Posted inଫୁରସତ

ଗତ ୧୦ ବର୍ଷ ଧରି ଏହି ମହିଳା ବିନା ମାଟିରେ କରୁଛନ୍ତି ଫଳ, ପନିପରିବା ଚାଷ; କେମିତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିନା ମାଟିରେ ଫଳ ଏବଂ ପରିବା ଚାଷ ବିଷୟରେ ଆପଣ କେବେ ଶୁଣିଛନ୍ତି। ଆପଣ ଭାବୁଥିବେ ଏହା କିପରି ସମ୍ଭବ? ପୁଣେର ନିଲା ରେନାଭିକର ଗତ ୧୦ ବର୍ଷ ଧରି ଘରର ଛାତ ଉପରେ ବିନା ମାଟିରେ ଫଳ ଓ ପନିପରିବା ଚାଷ କରୁଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ସେ ମଧ୍ୟ ଆକାଉଣ୍ଟାଣ୍ଟ ଏବଂ ମାରାଥନ ରନର୍‌ ଭାବରେ କାର୍ଯ୍ୟ କରିନ୍ତି। ନୀଲା ତାଙ୍କ ଘର ଛାତର ୪୫୦ ବର୍ଗଫୁଟର ଏକ ସ୍ଥାନକୁ ଫାର୍ମ ଭାବରେ ରକ୍ଷଣାବେକ୍ଷଣ କରନ୍ତି, ଯେଉଁଠାରେ ସେ ଅନେକ ଉପାୟରେ ଫଳ, ଫୁଲ ପନିପରିବା ଚାଷ କରନ୍ତି।

ଜାଣନ୍ତୁ କିପରି ହୁଏ ବିନା ମାଟିରେ ଚାଷ
ଚାଷ ପାଇଁ ନିଲା ମାଟି ବ୍ୟବହାର କରନ୍ତି ନାହିଁ। ସେ ଶୁଖିଲା ପତ୍ର, ରୋଷେଇ ଘରର ବର୍ଜ୍ୟବସ୍ତୁ ଏବଂ ଗୋବରରୁ କମ୍ପୋଷ୍ଟ ପ୍ରସ୍ତୁତ କରି ସେଥିରେ ଲଗାନ୍ତି। କମ୍ପୋଷ୍ଟରେ ଥିବା ପତ୍ର ଯୋଗୁ ମାଟି ବିନା ଆର୍ଦ୍ରତା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ, ଯାହା ଉଦ୍ଭିଦକୁ ବଢ଼ାଇବାରେ ସାହାର୍ଯ୍ୟ କରେ।ନୀଲାଙ୍କ ଅନୁଯାୟୀ, ଏହି କାମ ପାଇଁ କେହିବି ସମୟ ବାହାର କରିବା ଆବଶ୍ୟକ।

କେଉଁଠୁ ମିଳିଲା ପ୍ରେରଣା
ବିନା ମାଟିରେ ଏ ସବୁ କରିବା ପାଇଁ ନିଲାଙ୍କୁ ଇଣ୍ଟରନେଟ ସାହାଯ୍ୟ କରିଥିଲା। ସେ ୟୁଟ୍ୟୁବରେ ବିଭିନ୍ନ ପ୍ରକାରର ଭିଡିଓ ଦେଖି ଏସବୁ କାର୍ଯ୍ୟ ଆରମ୍ଭ କରିଥିଲେ।

ଫେସବୁକରେ ଚାଷ ସମ୍ବନ୍ଧୀୟ ଟିପ୍ସ
ନିଲା ବଗିଚାରେ ୧୦୦ ଟି କ୍ୟାନ୍‌ ଅଛି ଯେଉଁଥିରେ ସେ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ଚାଷ କରନ୍ତି। ସେ ବଗିଚାରୁ ଫଳ ଏବଂ ପନିପରିବା ମଧ୍ୟ ନିଜ ସାଙ୍ଗମାନଙ୍କୁ ବାଣ୍ଟନ୍ତି। କେବଳ ଏତିକି ନୁହେଁ, ନୀଲା ତାଙ୍କ ସାଙ୍ଗମାନଙ୍କ ସହିତ ଫେସବୁକରେ ‘ଅର୍ଗାନିକ ବଗିଚା’ ନାମକ ଏକ ଟିମ୍‌ ଗଠନ କରିଛନ୍ତି। ଯେଉଁଥିରେ ପ୍ରାୟ ତିରିଶ ହଜାର ଲୋକ ଯୋଗ ଦେଇଛନ୍ତି। ଏହି ଟିମ୍‌ ମାଧ୍ୟମରେ ଚାଷ ଏବଂ ଉଦ୍ୟାନ ସମ୍ବନ୍ଧୀୟ ଟିପ୍ସ ଦିଅନ୍ତି।

କିପରି ହେଲା ଆରମ୍ଭ
ନିଲା ପ୍ରଥମେ ଏକ ବାଲ୍ଟିରେ କମ୍ପୋଷ୍ଟ ଲଗାଇ କାକୁଡି ମଞ୍ଜି ପୋତିଥିଲେ। ପ୍ରାୟ ୪୦ ଦିନ ପରେ ଗଛରେ କାକୁଡି ହୋଇଥିଲା। ପରେ ସେ ଲଙ୍କା, ଟମାଟୋ, ଆଳୁ ଇତ୍ୟାଦି ଲଗାଇଲେ। ନୀଲା ରେନାଭିକରଙ୍କ ଅନୁଯାୟୀ, ମାଟି ବିନା ଚାଷରେ ପ୍ରମୁଖ ଲାଭ ଅଛି – ପ୍ରଥମେ କୀଟନାଶକ ବ୍ୟବହାର ନାହିଁ, ବିନା ମାଟିରେ ଅଧିକ ପୁଷ୍ଟିକର ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri