Posted inଜାତୀୟ

ଏଲ୍‌ଏସିରେ ୧୧ ଦିନରେ ୪ ଥର ଗୁଳି ବିନିମୟ

ନୂଆଦିଲ୍ଲୀ, ୧୬।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଗତ ୧୧ ଦିନ ମଧ୍ୟରେ ଏଲ୍‌ଏସିରେ ୪ ଥର ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୨୯ରେ ପୋଙ୍ଗଙ୍ଗ୍‌ର ଦକ୍ଷିଣ ଅଞ୍ଚଳର ଚୁଶୁଲରେ ଚାଇନା ସୈନ୍ୟ ସୀମାର ଉଲ୍ଲଂଘନ କରିଥିଲେ। ଭାରତୀୟ ଯବାନ ଏହାର ବିରୋଧ କରିଥିଲେ। ଚାଇନା ସୈନ୍ୟ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଭାରତୀୟ ଯବାନଙ୍କ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା। ଏହାପରେ ଅଗଷ୍ଟ ୩୧ରେ ଫାଙ୍କା ଗୁଳିଚାଳନା ସହିତ ମୁହାଁମୁହିଁ ଗୁଳିବିନିମୟ ହୋଇଥିଲା। ଏହି ସମୟରେ ଦୁଇପକ୍ଷଙ୍କ ମଧ୍ୟରେ ଲାଇଟ୍‌ ମେସିନ୍‌ ଗନ୍‌ ଏବଂ ଅସାଲ୍ଟ ରାଇଫଲର ବ୍ୟବହାର କରାଯାଇଥିଲା। ଏହାପରେ ସେପ୍ଟେମ୍ବର ୧ରେ ପୋଙ୍ଗଙ୍ଗ୍‌ ତ୍ସୋ ନିକଟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ସେପ୍ଟେମ୍ବର ୭-୮ରେ ପୋଙ୍ଗଙ୍ଗ୍‌ର ଉତ୍ତର ଅଞ୍ଚଳରେ ଚାଇନା ସୈନ୍ୟ ସୀମାର ବାସ୍ତବିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଥିଲେ। ଭାରତୀୟ ଯବାନଙ୍କ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ଦୁଇପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଶାନ୍ତିର କଥା କହୁଥିବା ଚାଇନା ସୀମାରେ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଥିବାରୁ ବିବାଦର ସମାଧାନ ହୋଇ ପାରୁନାହିଁ। ସୀମାଚୁକ୍ତିର ବାରମ୍ବାର ଉଲ୍ଲଂଘନ କରି ଡ୍ରାଗନ ଏଲ୍‌ଏସିରେ ଦାଦାଗିରି ଜାରି ରଖିଛି। ସେପ୍ଟେମ୍ବର ୧୦ ମସ୍କୋ ବୈଠକ ପୂର୍ବରୁ ଏଲ୍‌ଏସିରେ ୧୦୦ରୁ୨୦୦ ରାଉଣ୍ଡ ଗୁଳି ବିନିମୟ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଅରେ ପଡ଼ିଥିବା ବାଛୁରୀକୁ ବଞ୍ଚାଇବାକୁ ଯାଇ ୫ ଯୁବକ ମୃତ

ଲକ୍ଷ୍ନୌ, ୮।୯: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ିଥିବା ଏକ ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ୫...

୩ ମାସରେ ଜନ୍ମ ହୋଇନାହାନ୍ତି ଝିଅ

ଡେରାଡୁନ୍‌,୨୨ା୭: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ୧୩୨ ଗାଁରେ ୩ମାସ ମଧ୍ୟରେ ଆଦୌ ଝିଅ ଜନ୍ମ ହୋଇନାହାନ୍ତି। ଏହି ସମୟ ମଧ୍ୟରେ ଜନ୍ମିତ ସମସ୍ତ ୨୧୬ ଶିଶୁ...

୫ ବର୍ଷ ଶହେ ଦିନରେ କେତେ ନିଯୁକ୍ତି ଦେଇଛନ୍ତି ଭାଜପା ସରକାର: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୬।୯ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଭାଜପା ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାରଙ୍କୁ ପଚାରିଛନ୍ତି ଗତ...

ଭୋକ ସହ ଲଢ଼େଇରେ ୫ ରାଜ୍ୟ ଆଗୁଆ: ନୀତି ଆୟୋଗ

ନୂଆଦିଲ୍ଲୀ,୧୧।୬: ଭୋକ ସହ ଲଢ଼େଇରେ ଦେଶର ୫ ରାଜ୍ୟ ଆଗୁଆ ରହିଛନ୍ତି। ଏନେଇ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ପଞ୍ଜାବ, କେରଳ, ଗୋଆ,...

ବିମାନରେ ଜନ୍ମଦିନ ପାଳିଲେ ତେଜସ୍ବି: ଫଟୋ ଭାଇରାଲ

ପାଟନା,୧୧।୧୧: ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ବି ଯାଦବ ଏକ ଚାର୍ଟର୍ଡ ବିମାନରେ ଜନ୍ମଦିନ ପାଳିବାର...

ସାମ୍ନାକୁ ଆସିଲେ ବାଘକୁ ମାରିଦିଅ: ମୋଦି କହିଲେ ମୋର ସଂସ୍କାର ଏମିତି ନୁହେଁ

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବ୍ଲିସିଟି କ୍ଷେତ୍ରରେ ଟିକେ ଆଗରେ ବୋଲି କୁହାଯାଏ। ତେବେ ନିକଟରେ ସେ ଡିସ୍‌କଭରି ଚ୍ୟାନେଲରେ ପ୍ରସାରିତ ମ୍ୟାନ ଭର୍ସେସ୍‌ ଓ୍ବାଇଲ୍ଡର...

କୃଷି କ୍ଷେତ୍ର ପାଇଁ ମିଳିବ ୮୬, ୬୦୦ କୋଟିର ଋଣ

ନୂଆଦିଲ୍ଲୀ, ୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତର ଅଧିନରେ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜରେ...

୫୦୦ ଏକର ସରକାରୀ ଜମି ହଡ଼ପ ମାମଲା: ଚପରାସୀଙ୍କୁ ଆଜୀବନ କରାଦଣ୍ଡ

ଭୋପାଳ,୧।୩: ମଧ୍ୟପ୍ରଦେଶରେ ସରକାରୀ ଜମି ହଡ଼ପ ମାମଲାରେ ଜଣେ ଚପରାସୀଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯାଇଛି। ଭୋପାଳରେ ଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବାବୁଲାଲ ସୁନହରେଙ୍କ ବିରୋଧରେ...

Coronavirus Update


Archives

Model This Week

Why Dharitri