Posted inଜାତୀୟ

ବିବାଦୀୟ ମନ୍ତବ୍ୟ ଦେଲେ ଅନସାରୀ…

ନୂଆଦିଲ୍ଲୀ, ୨୭।୧ : ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ୨୬ ଜାନୁଆରୀ ଅବସରରେ ଏକ ଆମେରିକୀୟ ସଂଗଠନର ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତରେ ଅସହିଷ୍ଣୁତା ବୃଦ୍ଧି ପାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ଆୟୋଜକ ସଂସ୍ଥା ହେଉଛି ଭାରତୀୟ ଆମେରିକୀୟ ମୁସଲିମ କାଉନସିଲ (ଆଇଏଏମସି)। ଏହି ସଂଗଠନ ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଭାରତରେ ଦଙ୍ଗା ରଚିବା ଷଡଯନ୍ତ୍ର ସହ ଜଡିତ ବୋଲି କୁହାଯାଉଛି। ଅନସାରୀ ଏହି ଅନୁଷ୍ଠାନର ପ୍ଲାଟଫର୍ମରୁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ନାଗରିକ ରାଷ୍ଟ୍ରବାଦକୁ ସାଂସ୍କୃତିକ ରାଷ୍ଟ୍ରବାଦ ମାଧ୍ୟମରେ ବଦଳାଇବା ପାଇଁ ଭାରତରେ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ବହୁମତକୁ ଏକ ରାଜନୈତିକ ଏକଧିକାର ଭାବେ ପ୍ରୋଜେକ୍ଟ କରାଯାଇ ଧର୍ମ ଆଧାରରେ ଅସହିଷ୍ଣୁତାକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ଅନସାରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ହମିଦ ଅନସାରୀଙ୍କ ସହ ଆମେରିକାର ଚାରିଜଣ ସାଂସଦ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା କମିଶନର ମୁଖ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଭାରତର ବହୁମୁଖୀ ସମ୍ବିଧାନର ସୁରକ୍ଷା’। ଏଥିରେ ଅନସାରୀ ଏବଂ ଅନ୍ୟମାନେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଘୃଣ୍ୟ ଭାଷଣ, ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନର ଅପବ୍ୟବହାର ଏବଂ କଶ୍ମୀରୀ କାର୍ଯ୍ୟକର୍ତ୍ତା ଖୁର୍ରମ ପରଭେଜଙ୍କ ଗିରଫ ପ୍ରସଙ୍ଗ ଉଠାଇଥିଲେ।

ସୂଚନାଯୋଗ୍ୟ ଅଭିଯୋଗ ଅଣାଯିବା ପରେ ଭାରତୀୟ ଆମେରିକୀୟ ମୁସଲିମ କାଉନସିଲ ପକ୍ଷରୁ ସଫେଇ ଦିଆଯାଇଥିଲା ଯେ ଏହି ସଂସ୍ଥା ଆଇଏସ୍‌ଆଇ ସହିତ ଜଡିତ ନୁହେଁ। ଏହା ନାଗରିକ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଏକ ଆମେରିକୀୟ ସଂଗଠନ।

Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri