ଏଗ୍ରିଷ୍ଟାକ୍‌ ଉଚ୍ଛେଦ ନେଇ ଲିଖିତ ନିର୍ଦ୍ଦେଶ ଦିଅ: ସରକାରଙ୍କଠାରେ ସଂଯୁକ୍ତ କୃଷକ ସଙ୍ଗଠନର ଦାବି

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ନୂଆଁ କଟକଣା ଆଣୁଛନ୍ତି। ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ସେଭଳି କଟକଣା ଅଣାଯାଉଥିବା ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଉଛି। ଅନ୍ୟପଟେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସଂକୁଚିତ କରିବା ନେଇ ସରକାର ସେଭଳି କଟକଣା ଆଣୁଛନ୍ତି ବୋଲି ଅଭିଯୋଗ କରି ଚାଷୀ ସଙ୍ଗଠନଗୁଡ଼ିକ ଆରମ୍ଭରୁ ଏହାକୁ ବିରୋଧ କରି ଚାଲିଛନ୍ତି। ଏଗ୍ରିଷ୍ଟାକ୍‌ ଆଇଡ଼ିକୁ ନେଇ ଏଥର ଧାନବିକ୍ରି ପଞ୍ଜୀକରଣ ଆରମ୍ଭରୁ ବିବାଦୀୟ ସ୍ଥିତି ଉପୁଜିଛି। ଏହାକୁ ନେଇ ସବୁଠି ବିରୋଧ ତେଜି ଉଠିବା ପରେ ଧାନବିକ୍ରି ପଞ୍ଜୀକରଣ ସହିତ ଏଗ୍ରିଷ୍ଟାକ୍‌ର କୌଣସି ସମ୍ପର୍କ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି। ମାତ୍ର ଚାଷୀ ସଙ୍ଗଠନଗୁଡ଼ିକ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଏବଂ ଏନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକୁ ତୁରନ୍ତ ଲିଖିତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଦାବି କରିଛି।
ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଙ୍ଗଠନର କର୍ମକର୍ତ୍ତାମାନେ କହିଥିଲେ, ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଅନେକ ଅସଙ୍ଗତି, ତ୍ରୁଟି, ଅନାବଶ୍ୟକ କାଗଜପତ୍ର ସାଙ୍ଗକୁ ଅସମ୍ଭବ ପ୍ରମାଣପତ୍ର ମଗାଯାଉଛି। ଏହାକୁ ବିରୋଧକରି ସଂଯୁକ୍ତ କୃଷକ ସଙ୍ଗଠନ ଗତ ୧୦ତାରିଖ ବରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ, ପଦ୍ମପୁର ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟ ଏବଂ ଅତାବିରା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ହଜାର ହଜାର ଚାଷୀ ଗିରଫ ହୋଇଥିଲେ। ଏହି ଆନ୍ଦୋଳନର ଚାପରେ ପଶ୍ଚିମଓଡ଼ିଶାର ବିଧାୟକମାନେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସମସ୍ୟା ଉପରେ ଅବଗତ କରିଥିଲେ। ଏହାପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପାତ୍ର ଧାନବିକ୍ରି ଓ ଏଗ୍ରିଷ୍ଟାକ୍‌ ମଧ୍ୟରେ କିଛି ସମ୍ପର୍କ ନାହିଁ। ଏଗ୍ରିଷ୍ଟାକ୍‌ ଆଇଡ଼ି ନ ଦେଲେ ମଧ୍ୟ ଧାନବିକ୍ରି ପଞ୍ଜୀକରଣ ହୋଇ ପାରିବ ଏବଂ ଚାଷୀମାନଙ୍କୁ ଧାନବିକ୍ରି ଟୋକନ୍‌ ମିଳିବ। ଏହା ସହିତ ଧାନବିକ୍ରି ପଞ୍ଜୀକରଣ ଆବେଦନରୁ ଏଗ୍ରିଷ୍ଟାକ୍‌ ଆଇଡ଼ି କଲମକୁ ହଟାଇ ଦିଆଯାଇଛି ଏବଂ ଭାଗଚାଷୀମାନଙ୍କ ପାଇଁ ମୋବାଇଲ୍‌ ଇ-କେୱାଇସି ପୋର୍ଟାଲ କରାଯିବ ବୋଲି କହିଥିଲେ।
କିନ୍ତୁ ଏବେ ମଧ୍ୟ ବିଭିନ୍ନ ପାକ୍ସରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ଏଗ୍ରିଷ୍ଟାକ୍‌ ଆଇଡ଼ି ମଗାଯାଉଛି। ଫଳରେ ଚାଷୀମାନେ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ଦୃଷ୍ଟିରୁ ଧାନବିକ୍ରି ପଞ୍ଜୀକରଣରୁ ଏଗ୍ରିଷ୍ଟାକ୍‌ ଉଚ୍ଛେଦ ନେଇ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମ ତଥା ପ୍ରେସ ବିବୃତିରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ସେ ନେଇ ସମସ୍ତ ପାକ୍ସକୁ ତୁରନ୍ତ ଲିଖିତ ନିର୍ଦ୍ଦେଶ ଦିଆଯାଉ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ଦାବି କରିଛି। ନଚେତ୍‌ ଆଗକୁ ଧାନବିକ୍ରି ପଞ୍ଜୀକରଣ କିମ୍ବା ଧାନବିକ୍ରି ସମସ୍ୟା ଲାଗି ରହିଲେ ଦୁର୍ବାର ଆନ୍ଦୋଳନ ହେବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଖବରଦାତା ସମ୍ମିଳନୀରେ ସଂଯୁକ୍ତ କୃଷକ ସଙ୍ଗଠର ଉପଦେଷ୍ଟା ରମେଶ ମହାପାତ୍ର, ଅଜିତ ଶତପଥୀ, ଧନପତି ପ୍ରଧାନ, କାରଣ ସାହୁ, ପ୍ରକାଶ ମେହେର, ସୁଦାମ ପାତ୍ର, ଈଶାନ୍ତ ଭୋଇ, ରବିଶଙ୍କର ପ୍ରଧାନ, ସୁରେଶ ନିକାଣ୍ଟି, ଅମିୟ ଗର୍ତ୍ତିଆ, ପବିତ୍ର ବାଗ, କାହ୍ନୁଚରଣ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ରାଗରେ ସ୍ବାମୀଙ୍କୁ ମୁଣ୍ଡକୁ ଲୁହା ତାଓ୍ବାରେ ପିଟିଦେଲେ ସ୍ତ୍ରୀ: ଆଉ ତା’ପରେ ଯାହା ଘଟିଲା…

ଲକ୍ଷ୍ନୌ,୧୪।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ପବିତ୍ରତାକୁ ଭାଙ୍ଗି ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜାନକୀପୁରମର ଆନନ୍ଦ ବିହାର କଲୋନୀରେ, ଜଣେ…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri