ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଓ ନର୍ଦ୍ଦମା ପାଣି ଦୀର୍ଘଦିନ ହେଲା ଜମି ରହିଛି। ସେଥିପାଇଁ ବସ୍‌ଷ୍ଟାଣ୍ଡ, ସ୍କୁଲ, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାସ୍ତାଘାଟ ପାର୍ଶ୍ୱରେ ନାକଫଟା ଗନ୍ଧ ବାହାରୁଛି। ରୋଗ, ଜୀବାଣୁଙ୍କ ଉପଦ୍ରବ ହେଉଛି। ଏଭଳି ସ୍ଥିତିରେ ସହରରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଘରେ ଘରେ ଲୋକେ ରୋଗାକ୍ରାନ୍ତ ହେଉଥିବା ବେଳେ ଏହାର ପ୍ରତିକାର ବ୍ୟବସ୍ଥା କରାନଗଲେ ଆଗକୁ ସହରରେ ଡେଙ୍ଗୁ, ମ୍ୟାଲେରିଆ ଭଳି ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି।
ବରଗଡ଼ ସହର ଜିଲାର ସଦର ମହକୁମା ଅଟେ। ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ସମେତ ସବୁ ବିଭାଗର ମୁଖ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ରହିଛି। ସବୁ ବିଭାଗର ପଦାଧିକାରୀ ଅବସ୍ଥାପିତ ରହିଥିବା ସତ୍ତ୍ୱେ ଏଠାରେ ପରିମଳ ଏବଂ ନର୍ଦ୍ଦମା ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ସଂଲଗ୍ନ ରାସ୍ତା ମଧ୍ୟ ବାଦ୍‌ ପଡ଼ିନାହିଁ। ସେଠାରେ ବର୍ଷାହେଲେ ପାଣି ଜମି ରହୁଛି। ତାକୁ ଲାଗି ରହିଥିବା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ମଧ୍ୟ ବାଦ୍‌ ପଡ଼ିନାହିଁ। ସେଠାରେ ମଧ୍ୟ ଅନୁରୂପ ସମସ୍ୟା ଦେଖାଯାଇଛି। ଚଳିତବର୍ଷ ପ୍ରଥମ ବର୍ଷାରୁ ସେଭଳି ସ୍ଥିତି ଉପୁଜିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାନଯିବା ବିଭାଗୀୟ ଅପାରଗତାକୁ ପଦାରେ ପକାଇଦେଇଛି।
ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌ ସମସ୍ୟା ମଧ୍ୟ କାହାକୁ ଅଜଣା ଅଛପା ରହି ନାହିଁ। ସବୁଦିନ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଆଖିରେ ଏହି ସମସ୍ୟା ପଡୁଛି। ମାତ୍ର ସେମାନେ ଏଥିପ୍ରତି ଆଖି ବୁଜି ଦେଇଛନ୍ତି। ଏଠାରେ ମଧ୍ୟ ଠିକ୍‌ଭାବେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଦୀର୍ଘଦିନ ଧରି ବର୍ଷାଜଳ ଜମି ରହୁଛି। ସହରସ୍ଥିତ ଗଳିକନ୍ଦିର ଅବସ୍ଥା ଆହୁରି ସାଂଘାତିକ। ଡ୍ରେନ୍‌(ନାଳା)ଗୁଡ଼ିକରେ ମଇଳା, ଆବର୍ଜନା ପୋତି ହୋଇ ରହିଛି। ଫଳରେ ବର୍ଷାଜଳ ଠିକ୍‌ଭାବେ ନିଷ୍କାସନ ହୋଇପାରୁ ନାହିଁ ଏବଂ ସେଠାରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବାରୁ ଲୋକଙ୍କ ଜୀବନ ଅତିବାହିତ କରିବା ମଧ୍ୟ କଷ୍ଟସାଧ୍ୟ ହୋଇ ପଡୁଛି।
ସହରରେ ମଇଳା, ଆବର୍ଜନା କଥା ନ କହିବା ଭଲ। ଏଠାରେ ସବୁଆଡ଼େ ସ୍ତୂପଭଳି ମଇଳା, ଆବର୍ଜନା ଗଦା ହୋଇଛି। ସ୍ଥାନୀୟ ଜର୍ଜ ହାଇସ୍କୁଲ ସମ୍ମୁଖରେ ସକାଳୁ ପରିବା ବଜାର ବସୁଛି। ଫଳରେ ସ୍କୁଲ ପାଚେରିକୁ ଲାଗି ମଇଳା, ଆବର୍ଜନା ସବୁଦିନ ଗଦା ହୋଇ ପଡ଼ିରହୁଛି। ଅନ୍ୟପଟେ ସ୍କୁଲ ପାଚେରିରେ ବିଭିନ୍ନ ମହାପୁରୁଷଙ୍କ ଚିତ୍ର ଅଙ୍କାଯାଇଛି। ଫଳରେ ମହାପୁରୁଷଙ୍କ ପ୍ରତିଛବି ତଳେ ଆବର୍ଜନା ଗଦା ଅଞ୍ଚଳବାସୀଙ୍କ ଭାବାବେଗକୁ ଆଘାତ ଦେଇଛି। ହାଟପଦା ବଜାରରେ ମଧ୍ୟ ତଦ୍ରୂପ ସ୍ଥିତି। ବିଭିନ୍ନ ସ୍ଥାନରେ ଆବର୍ଜନା ପଡ଼ି ରହୁଥିବାବେଳେ ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍‌ ନ ଥିବାରୁ ହାଟପଦା ପରିସର କର୍ଦ୍ଦମାକ୍ତ ହୋଇ ପଡ଼ିରହୁଛି। ସ୍ଥାନୀୟ ଥାନା ଏବଂ ଡାକ୍ତରଖାନା ପରିସର ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଡାକ୍ତରଖାନା ଏବଂ ଥାନା ପାଚେରି ପରିସରରେ ଆବର୍ଜନା ଗଦା ପଡ଼ି ରହିଥିବାବେଳେ ସେଠାରେ ଗାଈଗୋରୁ, ଘୁଷୁରି ଚରୁଥିବା ଦେଖିବାକୁ ମିଳୁଛି। ସହର ମଧ୍ୟରେ ଲାଗି ରହିଥିବା ଏଭଳି ଅବସ୍ଥାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?