କରୋନାକୁ ହରାଇ ପୁଣିଥରେ କାର୍ଯ୍ୟରେ ଯୋଗଦେଲେ ଏହି ଯୋଦ୍ଧା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୯।୭ : କର୍ତ୍ତବ୍ୟ ଆଗରେ ସବୁ କିଛି ହାର ମାନିଛି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବାଣପୁରର ଜଣେ ଯୋଦ୍ଧାଙ୍କ କ୍ଷେତ୍ରରେ। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ପୁଣି ଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ବ୍ରହ୍ମପୁରରେ କାର୍ଯ୍ୟରତ ସବ୍‌-ଇନ୍ସପେକ୍ଟର ବିଭୂତି ଭୂଷଣ ସେଠୀ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁକ୍ରବାର ଟୁଇଟ୍‌କରି ଶୁଭେଚ୍ଛା ଜଣାଇଛନ୍ତି।
ପ୍ରକାଶ ଯେ, ବିଭୂତି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ସଙ୍ଗେ ସଙ୍ଗେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏ ନେଇ ବ୍ରହ୍ମପୁର ଏସ୍‌ପି ଟୁଇଟ୍‌କରି ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଏସ୍‌ପିଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରାଯାଇ ସେଠୀଙ୍କୁ ପ୍ରଶଂସା କରାଯାଇଛି।
ଏହି କରୋନା ଯୋଦ୍ଧା ପୂର୍ବରୁ ମଧ୍ୟ ନିଜର ବିବାହକୁ ସ୍ଥଗିତ ରଖି ପ୍ରଶଂସା ସାଉଣ୍ଟିଥିଲେ। ବିଭୂତିଙ୍କ ଘର
ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ବାଲେଡିହ ଗ୍ରାମରେ। ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ତାଙ୍କର ବିବାହ ଆୟୋଜନ ହୋଇଥିଲା । କିନ୍ତୁ ଲୋକଙ୍କ ସେବା ଓ କର୍ତ୍ତବ୍ୟ ପାଇଁ ବିଭୂତି ବିବାହ ବାତିଲ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ହସ୍ପିଟାଲ ପାଇଖାନାରୁ ମିଳିଲା ରୋଗୀଙ୍କ ମୃତଦେହ

ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା କାମଠଣା କୋଭିଡ୍‌ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ହସ୍ପିଟାଲ ପାଇଖାନା ଭିତରେ ଜଣେ କୋଭିଡ୍‌ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ...

ଆଶାକର୍ମୀଙ୍କ ପରିବାର କରୋନାରେ ଆକ୍ରାନ୍ତ

ବାରଙ୍ଗ,୩ା୮(ଡି.ଏନ୍‌.ଏ.): ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ଢାଓ୍ବା ଗ୍ରାମର ୨ନଂ ଓାର୍ଡର ଜଣେ ଆଶାକର୍ମୀଙ୍କ ପରିବାରକୁ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ସେମାନଙ୍କୁ ମେଣ୍ଢାଶାଳ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୮୮୭କୁ ବୃଦ୍ଧି

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଯାଜପୁରରୁ ସର୍ବାଧିକ ୨୫ଜଣ ଅଛନ୍ତି। ସେହିଭଳି ଗଞ୍ଜାମର ୧୯, କଟକର...

ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ରତ୍ନବେଦୀ ଛାଡି ଜନ୍ମ ବେଦୀକୁ ଯିବେ ବିଶ୍ୱ ନିୟନ୍ତା। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି...

ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ନାବାଳକ ପୁଅର ଛୁରା ମାଡରେ ଜଣେ ଗୁରୁତର

ଝାରସୁଗୁଡ଼ା ଅଫିସ,୪।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ନାବାଳକ ପୁଅ ଓ ତାଙ୍କ ସହଯୋଗୀଙ୍କ ଛୁରା ମାଡରେ ଜଣେ ଯୁବକ ଗୁରୁତର...

ମୁରତୁ ସଂଗେ ଯୁଝୁଛନ୍‌ ଅସାହା ବୁରୁଧ୍‌

କର୍ଲାମୁଣ୍ଡା, ୨ା ୮(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଁଚେତ୍‌ ଭାଲୁପିଆ ଗାଁର ଝନେ ୭୦ ବଛ୍‌ରିଆ ବୁରୁଧ୍‌ ରୋଗ୍‌ରେ ପୀଡ଼ିତ ହେଇ ମୁରତୁ...

ଦାଦନ ଖଟିବାକୁ ଯାଇ ଜୁଆଙ୍ଗ ଯୁବକଙ୍କ ଜୀବନ ଗଲା : ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ଜିଲାରେ କାମଧନ୍ଦା ମିଳୁ ନ ଥିବାରୁ ଜୁଆଙ୍ଗ ଓ ଭୂୟାଁ ପୀଢ଼ ଅଞ୍ଚଳର ବହୁ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନାନା...

ପୋଲିସ ଆଗରେ ବେକ କାଟିଲେ ମହିଳା

ସୋନପୁର, ୭।୧୨(ନି.ପ୍ର.): ସୋନପୁର ସହର କୁମ୍ଭାରପଡାରେ ସୋମବାର ରାତିରେ ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଲକ୍ଷ୍ମୀ ବେହେରା(୪୨) ନାମ୍ନୀ ଜଣେ ମହିଳା ସହରସ୍ଥିତ ନୂଆପଡା ଅଞ୍ଚଳର...

Advertisement


Archives

Model This Week