ଅତିରିକ୍ତ ଋଣ ଉଠାଇବେ ୫ ରାଜ୍ୟ

ନୂଆଦିଲ୍ଲୀ: ଖୋଲା ବଜାରରୁ ୫ ରାଜ୍ୟ ଅତିରିକ୍ତ ଋଣ ଉଠାଇବେ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ତେଲଙ୍ଗାନା ରହିଛନ୍ତି। ୧୬,୭୨୮ କୋଟି ଟଙ୍କାର ଅତିରିକ୍ତ ଋଣ ଉଠାଣ ନେଇ ଏହି ରାଜ୍ୟଗୁଡ଼ିକୁ ଅନୁମତି ମିଳିଛି। ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସକୁ ବଢାଇବା ଲାଗି ସଂସ୍କାର ପ୍ରକ୍ରିୟା ତ୍ୱରାନ୍ବିତ ଦିଗରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ମହାମାରୀ ପାଇଁ ରାଜ୍ୟଗୁଡିକ ସମ୍ବଳ ଯୋଗାଣ ଦିଗରେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଚଳିତ ବର୍ଷ ମେ ମାସରେ ସରକାର ରାଜ୍ୟଗୁଡିକର ଋଣ ନିୟମରେ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସେମାନଙ୍କ ମୋଟ ଘରୋଇ ଉତ୍ପାଦ(ଏସ୍‌ଜିଡିପି)ର ଅତିରିକ୍ତ ୨% ଋଣ ଉଠାଇପାରିବେ ବୋଲି ସରକାର କହିଥିଲେ। ଲୋକାଭିମୁଖୀ ଯୋଜନା ଗ୍ରହଣ କରୁଥିଲେ ରାଜ୍ୟ ଏହାର ବ୍ୟବହାର କରିପାରିବେ।
ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ, ଇଜ୍‌ ଅଫ୍‌ ଡୁଇଂ ବିଜନେସ, ସହରାଞ୍ଚଳ ଶାସନ ବ୍ୟବସ୍ଥା ଏବଂ ଶକ୍ତି କ୍ଷେତ୍ର ସଂସ୍କାର ଭଳି ଅନ୍ୟ କିଛି ଦିଗରେ ଏଥିରେ ଫୋକସ କରାଯାଇଛି। ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ ସିଷ୍ଟମକୁ ଏବେ ସୁଦ୍ଧା ୧୦ ରାଜ୍ୟ କାର୍ଯ୍ୟକାରୀ କରାଇଛନ୍ତି। ସେହିଭଳି ୫ ରାଜ୍ୟ ଇଜ୍‌ ଅଫ୍‌ ଡୁଇଂ ବିଜନେସ, ସ୍ଥାନୀୟ ଶାସନ ବ୍ୟବସ୍ଥା କ୍ଷେତ୍ରରେ ୨ ରାଜ୍ୟ କାର୍ଯ୍ୟପନ୍ଥା ହାତକୁ ନେଇଛନ୍ତି। ସେହିଭଳି ଅତିରିକ୍ତ ଋଣ ଉଠାଣ ବାଦ୍‌ ରାଜ୍ୟଗୁଡିକୁ ପୁଞ୍ଜି ଖର୍ଚ୍ଚ ଲାଗି ସହାୟତା ଯୋଗାଣ ନେଇ କେନ୍ଦ୍ର ଯୋଜନା ହାତକୁ ନେଇଛି। ପ୍ରମୁଖ ୪ ସଂସ୍କାର ମଧ୍ୟରୁ ୩ଟିକୁ ଶେଷ କରିଥିଲେ ପୁଞ୍ଜି ଖର୍ଚ୍ଚ ଲାଗି ସରକାର ସ୍ବତନ୍ତ୍ର ସୁବିଧା ଯୋଗାଇ ଦେବେ। ଏଥିଲାଗି ୨ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଲୋକାଭିମୁଖୀ ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ କରାଇବା ନେଇ ରାଜ୍ୟ ଲାଗି ଏକ ସମୟ ସୀମା ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା ସଂସ୍କାର ପ୍ରକ୍ରିୟା ଗ୍ରହଣ କରିଥିଲେ ସ୍ବତନ୍ତ୍ର ପାଣ୍ଠି ଲାଭ ନେଇ ରାଜ୍ୟ ଯୋଗ୍ୟ ବିବେଚିତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ପାଇଁ ୧୧ ଦିନିଆ ଛୁଟି ଘୋଷଣା କଲା ‘ମେଶୋ’

ନୂଆଦିଲ୍ଲୀ,୨୨।୯: ଇ-କମର୍ସ ପ୍ଲାଟ୍‌ଫର୍ମ ମେଶୋ କର୍ମଚାରୀଙ୍କ ପାଇଁ ଏକ ଘୋଷଣା କରିଛି। କମ୍ପାନୀର ସମସ୍ତ ୧୧ ଦିନ ପାଇଁ ଛୁଟି ପାଇବେ। ଏ ନେଇ ‘ମେଶୋ’ର...

ଭିଆର୍‌ଏସ୍‌ ସ୍କିମ୍‌ ଆଣିଲା ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏହାର କର୍ମଚାରୀଙ୍କ ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା ( ଭିଆର୍‌ଏସ୍‌)ର ଆରମ୍ଭ କରିଛି। କ୍ଷତିରେ ଚାଲୁଥିବା ଏହି କମ୍ପାନୀର...

ରେଲଓ୍ବେ ଲଗାଇବ କୋଭିଡ୍‌ ସର୍ଭିଲାନ୍ସ କ୍ୟାମେରା;ସାମ୍ନାକୁ ଆସିଲେ ଜଣାଇଦେବ ଲକ୍ଷଣ

ନୂଆଦିଲ୍ଲୀ,୨୭।୬: କରୋନା ବିରୋଧରେ ଲଢ଼େଇ ଜାରି ରଖିବା ସହ ରେଲଓ୍ବେ ନିରନ୍ତର ଟେକ୍ନାଲୋଜିର ସହାୟତା ନେଉଛି। ଏହାଦ୍ୱାରା ସଫଳତା ମଧ୍ୟ ମିଳୁଛି। ଷ୍ଟେଶନ ପରିସରରେ କୋଭିଡ୍‌...

କରୋନା ଲଢ଼େଇରେ ୟୁପି ମଡେଲକୁ ପ୍ରଶଂସା

ନୂଆଦିଲ୍ଲୀ,୧୯।୪: କରୋନା ଲଢ଼େଇ କ୍ଷେତ୍ରରେ ବିଶେଷ ଯୋଗଦାନ ଲାଗି ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପ୍ରଶଂସା...

କେନ୍ଦ୍ର ଜିଏସ୍‌ଟି ସଂଗ୍ରହ ୮୭% କମିଲା

ନୂଆଦିଲ୍ଲୀ,୩୧।୫: କରୋନା ଜନିତ ଲକ୍‌ଡାଉନ ଲାଗି ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ...

ଡ.ସୁଭାଷ ଚନ୍ଦ୍ର ନାୟକଙ୍କୁ ‘ଶିକ୍ଷାବିକାଶ ସମ୍ମାନ’

ଭୁବନେଶ୍ୱର,୨୩।୧୨:ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ନିସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ପ୍ରତିଷ୍ଠାତା ଡ.ସୁଭାଷ ଚନ୍ଦ୍ର ନାୟକଙ୍କୁ ନିକଟରେ ‘ଶିକ୍ଷାବିକାଶ ସମ୍ମାନ’ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା...

ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏଏସ୍‌ବିଏମ୍‌ର କୁଳାଧ୍ୟକ୍ଷ

ଭୁବନେଶ୍ୱର,୫-୧୦: ଏସିଆନ୍‌ ସ୍କୁଲ ଅଫ ବିଜନେସ୍‌ ମ୍ୟାନେଜମେଣ୍ଟ (ଏଏସ୍‌ବିଏମ୍‌) ରାଜ୍ୟ ସରକାରଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରି ସେପ୍ଟେମ୍ବର ୨୬ରୁ କାର୍ଯ୍ୟକ୍ଷମ ହୋଇଛି। ଏହାର...

୨୬୧୩ କୋଟି ନିବେଶ କଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୩୦-୧୨: ଦେଶର ପୁଞ୍ଜି ବଜାରରେ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର୍ସ(ଏଫ୍‌ପିଆଇ) ମାନେ ଡିସେମ୍ବରରେ ୨୬୧୩ କୋଟି ଟଙ୍କାର ନିବେଶ କରିଛନ୍ତି। କର୍ପୋରେଟଗୁଡିକର ଲାଭ ଆଶା ଭଳି ବିଭିନ୍ନ...

Advertisement
Archives

Model This Week