Posted inଜାତୀୟ

କଣ୍ଠରୋଧ କରୁଛି ଟୁଇଟର, ରାହୁଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୨୭।୧ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଏକ ଚିଠି ଲେଖିଛନ୍ତି। ଟୁଇଟର ତାଙ୍କ କଣ୍ଠରୋଧ କରୁଥିବା ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ଚାପରେ ଏଭଳି କରାଯାଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ତାଙ୍କ ଟୁଇଟର ଫଲୋୟର୍ସଙ୍କ ସଂଖ୍ୟା ଜାଣିଶୁଣି ହ୍ରାସ କରାଯାଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଟୁଇଟର ଏହାର ଜବାବରେ କହିଛି ଯେ, ଫଲୋୟର୍ସଙ୍କ ସଂଖ୍ୟା ଗଣନା ଏକ ଦୃଶ୍ୟମାନ ଭିଜିବୁଲ୍‌ ଫିଚର। ଟୁଇଟର ଚାହେଁ ଯେ ସମସ୍ତଙ୍କର ବିଶ୍ୱାସ ରହିବା ଉଚିତ ଏହି ସଂଖ୍ୟାଗୁଡିକ ସଠିକ ଏବଂ ବାସ୍ତବ ତଥା ତଥ୍ୟତ୍ମକ। ହେରଫେର ଏବଂ ସ୍ପାମ ନେଇ ଟୁଇଟଟରରେ ଶୂନ୍ୟ ସହନଶୀଳତା ନୀତି (ଜିରୋ ଟେଲୋରାନ୍ସ୍‌ ପଲିସି) ରହିଛି।

ଫଲୋୟର୍ସଙ୍କ ସଂଖ୍ୟା ହ୍ରାସ ନେଇ ରାହୁଲଙ୍କ ଅଭିଯୋଗ ଉପରେ ଟୁଇଟର କହିଛି, ମେସିନ ଲର୍ଣ୍ଣିଂ ଟୁଲସ୍‌ ଏବଂ ଏକ ସୁସ୍ଥ ରଣନୀତି ଆଧାରରେ ନିର୍ଭରଯୋଗ୍ୟ ଆକାଉଣ୍ଟକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଭାବରେ ହେରଫେର୍‌ ଏବଂ ସ୍ପାମ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛଇ। ଆମର ନୀତି ଉଲ୍ଲଂଘନ କରିଥିବା ଆଧାରରେ ଆମେ ପ୍ରତି ସପ୍ତାହରେ ଲକ୍ଷ ଲକ୍ଷ ଆକାଉଣ୍ଟ ଅପସାରଣ କରୁଛୁ।

ରାହୁଲ ଗତ ମାସରେ ଟୁଇଟର ସିଇଓ ପରାଗ ଅଗ୍ରୱାଲଙ୍କୁ ଲେଖିଥିବା ଏକ ଚିଠିରେ ଉଲ୍ଲେଖ କରିଥିଲେ ଯେ ଭାରତରେ ଅଭିବ୍ୟକ୍ତିର ସ୍ବାଧୀନତାକୁ ରୋକିବାରେ ଟୁଇଟରରେ ଅନିଚ୍ଛାକୃତ ଭାବେ ଶାସକଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି।

ଡିସେମ୍ବର ୨୭ର ଏହି ଚିଠିରେ ତାଙ୍କ ଟୁଇଟର ଆକାଉଣ୍ଟର ତଥ୍ୟର ବିଶ୍ଳେଷଣ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ନେତା ଶଶି ଥରୁରଙ୍କ ସହ ରାହୁଲ ତୁଳନା କରିଥିଲେ। ଏଥିରେ ରାହୁଲ କହିଛନ୍ତି ଯେ ୨୦୨୧ ର ପ୍ରଥମ ସାତ ମାସରେ ତାଙ୍କ ଆକାଉଣ୍ଟରେ ହାରାହାରି ୪ ଲକ୍ଷ ଫଲୋୟର୍ସ ଯୋଗ ହୋଇଥିଲେ।

କିନ୍ତୁ ଗତ ବର୍ଷ ଅଗଷ୍ଟରେ ଆଠ ଦିନିଆ ନିଲମ୍ବନ ପରେ ଏହି ଅଭିବୃଦ୍ଧି ହଠାତ୍‌ ଅନେକ ମାସ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା। ଏହି ଅବଧିରେ, ଅନ୍ୟ ରାଜନେତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ଅକ୍ଷୁର୍ଣ୍ଣ ରହିଲା । ସେ କହିଛନ୍ତି ଯେ, କୌଣସି ବୈଧ କାରଣ ବିନା ମୋର ଆକାଉଣ୍ଟକୁ କିଛି ଦିନ ପାଇଁ ଅବରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?