୍ରତିଶତ ବୃଦ୍ଧି ପାଇଛି ଏବଂ କେତେକ ରାଜ୍ୟରେ ଏହି ବୃଦ୍ଧି ହେଉଛି ୩୦୦ ପ୍ରତିଶତ। ୨୦୧୯-୨୦ ମସିହାରେ ଦେଶରେ ୫୧.୬ ଲକ୍ଷ ବଜ୍ରପାତ ହୋଇଥିବା ବେଳେ ୨୦୨୨-୨୩ ମସିହାରେ ଏହାର ସଂଖ୍ୟା ହେଉଛି ୭୨.୬ ଲକ୍ଷ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା, ବିହାର ଓ ଉତ୍ତର ପ୍ରଦେଶରେ ଅଧିକ ବଜ୍ରପାତ ହେଉଛି।
ବୈଜ୍ଞାନିକମାନେ ବଜ୍ରପାତ ବୃଦ୍ଧି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରୁଛନ୍ତି। ବଜ୍ରପାତ ସୃଷ୍ଟି ପାଇଁ ଆକାଶରେ ଜଳବିନ୍ଦୁ ଓ ଉତ୍ତାପ ଆବଶ୍ୟକ। ବାୟୁ ଉତ୍ତପ୍ତ ହେଲେ ଏହା ଉପରକୁ ଉଠିଥାଏ ଏବଂ ଏହା ଉପରକୁ ଯିବାବେଳେ ଆକାଶରେ ଥିବା ଥଣ୍ଡା ବାୟୁ ସହ ସଂଘର୍ଷ ହୋଇଥାଏ। ଗରମ ବାୟୁରେ ଥିବା ଜଳବିନ୍ଦୁ ସହ ଥଣ୍ଡା ବାୟୁରେ ଥିବା ବରଫ ସ୍ଫଟିକର ସଂଘାତ ଯୋଗୁ ବାୟୁମଣ୍ଡଳରେ ସ୍ଥିର ବିଦ୍ୟୁତ୍‌ ଚାର୍ଜ ସୃଷ୍ଟି ହୁଏ। ଫଳରେ ବାଦଲର ଉପର ଭାଗରେ ଧନାମତ୍କ ଚାର୍ଜ ଓ ନିମ୍ନଭାଗରେ ଋଣାମତ୍କ ଚାର୍ଜ ଜମା ହୋଇରହେ। ଫଳରେ ଉଭୟ ମଧ୍ୟରେ ଏକ ବୈଦ୍ୟୁତିକ କ୍ଷେତ୍ର ସୃଷ୍ଟି ହୁଏ। ବାଦଲର ନିମ୍ନ ଭାଗର ରୁଣାମତ୍କ ଚାର୍ଜ ଯୋଗୁ ଭୂପୃଷ୍ଠରେ ଧନାମତ୍କ ଚାର୍ଜ ସୃଷ୍ଟି ହୁଏ। ବିପରୀତ ଚାର୍ଜ ପରସ୍ପରକୁ ଆକର୍ଷଣ କରନ୍ତି ଏବଂ ଫଳରେ ବାଦଲରୁ ଭୂପୃଷ୍ଠକୁ ବଜ୍ରପାତ ହୋଇଥାଏ। ଏଥିପାଇଁ ଜଳକଣା ଓ ଉତ୍ତାପ ଆବଶ୍ୟକ ହେଉଥିବାରୁ ଏହା ସାଧାରଣତଃ ଖରାଦିନେ ଏବଂ ବିଶେଷ ଭାବେ ଆର୍ଦ୍ର ଅଞ୍ଚଳରେ ଘଟିଥାଏ। ଏହା ପ୍ରାୟ ଅପରାହ୍ନ ଓ ସନ୍ଧ୍ୟା ସମୟରେ ହୋଇଥାଏ।
ପୃଥିବୀର ଉଷ୍ମତା ବୃଦ୍ଧି ହେତୁ ସମୁଦ୍ର ପୃଷ୍ଠରେ ତାପମାତ୍ରା ବୃଦ୍ଧି ପାଉଛି ଏବଂ ଉତ୍ତପ୍ତ ବାୟୁର ଜଳଧାରଣ କ୍ଷମତା ଅଧିକ ହୋଇଥିବାରୁ ବାୟୁମଣ୍ଡଳରେ ଜଳକଣା ବୃଦ୍ଧି ପାଉଛି। ଆକଳନ କରାଯାଇଛି ଯେ ପୃଥିବୀର ଉଷ୍ମତା ୧ ଡିଗ୍ରୀ ସେଲ୍‌ସିୟସ ବଢ଼ିଲେ ବାୟୁର ୭ ପ୍ରତିଶତ ଅଧିକ ଜଳକଣା ଧାରଣ କରିବାର ଶକ୍ତି ହୋଇଥାଏ। ଏହିପରି ବାୟୁମଣ୍ଡଳରେ ଉଭୟ ତାପମାତ୍ରା ଓ ଜଳକଣା ବୃଦ୍ଧି ଯୋଗୁ ଗତ କେତେବର୍ଷ ଧରି ବଜ୍ରପାତ ସଂଖ୍ୟା ବଢ଼ୁଛି। ଏଥିରୁ ଜଳବାୟୁ ପରିବର୍ତ୍ତନ ସହ ବଜ୍ରପାତ ବୃଦ୍ଧିର ସିଧାସଳଖ ସମ୍ପର୍କ ଜଣାପଡୁଛି।
ବୈଜ୍ଞାନିକମାନେ କୁହନ୍ତି, ବଜ୍ରପାତ ଯୋଗୁ ମୃତ୍ୟୁକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇପାରିବ। ପାଣିପାଗ ବିଭାଗ ପାଖରେ ଥିବା ବଜ୍ରପାତ ସୂଚକ ଯନ୍ତ୍ର ଡପ୍‌ଲର ରାଡାର ଦ୍ୱାରା ଅତିକମ୍‌ରେ ଗୋଟିଏ ଦିନ ପୂର୍ବରୁ କେଉଁ ଅଞ୍ଚଳରେ ବଜ୍ରପାତ ସମ୍ଭାବନା ଅଛି ତାହା ଜଣାପଡୁଛି ଏବଂ ଲୋକମାନଙ୍କୁ ଏଥିପାଇଁ ଗଣମାଧ୍ୟମ ଜରିଆରେ ସତର୍କ କରିଦିଆଯାଉଛି। ଏହାର ‘ଦାମିନି’ ଆପ୍‌ ବ୍ୟବହାରକରି ଏହି ସୂଚନା ମଧ୍ୟ ପାଇ ହେଉଛି।
ଏହା ବ୍ୟତୀତ ବଜ୍ରପାତରୁ ରକ୍ଷା ପାଇବାର ସାଧାରଣ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ସମୟରେ ଗଛ ତଳେ ରହିବା ଅନୁଚିତ। ବଜ୍ରପାତ ସାଧାରଣତଃ ଡେଙ୍ଗା ଗଛ, ଉଚ୍ଚ କୋଠା ଆଦିରେ ଅଧିକ ହୋଇଥାଏ। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ଖୋଲା ସ୍ଥାନରେ ବଜ୍ରପାତ ହୁଏ ନାହିଁ। ଏଣୁ ସର୍ବଦା ବଜ୍ରପାତର ଆଗୁଆ ସୂଚନା ଅନୁଯାୟୀ ବାହାରକୁ ବାହାରିବା ଆବଶ୍ୟକ। ଉଚ୍ଚ ମନ୍ଦିର, କୋଠା ଆଦିରେ ଜଡ଼ିତ ରକ୍ଷକ (ଲାଇଟିନିଂ ଆରେଷ୍ଟର) ଖଞ୍ଜିବା ଉଚିତ ଯାହା ବିଜୁଳିକୁ ସିଧା ଭୂଇଁକୁ ନେଇଯାଏ। ଜଳବାୟୁ ପରିବର୍ତ୍ତନ ଯେପରି କ୍ରମଶଃ ଖରାପ ଆଡ଼କୁ ଯାଉଛି, ଭବିଷ୍ୟତରେ ବଜ୍ରପାତ ସଂଖ୍ୟା ଆହୁରି ବଢ଼ିପାରେ।
ଲକ୍ଷ୍ମୀବିହାର,ଭୁବନେଶ୍ୱର,
ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?