ଅଣନିଃଶ୍ୱାସୀ କରୁଛି ଅଳିଆ ନିଆଁ

ଅନୁଗୋଳ ଅଫିସ,୧୪।୫ ଦୀର୍ଘବର୍ଷ ପରେ ହେଲା ପୌର ନିର୍ବାଚନ। ନୂଆ ପରିଷଦ ଗଠନ ସହ ଅନୁଗୋଳ ପୌରାଞ୍ଚଳର ପରିମଳ ଦିଗରେ ବିଭିନ୍ନ ଖସଡ଼ା ପ୍ରସ୍ତୁତ କରାଗଲା। ଏପରି କି ଆବର୍ଜନା ପରିଚାଳନାର ସୁଫଳ ଯେପରି ତତ୍‌କ୍ଷଣାତ ମିଳିବ ସେ ନେଇ ବ୍ୟବସ୍ଥା ହେଲା। ହେଲେ ମାଳ ମାଳ ଅଳିଆ ଉଠା ଗାଡ଼ି ସହ ଲୋକବଳ ରହିଥିଲେ ମଧ୍ୟ ସଫେଇ ଠିକ୍‌ ଭାବେ କରାଯାଉ ନାହିଁ। ଯେଉଁ ପରିମାଣରେ ଆବର୍ଜନା ଉଠାଯିବା କଥା ତାହା ଦେଖାଯାଉ ନାହିଁ। ଅନେକ ସମୟରେ ସଫେଇ କର୍ମଚାରୀମାନେ ଅଳିଆ ସ୍ଥାନାନ୍ତର ନ କରି ସେଥିରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ବିଷାକ୍ତ ଧୂଅଁାର ବଳୟ ସହରବାସୀଙ୍କୁ ଅଣନିଃଶ୍ୱାସୀ କରିଦେଉଥିବା ଅଭିଯୋଗ ହେଉଛି।
ଅନୁଗୋଳ ପୌରାଞ୍ଚଳରୁ ଅଳିଆ ସଫେଇ ପାଇଁ ସହରରେ ୩୦ରୁ ଊର୍ଦ୍ଧ୍ୱ ଗାଡ଼ି ବୁଲୁଛି। ସେଥିମଧ୍ୟରୁ ୨୪ଟି ଗାଡ଼ି ଘର ଘର ବୁଲି ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରୁଛି। କଲୋନୀଗୁଡ଼ିକ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ମଧ୍ୟ ଆବର୍ଜନା ନିଆଯାଉଛି। କିନ୍ତୁ ରାସ୍ତା ପାର୍ଶ୍ୱରେ ଗଦା ହେଉଥିବା ଅଳିଆକୁ ନେଇ ଡମ୍ପିଂୟାର୍ଡକୁ ଯିବା ପରିବର୍ତ୍ତେ କେତେଜଣ ସଫେଇ କର୍ମଚାରୀ ସେଥିରେ ନିଅଁା ଲଗାଇ ଦେଉଛନ୍ତି। ସେହିପରି ବହୁ ବ୍ୟବସାୟୀ ଦୋକାନରୁ ବାହାରୁଥିବା ଆବର୍ଜନା ସଫେଇ କର୍ମଚାରୀଙ୍କୁ ହସ୍ତାନ୍ତର ନ କରି ପୋଡ଼ି ଦେଉଥିବା ଚିତ୍ର ମଧ୍ୟ ନଜରକୁ ଆସୁଛି। ପୌରପାଳିକା ପକ୍ଷରୁ ଏ ନେଇ ତାଗିଦ୍‌ କରିବା କି ଜରିମାନା ଆଦାୟ କରାଯାଉ ନ ଥିବାରୁ ଏହି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ସହରୀ ଲୋକମାନଙ୍କ ସ୍ବାସ୍ଥ୍ୟ ପାଇଁ ଏହି ଧୂଅଁା ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ପ୍ରାତଃଭ୍ରମଣ କରୁଥିବା ବରିଷ୍ଠ ନାଗରିକମାନେ ଏ ନେଇ ବାରଣ କରୁଥିଲେ ମଧ୍ୟ ସେମାନଙ୍କ କଥାକୁ କର୍ଣ୍ଣପାତ କରାଯାଉ ନାହିଁ। ଅମଲାପଡ଼ାର ଏକ ଅଳିଆ ଗଦାରେ ସଫେଇ କର୍ମଚାରୀମାନେ ନିଅଁା ଲଗାଇବାରୁ ଅଞ୍ଚଳରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା। ଏ ନେଇ ପୌର କାର୍ଯ୍ୟାଳୟରେ ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ତେଣୁ ସହରର ପରିବେଶକୁ ବିଷାକ୍ତ କରୁଥିବା ଏପରି ସଫେଇ କର୍ମଚାରୀଙ୍କୁ ତାଗିଦ୍‌ କରାଯିବାକୁ ସାଧାରଣରେ ଦାବି ହେଉଛି। ଘଟଣା ସମ୍ପର୍କରେ ପୌର କର୍ତ୍ତୃପକ୍ଷ କହିଛନ୍ତି, ଏ ନେଇ ସଚେତନ ସହ ତାଗିଦ୍‌ କରାଯାଉଛି। ଆଗକୁ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଠିକା ସଂସ୍ଥାକୁ ତାଗିଦ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାଆଁଳ ଉତ୍ପାଦନ କେନ୍ଦ୍ର ହେଲାଣି ଜଙ୍ଗଲ

ଆଠମଲ୍ଲିକ, ୯ା୩(ଡି.ଏନ.ଏ.) ସରକାରୀ ଉଦାସୀନତା ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଚରମ ଅବହେଳା ଯୋଗୁ ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମାରେ ଥିବା ମାଛ...

ଅନୁମତି ମିଳିଲେ ହେବ ତାଳଚେର ରଥଯାତ୍ରା

ତାଳଚେର,୧୩ା୫(ନି.ପ୍ର.) – ତାଳଚେରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ।...

ବନ ବିଭାଗ ଚଢ଼ାଉ: ୯ଖଣ୍ଡ ଶାଳ ଚଉକାଠ, ୨ ବାଇକ୍‌ ଜବତ

ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ପଞ୍ଚାୟତ ବାୟାଣିପୀଠ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗ ଚଢ଼ାଉ କରି ଶାଳ ଚଉକାଠ ସହିତ...

ଯୁଦ୍ଧ କରିବାକୁ ନାହାନ୍ତି ଯୋଦ୍ଧା

ବଇଣ୍ଡା,୨୪ା୫:  କୋଭିଡ୍‌ ବିରୋଧୀ ଯୁଦ୍ଧରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସମ୍ମୁଖ ଯୋଦ୍ଧା ସାଜିଛନ୍ତି। ସେମାନଙ୍କୁ ଉପଯୁକ୍ତ ପରିଚାଳନା ଓ ସହଯୋଗ ହିଁ ଏହି ଲଢ଼େଇରେ...

ବେଆଇନ ନିର୍ମାଣ ପାଇଁ ସିଲ୍‌ ହେଲା ମଲ୍‌

ଅନୁଗୋଳ ଅଫିସ, ୨୩।୮: ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ ନିକଟରୁ ଅନୁଗୋଳ ପୌରପାଳିକାକୁ କ୍ଷମତା ଆସିବା ପରେ ପ୍ରଥମ ଥର ବେଆଇନ୍‌ ନିର୍ମାଣ ଉପରେ ଚଢ଼ାଇ...

ବାଲିସାହି-ସୁରାବ ରାସ୍ତା କଦର୍ଯ୍ୟ

ଅନୁଗୋଳ ଅଫିସ, ୨।୮-ଅନୁଗୋଳ ଜିଲା ବଲାସିଂହା ପଞ୍ଚାୟତ ବାଲିସାହିଠାରୁ ସୁରାବ ଯାଇଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଅସରାଏ ବର୍ଷା ହେଲେ ସେଠାରେ ପାଣି...

ଶ୍ରମିକଙ୍କ ବିନା ପ୍ରଗତି ଅସମ୍ଭବ

ବଅଁରପାଳ, ୧।୫(ଡି.ଏନ.ଏ.)-ଶ୍ରମିକ ହେଉଛନ୍ତି ରାଷ୍ଟ୍ର ନିର୍ମାତା। ଶ୍ରମଜୀବୀ, ଚାଷୀଙ୍କୁ ବାଦ୍‌ ଦେଇ ଦେଶ ପ୍ରଗତିର ମୂଲ୍ୟାଙ୍କନ କରିବା ନିରର୍ଥକ। ବିକାଶର ସାରଥୀ ଏହି ଦୁଇ ଗୋଷ୍ଠୀଙ୍କୁ...

ଦସ୍ତଖତ ଜାଲିଆତି କରି ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା : ଟଙ୍କା ଫେରିପାଇଲେ ଜିଲାପାଳ

ଅନୁଗୋଳ ଅଫିସ,୧୫।୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ଗାଏବ ହୋଇଥିବା ୫୯ଲକ୍ଷ ୪୧ହଜାର ୪୮୧ଟଙ୍କା ଫେରସ୍ତ ହୋଇଛି। ସମ୍ପୃକ୍ତ ବ୍ୟାଙ୍କ ଉକ୍ତ ଟଙ୍କା ଫେରସ୍ତ କରିଥିବା ବର୍ତ୍ତମାନର...

Advertisement
Archives

Model This Week