ଗନ୍ଧମାର୍ଦ୍ଦନ ସୁରକ୍ଷା ପ୍ରସଙ୍ଗ:ପ୍ରମୁଖ ରାଜନୈତିକ ଦଳଙ୍କ ବଢ଼ୁଛି ଅଡୁଆ

ବଲାଙ୍ଗୀର,୨୨ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଓ ବରଗଡ଼ ମଧ୍ୟରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପାହାଡ଼ ଜୈବବିବିଧତାରେ ପରିପୂର୍ଣ୍ଣ। ହେଲେ ଶିଳ୍ପସଂସ୍ଥାଗୁଡ଼ିକର ଦୃଷ୍ଟି ସେଠାରେ ଥିବା ପ୍ରାକୃତିକ ସମ୍ବଳ ଉପରେ ନିବଦ୍ଧ। ନିର୍ଦ୍ଦିଷ୍ଟ ଶିଳ୍ପ ସଂସ୍ଥା ସେଠାରେ ଜମି କିଣିବା ପରେ ଗନ୍ଧମାଦ୍ଦର୍ର୍ନ ସୁରକ୍ଷା ନେଇ ଗତ ବର୍ଷ ଶେଷ ଆଡ଼କୁ ଅସ୍ବାଭାବିକ ସ୍ଥିତି ଉପୁଜିଥିଲା। ଫଳରେ ସ୍ଥାନୀୟ ଅଧିବାସୀ ଓ ସାମାଜିକ କର୍ମକର୍ତ୍ତା ଗଣଧାରଣା ଦେଇଥିଲେ। ପ୍ରସଙ୍ଗ ବଡ଼ ଆକାର ଧାରଣ କରିବାରୁ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଥିଲେ ମଧ୍ୟ ପ୍ରମୁଖ ରାଜନୈତିକ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଉଛି।
ସୁରକ୍ଷା ପାଇଁ ତିନି ଦଳ ଭାଜପା, ବିଜେଡି ଓ କଂଗ୍ରେସର ଗତିବିଧି ଉପରେ ଲୋକଙ୍କ ନଜର ରହିଛି। ଗତ ରବିବାର ଖପ୍ରାଖୋଲସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ଗନ୍ଧମାର୍ଦ୍ଦନ ସୁରକ୍ଷାକୁ ନେଇ ପଶ୍ଚିମ ଓଡ଼ିଶା ମହାସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଶିଷ୍ଟ ପରିବେଶବିତ୍‌, ସାମାଜିକ କର୍ମୀ, ଚାଷୀନେତା, ରାଜନେତା, କୋଶଳବାଦୀ ନେତା, ବିଭିନ୍ନ ଜନଆନ୍ଦୋଳନର ପ୍ରତିନିଧି ଏବଂ ଜନସାଧାରଣ ଯୋଗ ଦେଇଥିଲେ। ବିଜେଡି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁ, ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ ମେହେର ଓ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। ହେଲେ ମହାସମାବେଶରେ ବିଜେଡି ନେତାଙ୍କୁ କିଛି ଲୋକ ବିରୋଧ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ। ଶାସନ କ୍ଷମତାରେ ଥିଲା ବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା କଥା ନ କହି ଏବେ କାହିଁକି ଆସିଛ ବୋଲି କହି ସେମାନେ ପ୍ରଶ୍ନ କରିଥିଲେ। ସଭାରେ ପୂର୍ବତନ ମନ୍ତ୍ରୀ ଛୁରିଆ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନକୁ ସମର୍ଥନ କରୁଛୁ କହି ଲୋକଙ୍କ ଯାହା ବି ଦାବି ରହିଛି ନବୀନ ବାବୁଙ୍କୁ ଜଣାଇ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବୁ ବୋଲି କହିଥିଲେ। ମହାସମାବେଶରେ ବିରୋଧର ସମ୍ମୁଖୀନ ହୋଇଥିଲେ ମଧ୍ୟ ବିଜେଡି ନେତାମାନେ ସାହସ ଜୁଟାଇଥିବା ଦେଖିବାକୁ ମିଳିଥିଲା। ମାତ୍ର କଂଗ୍ରେସ କିମ୍ବା ଭାଜପାରୁ କେହି ଆସି ନ ଥିବାରୁ ଦୁଇ ଦଳକୁ ସମାଲୋଚନା କରାଯାଇଛି।
ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା କହିଥିଲେ, ଜଣେ ଉପମୁଖ୍ୟମନ୍ତ୍ରୀ ଓ ବରଗଡ ଏମ୍‌ପି ଗନ୍ଧମାର୍ଦ୍ଦନ ସୁରକ୍ଷା କଥା କହୁଥିଲେ ହେଁ ମୁଖ୍ୟମନ୍ତ୍ରୀ ଅଦ୍ୟାବଧି ଏହା ଉପରେ କିଛି ମନ୍ତବ୍ୟ ଦେଇନାହାନ୍ତି। ସରକାର ପ୍ରକୃତରେ ଯଦି ଗନ୍ଧମାର୍ଦ୍ଦନ ସୁରକ୍ଷା ଚାହୁଁଛନ୍ତି ତେବେ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରି ଉକ୍ତ ଅଞ୍ଚଳକୁ ନୋ ମାଇନିଂ ଜୋନ୍‌ ଘୋଷଣା କରନ୍ତୁ ବୋଲି ସାମନ୍ତରା କହିଥିଲେ। ଚାଷୀନେତା ଲିଙ୍ଗରାଜ କହିଥିଲେ, ଅଶୀ ଦଶକରେ କଂଗ୍ରେସ, ନବେ ଦଶକରେ ଜନତା ଦଳ ଏବଂ ପରେ ବିଜେଡି-ଭାଜପା ମେଣ୍ଟ ସରକାର ଗନ୍ଧମାର୍ଦ୍ଦନରେ ବକ୍ସାଇଟ୍‌ ଖନନ ଉଦ୍ୟମ କରିଛନ୍ତି। ଏଣୁ ଲୋକେ କୌଣସି ରାଜନୈତିିକ ଦଳକୁ ଆଉ ବିଶ୍ୱାସ କରୁନାହାନ୍ତି। ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବାକୁ ହେଲେ ବିଧାନସଭାରେ ସର୍ବଦଳୀୟ ସଂକଳ୍ପ ପାରିତ କରାଯାଉ ଏବଂ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ବିଧିବଦ୍ଧ ଆଇନ ଅଣାଯାଉ ବୋଲି ଲିଙ୍ଗରାଜ ଆହ୍ବାନ ଦେଇଛନ୍ତି। କୋଶଳବାଦୀ ନେତା ପ୍ରମୋଦ ମିଶ୍ର କହିଥିଲେ, ସବୁ ପ୍ରମୁଖ ରାଜନୈତିକ ଦଳ ଗନ୍ଧମାର୍ଦ୍ଦନକୁ ଧ୍ୱଂସ କରିବାକୁ ଉଦ୍ୟମ କରୁଛନ୍ତି। ଏଣୁ ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ହେଲେ ଆମେ ଗନ୍ଧମାର୍ଦ୍ଦନକୁ ସୁରକ୍ଷା ଦେଇପାରିବୁ ବୋଲି ସେ କହିଛନ୍ତି। ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ଏମ୍‌ପି ଭବାନୀ ଶଙ୍କର ହୋତା କହିଥିଲେ, ତିନି ପ୍ରମୁଖ ରାଜନୈତିକ ଦଳ ପୂର୍ବରୁ ଗନ୍ଧମାର୍ଦ୍ଦନରେ ଖଣିଖନନ ଉଦ୍ୟମ କରିଛନ୍ତି। ଏଭଳି ପରିପ୍ରେକ୍ଷୀରେ ଆଗାମୀ ବିଧାନସଭାରେ ସର୍ବଦଳୀୟ ସଂକଳ୍ପ ପାରିତ କରାଯାଇ ଭବିଷ୍ୟତରେ ଯେଭଳି ଏଠାରେ ଖଣିଖନନ ନ ହେବ ସେ ନେଇ ଆଇନ ଅଣାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଜନଆନ୍ଦୋଳନକୁ ବ୍ୟାପକ ଓ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୫୭ ଦିନର ଗଣଧାରଣାକୁ ୨୦ ଜାନୁଆରୀରେ ସାମୟିକ ସ୍ଥଗିତ ଘୋଷଣା କରିଛି। ଯେଉଁଭଳି ଭାବେ ଗନ୍ଧମାର୍ଦ୍ଧନ ପ୍ରସଙ୍ଗ ବଢ଼ିବାରେ ଲାଗିଛି ଠିକଣା ସମୟରେ ତିନି ପ୍ରମୁଖ ରାଜନୈତିକ ଦଳ ଉଚିତ ପଦକ୍ଷେପ ନ ନେଲେ ସେମାନଙ୍କ ଅଡୁଆ ବଢ଼ିବ ବୋଲି ଆଲୋଚନା ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବମ୍ପର ବିଜୟ: କେନ୍ଦୁଝର ଭାଜପା ପାଳୁଛି ବିଜୟ ଉତ୍ସବ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିଲ୍ଲୀରେ ଭାଜପାର ଜବରଦସ୍ତ ବିଜୟ ପରେ କେନ୍ଦୁଝର ଭାଜପା ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି।...

ଫେବୃଆରୀ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୮।୨: ଫେବୃଆରୀ ୧୦ ତାରିଖରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହି ସମ୍ପର୍କରେ...

କୋଟିକୋଟି ଟଙ୍କା ହେର୍‌ଫେର୍‌ ଅଭିଯୋଗ: ୨ ଗିରଫ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ ସୋସାଇଟି ଉପରେ ଇଓଡବ୍ଲ୍ୟୁର ବଡ଼ ରେଡ୍‌। କୋଟି କୋଟି ଟଙ୍କାର...

ବିଲରେ ମହିଳାଙ୍କୁ ଚାପିଦେଲା ଟ୍ରାକ୍ଟର, ଆଉ ତା’ପରେ..

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନ ଦେଶ ପଥର୍ଲା ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ଟ୍ରାକ୍ଟର ଚାପାରେ ଜଣେ...

ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ଏକାମ୍ର ଛକନିକଟରେ ଶନିବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିିଛି। ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ,...

ଭାଜପା ପାଳିଲା ବିଜୟ ଉତ୍ସବ

ଗଞ୍ଜାମ,୮ା୨(ବିଦ୍ୟାଧର ସାହୁ): ଦୀର୍ଘ ୨୬ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ଭାଜପା। ନିର୍ବାଚନରେ ଭାଜପା ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମେଜିକ୍‌...

OPTCLର ବଡ଼ ଘୋଷଣା: ରବିବାର ହେବନି ବିଦ୍ୟୁତ୍‌ କାଟ୍‌

ବରଗଡ଼,୮ା୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାର ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବ୍‌ଷ୍ଟେଶନରେ ବାର୍ଷକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ରବିବାର...

ମେଳା ଦେଖି ଫେରିବାବେଳେ ବାଇକ୍‌କୁ ପିଟିଲା ଅଜଣାଗାଡ଼ି, ଚାଲିଗଲା ୩ ଜୀବନ

ମୋରଡ଼ା,୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri