Posted inଖେଳ

ଓ୍ବର୍ନଙ୍କ ଜୀବନର ଅନ୍ତିମ କିଛି ଘଣ୍ଟା

ମେଲବୋର୍ନ,୭।୩: କିମ୍ବଦନ୍ତୀ ଅଷ୍ଟ୍ରେଲିଆନ କ୍ରିକେଟର ଶେନ ଓ୍ବର୍ନ ଶୁକ୍ରବାର ହୃଦଘାତରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ପୂର୍ବରୁ ସେ ତାଙ୍କ ଜୀନର ଅନ୍ତିମ କିଛି ଘଣ୍ଟା କେଉଁ ଭଳି ବିତାଇଥିଲେ, ତାହା କହିଛନ୍ତି ତାଙ୍କର ଜଣେ ବନ୍ଧୁ ଟମ ହଲ। ସେ ଥାଇଲାଣ୍ଡର କୋ ସାମୁଇସ୍ଥିତ ଭିଲାରେ ରହୁଥିଲେ, ଯେଉଁ ରିଜର୍ଟର ଏକ ରୁମ୍‌ରୁ ଓ୍ବର୍ନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

‘ଦି ସ୍ପୋର୍ଟିଂ ନ୍ୟୁଜ’ ଓ୍ବେବସାଇଟ୍‌ର ମୁଖ୍ୟ କାର୍ଯ୍ୟକାରୀ ହଲ ଲେଖିଛନ୍ତି, “ କୌଣସି ଅସାଧାରଣ ପରିସ୍ଥିତି ନ ଥିଲା। ମୋ ସହ କଥାବାର୍ତ୍ତା ହେବା ପରେ ଟିଭିରେ କ୍ରିକେଟ ଦେଖିଥିଲେ। ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ଆରମ୍ଭ ହୋଇ ନ ଥିଲା। ତଥାପି ସେ ଦେଖୁଥିଲେ। ସେ କଦାପି କ୍ରିକେଟଠାରୁ ଦୂରେଇ ରୁହନ୍ତି ନାହିଁ”।

କିଛି ସମୟ ମ୍ୟାଚ୍‌ ଦେଖିବା ପରେ ସେ ରୁମ୍‌ରୁ ନିଜର କିଛି କ୍ରିକେଟ ପୋଷାକ ଆଣିଥିଲେ। ଶେନ ଗତ କିଛି ବର୍ଷ ହେଲା ମୋ ସହ ଦି ସ୍ପୋର୍ଟିଂ ନ୍ୟୁଜ ପାଇଁ କାମ କରୁଥିଲେ। ସେ ମୋତେ ୨୦୦୫ ଆଶେସ ଟେଷ୍ଟ ସିରିଜ୍‌ରେ ବ୍ୟବହାର କରିଥିବା ଜମ୍ପର ଦେଖାଇଥିଲେ। ତାଙ୍କ ୨୦୦୮ ଆଇପିଏଲ ଶାର୍ଟ, ଦିନିକିଆ ଶାର୍ଟ ଏବଂ କ୍ୟାପ୍‌କୁ ଅଷ୍ଟ୍ରେଲିଆ ଓ ୟୁକେରେ ଟିଏସ୍‌ଏନ୍‌ କାର୍ଯ୍ୟାଳୟରେ ରଖିବାକୁ କହିଥିଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପ୍ରଥମ ସିଜନ କଥା କହିଥିଲେ। ସେଥର ତାଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଚାମ୍ପିୟନ ହୋଇଥିଲା। ଏଭଳି ଆଲୋଚନା ପରେ ତୁରନ୍ତ ରୁମ୍‌କୁ ଯାଇ ଖାଇବା ଆରମ୍ଭ କରିଥିଲେ। ସେ ଟୋଷ୍ଟରେ ଅଷ୍ଟ୍ରେଲିଆର ପାରମ୍ପରିକ ଭେଜେମାଇଟ୍‌ ଲଗାଇଥିଲେ ବୋଲି ଓ୍ବେବସାଇଟ୍‌ରେ ହଲ ଉଲ୍ଲେଖ କରିଛନ୍ତି।

ଖାଦ୍ୟ ଗ୍ରହଣ କରିବାର କିଛି ସମୟ ପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପୂର୍ବରୁ ସେ ଆସ୍ଥମା ଓ ହୃଦୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ ବୋଲି ଥାଇ ପୋଲିସ ପକ୍ଷରୁ କୁହାଯାଇଛି।

ଓ୍ବର୍ନ ଥାଇଲାଣ୍ଡ ଯିବା ପୂର୍ବରୁ ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବାରୁ ଡାକ୍ତରଙ୍କୁ ପରାମର୍ଶ କରିଥିଲେ। କିନ୍ତୁ ଏ ସମ୍ପର୍କରେ ଜାଣି ନ ଥିଲେ ତାଙ୍କ ସହ ଅଷ୍ଟ୍ରେଲିଆରୁ ଥାଇଲାଣ୍ଡ ଗସ୍ତ କରିଥିବା ବନ୍ଧୁମାନେ ତାଙ୍କ ସହ ଅଷ୍ଟ୍ରେଲିଆରୁ ଥାଇଲାଣ୍ଡ ଗସ୍ତ କରିଥିବା ବନ୍ଧୁମାନେ। ସେମାନେ ଓ୍ବର୍ନଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ପ୍ରୟାସ କରିଥିଲେ ବୋଲି ହଲ ଲେଖିଛନ୍ତି।

ରବିବାର ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। କିନ୍ତୁ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଥାଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri