Posted inଜାତୀୟ

କଣ୍ଠରୋଧ କରୁଛି ଟୁଇଟର, ରାହୁଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୨୭।୧ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଏକ ଚିଠି ଲେଖିଛନ୍ତି। ଟୁଇଟର ତାଙ୍କ କଣ୍ଠରୋଧ କରୁଥିବା ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ଚାପରେ ଏଭଳି କରାଯାଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ତାଙ୍କ ଟୁଇଟର ଫଲୋୟର୍ସଙ୍କ ସଂଖ୍ୟା ଜାଣିଶୁଣି ହ୍ରାସ କରାଯାଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଟୁଇଟର ଏହାର ଜବାବରେ କହିଛି ଯେ, ଫଲୋୟର୍ସଙ୍କ ସଂଖ୍ୟା ଗଣନା ଏକ ଦୃଶ୍ୟମାନ ଭିଜିବୁଲ୍‌ ଫିଚର। ଟୁଇଟର ଚାହେଁ ଯେ ସମସ୍ତଙ୍କର ବିଶ୍ୱାସ ରହିବା ଉଚିତ ଏହି ସଂଖ୍ୟାଗୁଡିକ ସଠିକ ଏବଂ ବାସ୍ତବ ତଥା ତଥ୍ୟତ୍ମକ। ହେରଫେର ଏବଂ ସ୍ପାମ ନେଇ ଟୁଇଟଟରରେ ଶୂନ୍ୟ ସହନଶୀଳତା ନୀତି (ଜିରୋ ଟେଲୋରାନ୍ସ୍‌ ପଲିସି) ରହିଛି।

ଫଲୋୟର୍ସଙ୍କ ସଂଖ୍ୟା ହ୍ରାସ ନେଇ ରାହୁଲଙ୍କ ଅଭିଯୋଗ ଉପରେ ଟୁଇଟର କହିଛି, ମେସିନ ଲର୍ଣ୍ଣିଂ ଟୁଲସ୍‌ ଏବଂ ଏକ ସୁସ୍ଥ ରଣନୀତି ଆଧାରରେ ନିର୍ଭରଯୋଗ୍ୟ ଆକାଉଣ୍ଟକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଭାବରେ ହେରଫେର୍‌ ଏବଂ ସ୍ପାମ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛଇ। ଆମର ନୀତି ଉଲ୍ଲଂଘନ କରିଥିବା ଆଧାରରେ ଆମେ ପ୍ରତି ସପ୍ତାହରେ ଲକ୍ଷ ଲକ୍ଷ ଆକାଉଣ୍ଟ ଅପସାରଣ କରୁଛୁ।

ରାହୁଲ ଗତ ମାସରେ ଟୁଇଟର ସିଇଓ ପରାଗ ଅଗ୍ରୱାଲଙ୍କୁ ଲେଖିଥିବା ଏକ ଚିଠିରେ ଉଲ୍ଲେଖ କରିଥିଲେ ଯେ ଭାରତରେ ଅଭିବ୍ୟକ୍ତିର ସ୍ବାଧୀନତାକୁ ରୋକିବାରେ ଟୁଇଟରରେ ଅନିଚ୍ଛାକୃତ ଭାବେ ଶାସକଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି।

ଡିସେମ୍ବର ୨୭ର ଏହି ଚିଠିରେ ତାଙ୍କ ଟୁଇଟର ଆକାଉଣ୍ଟର ତଥ୍ୟର ବିଶ୍ଳେଷଣ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ନେତା ଶଶି ଥରୁରଙ୍କ ସହ ରାହୁଲ ତୁଳନା କରିଥିଲେ। ଏଥିରେ ରାହୁଲ କହିଛନ୍ତି ଯେ ୨୦୨୧ ର ପ୍ରଥମ ସାତ ମାସରେ ତାଙ୍କ ଆକାଉଣ୍ଟରେ ହାରାହାରି ୪ ଲକ୍ଷ ଫଲୋୟର୍ସ ଯୋଗ ହୋଇଥିଲେ।

କିନ୍ତୁ ଗତ ବର୍ଷ ଅଗଷ୍ଟରେ ଆଠ ଦିନିଆ ନିଲମ୍ବନ ପରେ ଏହି ଅଭିବୃଦ୍ଧି ହଠାତ୍‌ ଅନେକ ମାସ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା। ଏହି ଅବଧିରେ, ଅନ୍ୟ ରାଜନେତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ଅକ୍ଷୁର୍ଣ୍ଣ ରହିଲା । ସେ କହିଛନ୍ତି ଯେ, କୌଣସି ବୈଧ କାରଣ ବିନା ମୋର ଆକାଉଣ୍ଟକୁ କିଛି ଦିନ ପାଇଁ ଅବରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri