Posted inଖେଳ

ଭାରତର ବ୍ୟାଟିଂ ବିପର୍ଯ୍ୟୟ ନେଇ ପୂର୍ବତନ ପାକ୍‌ ଖେଳାଳି ଚକିତ

କରାଚି,୨୧।୧୨(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୩୬ ରନ କରି ଅଲଆଉଟ ହେବା ପରେ ବିଶ୍ୱବ୍ୟାପୀ କ୍ରିକେଟ ଜଗତର ଜଣାଶୁଣା ଖେଳାଳିମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପାକିସ୍ତାନ ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ, ମହସୀନ ଖାଁ ଓ ସୋଏବ ଅଖତାର ଏଥିରେ ଚକିତ ହୋଇଛନ୍ତି।
ଭାରତ ଏହି ବ୍ୟାଟିଂ ବିପର୍ଯ୍ୟୟକୁ ବିଶ୍ୱାସ କରିପାରୁନାହିଁ ବୋଲି ମହସିକ କହିଛନ୍ତି। ପିଚି ଓ ଉଇକେଟରେ କୌଣସି ତ୍ରୁଟି ନ ଥିଲା। ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କୁ କିଭଳି ସାମ୍ନା କରାଯିବ ସେ ନେଇ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସନ୍ଦୀହାନ ଥିଲେ ଓ ବ୍ୟାଟିଂ କରିବାରେ ସେତେଟା ଉତ୍ସାହ ପ୍ରକଟ କରି ନ ଥିଲେ। ତେବେ ଏହା ଟେଷ୍ଟ କ୍ରିକେଟର ସୌନ୍ଦର୍ଯ୍ୟ ବଢାଇଛି ବୋଲି ସେ କହିଚନ୍ତି।
ସେହିପରି ୨୦୦୨ରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପାକିସ୍ତାନ ଦୁଇଥର ୫୯ ଓ ୫୩ ରନରେ ଅଲଆଉଟ ହୋଇଥିଲେ ବୋଲି ପୂର୍ବତନ ପାକିସ୍ତାନ ଅଧିନାୟକ ରସିଦ ଲତିଫ କହିଛନ୍ତି। ବୋଲରମାନେ ଠିକ୍‌ ସ୍ଥାନରେ ଶତପ୍ରତିଶତ ବଲ୍‌ ପକାଇଲେ ଏପରି ସ୍ଥିତି ସୃଷ୍ଟି ହୋଇଥାଏ ଓ ବଲ ବ୍ୟାଟର ଏଜ୍‌ ନେଇ ସିଧା ଫିଲ୍ଡରଙ୍କ ହାତକୁ ଯାଇଥାଏ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲୀୟ ବୋଲରଙ୍କୁ ଆକ୍ରମଣ କରି ପ୍ରଭାବ ବିସ୍ତାର କରିବାକୁ ଭାରତୀୟ ବ୍ୟାଟ୍ସମ୍ୟାନ ପ୍ରୟାସ କରିଥିଲେ। ଏହାଦ୍ୱାରା ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା। ପ୍ରଥମ ଦୁଇ ଦିନ ପରେ ପିଚ୍‌ର ପରିବର୍ତ୍ତନ ହୋଇଥିଲା ବୋଲି ସେ କହିଛନ୍ତି। ପ୍ରଥମ ଇନିଂସରେ ବିରାଟ କୋହଲି ଜବରଦସ୍ତ ପାଳି ଖେଳିଥିଲେ ମଧ୍ୟ ଦ୍ୱିତୀୟ ଇନିଂସରେ ସେ ବିଫଳ ହୋଇଥିଲେ ବୋଲି ଲତିଫ୍‌ କହିଛନ୍ତି। ଏହା କୋହଲିଙ୍କ ପାଇଁ ଏକ ଦୁଃସ୍ବପ୍ନ ସଦୃଶ ହୋଇଛି।
ସେହପରି ଭାରତର ଏଭଳି ବିପର୍ଯ୍ୟୟ ବିଶ୍ୱାସ କରିହେଉନି ବୋଲି ଅଖତାର କହିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ ସକାରାତ୍ମକ ପ୍ରଦର୍ଶନ କରିପାରି ନ ଥିଲେ। ଫୁଟ୍‌ ମୁଭ୍‌ମେଣ୍ଟ ଓ ଟେକ୍‌ନିକକୁ ସେ ସମାଲୋଚନା କରିଛନ୍ତି। ବୋଲରଙ୍କ ସିମ୍‌ ଓ ସୁଇଙ୍ଗ୍‌କୁ ବୁଝିବାରେ ଭାରତୀୟ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ସେହିପରି ଅଷ୍ଟ୍ରେଲିଆ ବୋଲରମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ଓ ସେମାନଙ୍କ ବଲ୍‌ ଖେଳିବା ନିଶ୍ଚିତ ଭାବେ କଷ୍ଟକର ଥିଲା। ତେବେ ଏଭଳି ଆତ୍ମସମର୍ପଣ ଅବିଶ୍ୱସନୀୟ ବୋଲି ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri