ପରପାରିରେ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ

ବରଗଡ଼ ଅଫିସ,୨୧।୧: ବରଗଡ଼ ଜିଲାର ସଂଗ୍ରାମୀ ପୀଠ ସୋହେଲା ଥାନା ଅନ୍ତର୍ଗତ ପାଣିମୋରା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିବା ପାଣିମୋରା ଗ୍ରାମର ୩୨ଜଣ ସଂଗ୍ରାମୀଙ୍କ ମଧ୍ୟରୁ ସେ ଏକମାତ୍ର ଜୀବିତ ଥିଲେ । ଗତ କିଛିଦିନ ତଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ଭୀମସାର ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସା ପରେ ତାଙ୍କୁ ଘରକୁ  ଅଣାଯାଇଥିଲା । ହେଲେ ସେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ଶୁକ୍ରବାର ତାଙ୍କ ଦେହାନ୍ତ ପରେ ଜିଲ୍ଲାବ୍ୟାପୀ ଗଭୀର ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଗଢ଼ିବ କ୍ୟାଡର ବେସ୍‌ ସଙ୍ଗଠନ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସାରା ଦେଶରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ସମାନଭାବେ ରାଜ୍ୟରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ...

ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ପଦ୍ମପୁର,୧୪।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲୁଙ୍କାର ଶ୍ରୀଧର-ଏକାଦମୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଶନିବାର ଛାତ୍ରୀଛାତ୍ର ବିଦ୍ୟାଳୟ ସମ୍ମୁଖରେ...

ସହାୟତା ମିଳିବ କହି ନେଇଗଲେ ୨ ହଜାର

ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଶନିବାର ଜଣେ ଦଲାଲ ୨ ହଜାର ଟଙ୍କା ଲୁଟି ନେଇଛନ୍ତି।...

ଯବାନ-ମାଓବାଦୀ ଗୁଳି ବିିନିମୟ

ଫୁଲବାଣୀ ଅଫିସ, ୧୯ା୧-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ନିକଟ ଜଙ୍ଗଲରେ ଏସ୍‌ଓଜି ଯବାନ ଏବଂ ମାଓବାଦୀ ଶୁକ୍ରବାର ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୁଳି...

ରାସ୍ତା ମଝିରେ ଜଳିଗଲା ବୋଲେରୋ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ଇନ୍‌ଫୋସିଟି ଛକ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବୋଲୋରୋ  (ଓଡି-୦୨ଏନ୍‌-୦୧୪୩)ରେ ନିଅଁ। ଲାଗିଯାଇଥିଲା। ଫଳରେ ବୋଲେରୋରେ ଥିବା ଡ୍ରାଇଭର ଏବଂ ଜଣେ...

ପରୀକ୍ଷା ବାତିଲ୍‌ ଦାବିରେ ତାତିଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୩।୨: ବାଲେଶ୍ୱର ଜିଲାର ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମହାମାରୀ କରୋନା ଯୋଗୁ ଯୁକ୍ତ ୨ ଫାଇନାଲ୍‌ ପରୀକ୍ଷା ବାତିଲ୍‌ କରିବା ପାଇଁ ଦାବି...

ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଜଣେ କୋର୍ଟଚାଲାଣ

ଗୋପାଳପୁର,୨୭।୭- ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଗୋଳନ୍ଥରା ପୋଲିସ ଜନୈକ ଯୁବକଙ୍କୁ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଆସିକା ଥାନା...

ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଜିଲା ଶିକ୍ଷା ଅଧିକାରୀ: ପିଲାଙ୍କ ସହ କଲେ ମଧ୍ୟାହ୍ନଭୋଜନ

ବନ୍ତଳା,୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଶନିବାର ବନ୍ତଳା ଥାନା ଅଞ୍ଚଳରେ ଥିବା କେତେକ ସ୍କୁଲକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ତାଙ୍କ...

Advertisement
Archives

Model This Week