Posted inଜାତୀୟ

ଭାଜପା ହାତ ଧରିଲେ କିଶୋର ଉପାଧ୍ୟାୟ

ଡେରାଡୁନ,୨୭ ।୧: ଉତ୍ତରାଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଯୋଗ ଦେଇଛନ୍ତି । ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି ଉତ୍ତରାଖଣ୍ଡକୁ ଆଗକୁ ନେଇ ଯିବାକୁ ସେ ଭାଜପାରେ ଯୋଗ ଦେଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଏହା କଂଗ୍ରେସକୁ ବଡ ଝଟକା ଦେଇଛି । ବୁଧବାରଠରୁ ଅନୁମାନ କରାଯାଉଥିଲା କି କିଶୋର ଉପାଧ୍ୟାୟ କଂଗ୍ରେସ ଛାଡିବା ପରେ ଭାଜପାରେ ଯୋଗ ଦେଇ ପାରନ୍ତି । ସୂଚନାଯୋଗ୍ୟ, ନିକଟରେ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳର ସମସ୍ତ ପଦରୁ ହଟାଇ ଦିଆଯାଇଥିଲା । ଉତ୍ତାରାଖଣ୍ଡ କଂଗ୍ରେସର ପ୍ରଦେଶ ପ୍ରଭାରୀ ଦେବେନ୍ଦ୍ର ଯାଦବ, କିଶୋର ଉପାଧ୍ୟାୟଙ୍କୁ ସମସ୍ତ ପଦରୁ ହଟାଇବାକୁ ନିର୍ଦ୍ଦେଶ ଜାରି କରିଥିଲେ । ସେ କହିଥିଲେ ଉ୍‌ତ୍ତରାଖଣ୍ଡ ଲୋକ ପରିବର୍ତ୍ତନ ଚାହୁଁଛନ୍ତି ଓ ଭାଜପା ସରକାରଙ୍କୁ ହଟାଇବାକୁ ଚାହୁଁଛନ୍ତି । ତେଣୁ ଜନତାଙ୍କ ହିତ ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡିବ । ଏଥିପାଇଁ ଆମକୁ ଲଢେଇ କରିବାକୁ ପଡିବ । ହେଲେ କିଶୋର ଉପାଧ୍ୟୟ ଏହି ଲଢେଇକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି । ସେ ଭାଜପା ଓ ଅନ୍ୟ ରାଜନୈତିକ ଦଳ ସହ ମିଶୁଛନ୍ତି ତେଣୁ ତାଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତ ହେଲା ୫ଶହ ବର୍ଷର ଅପେକ୍ଷା: ରାମ ମନ୍ଦିର ଗର୍ଭଗୃହର ଶିଳାନ୍ୟାସ କଲେ ଯୋଗୀ

ଆଯୋଧ୍ୟା,୧।୬: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ବୁଧବାର ଆଯୋଧ୍ୟାବାସୀଙ୍କ ପାଇଁ ଏକ ଐତିହାସିକ ଦିନ ହୋଇଥିବା ୫ଶହ ବର୍ଷର...

କୃଷକଙ୍କ ସମସ୍ୟାକୁ ନେଇ ୬ଟି ରାଲିରେ ଯୋଗଦେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୦।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ଦିନରେ ଉତ୍ତରପ୍ରଦେଶରେ ୬ଟି ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମସ୍ତ ରାଲି କୃଷକଙ୍କ...

ବିଗ୍‌ ବି, ଟ୍ରମ୍ପ୍‌ଙ୍କ ନାଁରେ ଫେକ୍‌ ଇ-ପାସ୍‌

ହିମାଚଳ ପ୍ରଦେଶରେ କରୋନା କଟକଣା ଜାରି ହୋଇଥିବାବେଳେ ଜରୁରୀ ସେବାରେ ନିୟୋଜିତ ଲୋକଙ୍କ ପାଇଁ ଇ-ପାସ୍‌ ବାଧ୍ୟତାମୂଳକ କରାଯାଇଛି। ସ୍ଥାନୀୟ ପୋଲିସ ଆମେରିକାର ପୂର୍ବତନ ରାଷ୍ଟ୍ରପତି...

ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଶହେ ଲକ୍ଷ କୋଟି ହେବ ବିନିଯୋଗ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଶହେ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ। ୭୩ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କେନ୍ଦ୍ରକୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ,୨୪ା୬: ଚାଇନାର ଅନୁପ୍ରବେଶକୁ ଅସ୍ବୀକାର କରିବା ମୋଦି ସରକାର ସୀମା ସ୍ଥିତିକୁ ଅତି ଖରାପ ଭାବେ ପରିଚାଳନା କରିଛନ୍ତି ବୋଲି କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି)...

୨୨୯.୭ କୋଟିରେ ପାର୍ଲାମେଣ୍ଟ ଭବନର ପୁନଃ ବିକାଶ ହେବ

ନୂଆଦିଲ୍ଲୀ,,୨୬ା୧୦: ୨୨୯.୭ କୋଟି ଟଙ୍କା ବ୍ୟୟରେ ପାର୍ଲାମେଣ୍ଟ ଭବନର ନବୀକରଣ ଓ ପୁନଃବିକାଶ କରାଯିବ। ଏଥିଲାଗି ଗୁଜରାଟ ଅହମଦାବାଦର ଏଚ୍‌ସିପି ଡିଜାଇନ୍‌ ପ୍ଲାନିଂ କମ୍ପାନୀକୁ ଶୁକ୍ରବାର...

ବଳାତ୍କାରୀଙ୍କୁ ଖଣ୍ଡ ଖଣ୍ଡ କରି କାଟି ଦେଲେ ପୀଡ଼ିତାଙ୍କ ବାପା

ଖାଣ୍ଡଓ୍ବା,୨୯।୩: ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କ ବାପା ଏବଂ ମାମଁୁ ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ...

ଆଜିଠାରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ସମାରୋହ

ନୂଆଦିଲ୍ଲୀ, ୨୩ ।୧: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସକୁ ନେଇ କେନ୍ଦ୍ର ସରକାର ୨ଟି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଏବେ ସାଧାରଣତନ୍ତ୍ର ଦିବସ ସମାରୋହ...

Advertisement
Archives

Model This Week