ମାଓବାଦୀ ମୁକ୍ତ ହେବ ଗନ୍ଧମାର୍ଦ୍ଦନ: ଚାଲିଛି ରଣକୌଶଳ, ମାର୍ଚ୍ଚ ଶେଷ ଶୁଦ୍ଧା…

ବରଗଡ଼,୧୧ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ପ୍ରଥମେ ଜିଲାରେ ମାଓବାଦୀ ସଂଗଠନ କାୟା ବିସ୍ତାର କରିଥିଲା। ଏହାପରେ ମାଓବାଦୀ କାର୍ଯ୍ୟକଳାପ ବଢ଼ି ଚାଲିଥିଲା। ମାଓବାଦୀ ହିଂସା ମଧ୍ୟ ବୃଦ୍ଧି ପାଇଥିଲା। ଠିକାଦାର କ୍ୟାମ୍ପ ଜଳାପୋଡ଼ାଠାରୁ ଆରମ୍ଭ କରି ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ କିଛିଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିବାବେଳେ ମାଓବାଦୀ-ପୋଲିସ୍‌ ଗୁଳି ବିନିମୟରେ ମାଓବାଦୀଙ୍କ ଜୀବନ ମଧ୍ୟ ଯାଇଥିବା ନଜିର ରହିଛି। ଏହାସତ୍ତ୍ୱେ ସେଠାରେ ମାଓବାଦୀଙ୍କ ଗତିବିଧି ଚାଲିଥିବା ନିରୀକ୍ଷଣ କରି ପୋଲିସ ମାଓବାଦୀଙ୍କ କ୍ୟାମ୍ପ ଠାବ କରିଥିବାବେଳେ କେତେକ ମାଓବାଦୀ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ତଥାପି ଗନ୍ଧମାର୍ଦ୍ଦନ ପାହାଡ଼, ଜଙ୍ଗଲରେ ବରଗଡ଼-ବଲାଙ୍ଗିର-ମହାସମୁଦ(ବିବିଏମ୍‌) ମାଓବାଦୀ ସଂଗଠନର ସଦସ୍ୟଙ୍କ ଗତିବିଧି ପରିଲକ୍ଷିତ ହେଉଥିବା ସାଧାରଣରେ ଆଲୋଚିତ ହେଉଛି। ତେବେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଗନ୍ଧମାର୍ଦ୍ଦନକୁ ମାଓବାଦୀମୁକ୍ତ କରାଯିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ ହୋଇ ସାରିଛି ବୋଲି ବୁଧବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ସଞ୍ଜୀବ ପଣ୍ଡା କହିଛନ୍ତି।

ଖବରଦାତା ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି, ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ମାଓବାଦୀ ସମସ୍ୟାର ସମାଧାନ ପାଇଁ ଗୁରୁ ଦାୟିତ୍ୱ ରହିଛି। ଏହାକୁ ଗୁରୁତ୍ୱର ସହିତ ନେଇ ପୋଲିସ୍‌ କାମ କରୁଛି। ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ବିଶେଷ ସଫଳତା ମିଳିଛି। ବର୍ତ୍ତମାନ ମାଓବାଦୀଙ୍କ କାର୍ଯ୍ୟକଳାପ କେବଳ ୨ ଅଞ୍ଚଳ(ଏରିଆ)କୁ ନେଇ ସୀମିତ ରହିଛି। ଗୋଟିଏ ହେଉଛି କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡିର ତ୍ରିକୋଣୀୟ ସଂଯୋଗ ସ୍ଥଳ ଏବଂ ଦ୍ୱିତୀୟଟି ହେଉଛି ବରଗଡ଼ ଜିଲାର ଗନ୍ଧମାର୍ଦ୍ଦନ ପାହାଡ଼। ସେଠାରେ କିଛି ସଂଖ୍ୟକ ମାଓବାଦୀ ରହିଛନ୍ତି। ବିଗତ ଦିନରେ ଅନେକ ମାଓବଦୀ ଆତ୍ମସମର୍ପଣ କରିଛନ୍ତି। ଗତ ଡିସେମ୍ବର ମାସରେ ମାଓବାଦୀ ସଂଗଠନର ରାଜ୍ୟ ମୁଖ୍ୟ ତଥା କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁ ହୋଇଛି। ଏହାପରେ ରାଜ୍ୟର ଅନେକ ଜିଲାରେ ସଫଳତା ମିଳିଛି। ଇତିମଧ୍ୟରେ କୋରାପୁଟ, ମାଲକାନଗିରି, ନବରଗଙ୍ଗପୁର, ନୂଆପଡ଼ା, ବୌଦ୍ଧ ଜିଲାରେ ମାଓବାଦୀ ଆଉ ନାହାନ୍ତି କହିଲେ ଚଳେ। ତେବେ ବର୍ତ୍ତମାନ ଯେହେତୁ କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡିର ତ୍ରିକୋଣୀୟ ସଂଯୋଗ ସ୍ଥଳ ଏବଂ ଦ୍ୱିତୀୟଟି ହେଉଛି ବରଗଡ଼ ଜିଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ ରହିଥିବା ସୂଚନା ମିଳିଛି, ସମ୍ପୃକ୍ତ ଅଞ୍ଚଳକୁ ମାଓବଦୀମୁକ୍ତ କରିବା ପାଇଁ ରାଜ୍ୟ ପୋଲିସ୍‌ ସମସ୍ତ ସାମର୍ଥ୍ୟ ଉପଯୋଗ କରୁଥିବାବେଳେ ସମସ୍ତ ଅପରେଶନାଲ ଟିମ୍‌ ସହିତ ଇଣ୍ଟିଲେଜେନାନ୍ସ(ଗୋଇନ୍ଦା) ନେଟ୍‌ଓ୍ବର୍କ ମଧ୍ୟ ବଢ଼ାଇବୁ। ମାଓବାଦୀ ଦମନ ପାଇଁ ଅପରେଶନ ଆଗକୁ ଆହୁରି ଜୋରଦାର, ଶାଣିତ ହେବ। ସେହି ପରିପ୍ରେକ୍ଷୀରେ ବୁଧବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ସମୀକ୍ଷା ବୈଠକ ହୋଇଥିଲା ବୋଲି ଏଡିଜି ପଣ୍ଡା ସୂଚନା ଦେଇଥିଲେ।

ବୈଠକରେ ଆଇଜି ଅପରେଶନ ଦୀପକ କୁମାର, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଆଇଜି(ଏସଆଇଡବ୍ଲୁ) ଅଖିଳେଶ୍ୱର ସିଂ, ବରଗଡ଼ ଏସ୍‌ପିପି. ଏସ୍‌ ମୀନା, ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଗନ୍ଧମାର୍ଦ୍ଦନ ପାହାଡ଼କୁ ମାଓବାଦୀମୁକ୍ତ କରିବା ପାଇଁ ରଣକୌଶଳ ହୋଇଛି। ଅଧିକ ସିଆରପିଏଫ୍‌, ଏସ୍‌ଓଜି ମୁତୟନ ହେବେ ଏବଂ ଇଣ୍ଟିଲେଜେନ୍ସ(ଗୋଇନ୍ଦା)କୁ ଆହୁରି ସୁଦୃଢ଼ ଓ ସକ୍ରିୟ କରାଯିବ ଏବଂ ଧାର୍ଯ୍ୟ ଲକ୍ଷ୍ୟ ତଥା ମାର୍ଚ୍ଚ ୩୧ ସୁଦ୍ଧା ଗନ୍ଧମାର୍ଦ୍ଦନରେ ସକ୍ରିୟ ରହିଥିବା ମାଓବାଦୀଙ୍କୁ ଗିରଫ କିମ୍ବା ନିପାତ କରାଯିବ ବୋଲି ଆଶା ରହିଛି ବୋଲି ଏଡିଜି ପଣ୍ଡା କହିଥିଲେ। ରାଜ୍ୟ ସରକାର ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ବହୁତ ଭଲ ଯୋଜନା କରିଛନ୍ତି, ଏହି ଦୃଷ୍ଟିରୁ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଏଡିଜି ପଣ୍ଡା କହିଛନ୍ତି। ସେମାନେ ଆତ୍ମସମର୍ପଣ କଲେ ସରକାରଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?